fbpx

ଦିଲ୍ଲୀରେ ‘୪୦ ରାଉଣ୍ଡ’, ହରିୟାଣାରେ ‘ପ୍ରତିଶୋଧ’? ପଢନ୍ତୁ ସୋନିପତ ଗୁଳିକାଣ୍ଡର ଭିତିରି କଥା

ନୂଆଦିଲ୍ଲୀ: ଅପରାଧୀଙ୍କୁ ସାବାଡ଼ କରୁଛନ୍ତି ଦିଲ୍ଲୀ ପୋଲିସ ଓ ହରିୟାଣା ପୁଲିସର ଏସ୍ ଟିଏଫ୍। ହରିୟାଣାର ସୋନିପତରେ ଏନକାଉଣ୍ଟର। ସୋନିପତରେ ଗୁଳିବିନିମୟରେ ୩ ଜଣ ଦୁର୍ବୃତ୍ତ ନିହତ ହୋଇଛନ୍ତି। ମୁହାଁମୁହିଁ ଏନକାଉଣ୍ଟରରେ ନିହତ ହୋଇଥିବା ଦୁର୍ବୃତ୍ତମାନେ ହିମାଂଶୁ ଭାଉ ଗ୍ୟାଙ୍ଗର ବୋଲି କୁହାଯାଉଛି। ସେମାନଙ୍କ ନିକଟରୁ ଅସ୍ତ୍ରଶସ୍ତ୍ର ଜବତ କରାଯାଇଛି। ସୂଚନା ଅନୁଯାୟୀ, ଏହି ତିନି ଜଣ ଦୁର୍ବୃତ୍ତ ଦିଲ୍ଲୀର ବର୍ଗର କିଙ୍ଗ୍ ସୁଟ୍ ଆଉଟ୍ ରେ ମଧ୍ୟ ସମ୍ପୃକ୍ତ ଥିଲେ।

ଦିଲ୍ଲୀ କ୍ରାଇମବ୍ରାଞ୍ଚ ଏବଂ ହରିୟାଣାର ସ୍ପେଶାଲ ଟାସ୍କ ଫୋର୍ସଙ୍କ ମିଳିତ ଟିମ୍ ସୋନିପତରେ ୩ଜଣ ଗ୍ୟାଙ୍ଗଷ୍ଟରଙ୍କୁ ନିପାତ କରିଛନ୍ତି। ଏନକାଉଣ୍ଟରରେ ନିହତ ହୋଇଥିବା ୩ ଅପରାଧୀ ହେଲେ ଆଶିଷ, ବିକାଶ ଓ ସନ୍ନି ଗୁଜ୍ଜର। ଏହି ଗ୍ୟାଙ୍ଗ ହରିୟାଣାର ଅନେକ ବ୍ୟବସାୟୀଙ୍କଠାରୁ ଲକ୍ଷ ଲକ୍ଷ ଟଙ୍କା ଆଦାୟ କରୁଥିଲା। ଏନକାଉଣ୍ଟର ସ୍ଥଳରୁ ୫ଟି ପିସ୍ତଲ ମଧ୍ୟ ଜବତ କରାଯାଇଛି। ହରିୟାଣା ପୁଲିସ ଏହି ତିନି ଗ୍ୟାଙ୍ଗଷ୍ଟରଙ୍କୁ ଗିରଫ କରିବା ପାଇଁ ସେମାନଙ୍କ ଉପରେ ଲକ୍ଷାଧିକ ଟଙ୍କାର ପୁରସ୍କାର ଘୋଷଣା କରିଥିଲା।

ଏହି ତିନି ଗ୍ୟାଙ୍ଗଷ୍ଟର ଆମେରିକାରେ ବସିଥିବା ୱାଣ୍ଟେଡ ଅପରାଧୀ ହିମାଂଶୁ ଭାଉର ଲୋକ ବୋଲି ଅନୁମାନ କରାଯାଉଛି। ହିମାଂଶୁ ଭାଉ ହେଉଛି ସେହି ଗ୍ୟାଙ୍ଗଷ୍ଟର ଯାହା ବିରୋଧରେ ଇଣ୍ଟରପୋଲ ରେଡ୍ କର୍ଣ୍ଣର ନୋଟିସ୍ ଜାରି ହୋଇଛି। ଜୁନ୍ ୧୮ ରେ ପଶ୍ଚିମ ଦିଲ୍ଲୀର ଏକ ବର୍ଗର କିଙ୍ଗ୍ ଆଉଟଲେଟ୍ ରେ ୨୬ବର୍ଷୀୟ ଅମନଙ୍କୁ ତିନି ଜଣ ବାଇକ୍ ଆରୋହୀଙ୍କୁ ଗୁଳି କରି ହତ୍ୟା କରିଥିଲା। ହତ୍ୟା କାଣ୍ଡ ପରେ ଅଭିଯୁକ୍ତ ଘଟଣାସ୍ଥଳରୁ ଫେରାର ହୋଇଥିଲା। ସେହି ଘଟଣାର ସିସିଟିଭି ଭାଇରାଲ ହୋଇଥିଲା, ଯେଉଁଥିରେ ଦୁର୍ବୃତ୍ତମାନେ ନିର୍ଭୟରେ ଗୁଳି ଚାଳନା କରୁଥିବା ସ୍ପଷ୍ଟ ଦେଖିବାକୁ ମିଳିଥିଲା।

Get real time updates directly on you device, subscribe now.