fbpx

ବିଜୟ ସହ ବିଦାୟ ନେଲେ ଆଣ୍ଡରସନ୍: ୱେଷ୍ଟଇଣ୍ଡିଜ ବିପକ୍ଷରେ ବିଶାଳ ଉପହାର ଦେଲା ଇଂଲଣ୍ଡ

ନୂଆଦିଲ୍ଲୀ: ୱେଷ୍ଟଇଣ୍ଡିଜ ବିପକ୍ଷ ଟେଷ୍ଟ ସିରିଜର ପ୍ରଥମ ମ୍ୟାଚରେ ଦମଦାର ବିଜୟ ହାସଲ କରିଛି ଇଂଲଣ୍ଡ । ଏହାସହିତ ଦଳର ଷ୍ଟାର ବୋଲର ଜେମ୍ସ ଆଣ୍ଡରସନଙ୍କୁ ଏହି ଦମଦାର ଉପହାର ଭେଟି ଦେଇଛି । ଏହି ବିଜୟ ସହ ଟେଷ୍ଟ କ୍ରିକେଟରୁ ବିଦାୟ ନେଇଛନ୍ତି ଜେମ୍ସ ଆଣ୍ଡରସନ୍ । ୧୧୪ ରନର ଏକ ବିଶାଳ ବିଜୟ ସହିତ ଇଂଲଣ୍ଡର ଭେଟେରାନ୍ ବୋଲର ଜେମ୍ସ ଆଣ୍ଡରସନ୍ କ୍ରିକେଟ ଜଗତରୁ ଅବସର ଗ୍ରହଣ କରିଛନ୍ତି । କ୍ୟାରିୟରରେ ମୋଟ ୭୦୪ଟି ଟେଷ୍ଟ ୱିକେଟ ହାସଲ କରି କ୍ରିକେଟକୁ ବାଏ ବାଏ କହିଛନ୍ତି ।

ପ୍ରଥମ ମ୍ୟାଚରେ ଇଂଲଣ୍ଡ ପ୍ରଥମ ଇନିଂସରେ ୩୭୧ ରନ୍ ସଂଗ୍ରହ କରିଥିଲା । ଜବାବରେ ୱେଷ୍ଟଇଣ୍ଡିଜ ମାତ୍ର ୧୨୧ ରନ୍ କରି ଅଲ ଆଉଟ ହୋଇଥିବାରୁ ୨୫୦ ରନରେ ଲିଡ୍ କରିଥିଲା ଇଂଲଣ୍ଡ । ତେବେ ଦ୍ୱିତୀୟ ପାଳିରେ ୱେଷ୍ଟଇଣ୍ଡିଜ ମାତ୍ର ୧୩୬ ରନରେ ଅଲଆଉଟ ହେବା ପରେ ଇଂଲଣ୍ଡ ଏହି ମ୍ୟାଚରେ ୧୧୪ ରନର ଏକ ବିଶାଳ ବିଜୟ ହାସଲ କରିଛି । ମ୍ୟାଚରେ ସର୍ବଶ୍ରେଷ୍ଠ ପ୍ରଦର୍ଶନ କରିଛନ୍ତି ପେସ୍ ବୋଲର ଗସ୍ ଏଟକିନସନ । ଡେବ୍ୟୁ ଟେଷ୍ଟ ଖେଳୁଥିବା ଏଟକିନସନ ପ୍ରଥମ ଇନିଂସରେ ୭ଟି ଏବଂ ଦ୍ୱିତୀୟ ଇନିଂସରେ ୫ଟି ୱିକେଟ ହାସଲ କରିଛି । ତୃତୀୟ ଦିନ ଖେଳ ଆରମ୍ଭ ପୂର୍ବରୁ ଜେମ୍ସ ଆଣ୍ଡରସନଙ୍କୁ ସାଥୀ ଖେଳାଳିମାନେ ଗାର୍ଡ ଅଫ୍ ଅନର୍ ପ୍ରଦାନ କରାଯାଇଛି ।

୪୧ ବର୍ଷୀୟ ଷ୍ଟାର ବୋଲର ଜେମ୍ସ ଆଣ୍ଡରସନ୍ ଟେଷ୍ଟ କ୍ରିକେଟରେ ୨୦୦୩ ମସିହାରେ ଡେବ୍ୟୁ କରିଥିଲେ । ତେବେ ଦିନିକିଆ କ୍ରିକେଟରେ ୨୦୦୨ ମସିହାରେ ଡେବ୍ୟୁ କରିଥିଲେ ଆଣ୍ଡରସନ୍ । ତେବେ ବର୍ତ୍ତମାନ ପର୍ଯ୍ୟନ୍ତ ୧୮୮ଟି ଟେଷ୍ଟ ମ୍ୟାଚ ଖେଳିଥିବା ବେଳେ ଆଣ୍ଡରସନ୍ କ୍ରିକେଟ ଇତିହାସରେ ଦ୍ୱିତୀୟ ସର୍ବାଧିକ ଟେଷ୍ଟ ମ୍ୟାଚ ଖେଳିଛନ୍ତି । ତେବେ ଆଣ୍ଡରସନଙ୍କ ଅପେକ୍ଷା କେବଳ ସଚିନ ତେନ୍ଦୁଲକର ହିଁ ଏକମାତ୍ର ଖେଳାଳି ଭାବରେ ଅଧିକ ମ୍ୟାଚ ଖେଳିଛନ୍ତି । ଇତିହାସର ପ୍ରଥମ ଫାଷ୍ଟ ବୋଲର ଭାବରେ ୭୦୦ ୱିକେଟ ହାସଲ କରିଛନ୍ତି ଜେମ୍ସ ଆଣ୍ଡରସନ୍ ।

Get real time updates directly on you device, subscribe now.