fbpx

(Video): ୯ ବର୍ଷ ବୟସରେ ହୋଇଥିଲା ଯୌନଶୋଷଣ, ପ୍ରତିବାଦ କରିବାରୁ ବାପାଙ୍କଠୁ ଏହି ସୁପରଷ୍ଟାର ଖାଇଥିଲେ ମାଡ….

ଓଡିଶା ଭାସ୍କର: ବିଶାଳ ଆଦିତ୍ୟ ସିଂ । ଟେଲିଭିଜନ ଦୁନିଆର ସୁପରଷ୍ଟାର । ଏହି ଅଭିନେତା ଜଣକ ‘ଚନ୍ଦ୍ରକାନ୍ତା’, ‘ବେଗୁସରାୟ’, ‘କୁଲ୍ଫି କୁମାର’, ‘ବିଗବସ – ୧୩’ ତଥା ‘ନଚ ବଲିଏ ୯’ ଭଳି ଶୋ’ ରେ ନଜର ଆସି ଘରେ ଘରେ ପରିଚିତ । ବିଶାଳ ସେହି ସମୟରେ ବେଶୀ ଲୋକପ୍ରିୟ ହୋଇଗଲେ, ଯେବେ ବିଗବସରେ ମଧୁରିମା ତୂଳୀଙ୍କ ସହ ତାଙ୍କର ଝଗଡା ଶୀର୍ଷରେ ପହଞ୍ଚି ଥିଲା । ଅଭିନେତା ଜଣକ ସୋସିଆଲ ମିଡିଆରେ ମଧ୍ୟ ବେଶ୍ ଆକ୍ଟିଭ ରୁହନ୍ତି ।

ନିକଟରେ ବିଶାଳ ପିଲାଦିନରେ ନିଜ ସହ ହୋଇଥିବା ଯୌନଶୋଷଣକୁ ନେଇ ବୟାନ ଦେଇଛନ୍ତି । ଅଷ୍ଟମ ଶ୍ରେଣୀରେ ପଢୁଥିବା ସମୟରେ ତାଙ୍କ ସହିତ ଯୌନଶୋଷଣ ହୋଇଥିଲା । ପାରସ ଛାବଡାଙ୍କ ଏକ ଶୋ’ ରେ ଏହି ବିଷୟରେ ମତ ରଖିଛନ୍ତି ବିଶାଳ । ତାଙ୍କର ଜଣେ ଚାଚା ତାଙ୍କୁ ବାଇକ ଚଲାଇବା ଶିଖାଇବାକୁ କହି ତାଙ୍କ ସହ ଏହି କଳାକାରନାମା କରିଥିଲେ । ବିଶାଳ ବାପାଙ୍କୁ ଏହି କଥା କହିବାରୁ ବାପା ତାଙ୍କ ଉପରେ ରାଗି ତାଙ୍କୁ ମାଡ ମଧ୍ୟ ମାରିଥିଲେ । ମୁମ୍ବାଇ ଆସିବା ପରେ ସେ ଜାଣିଲେ ଯେ ତାଙ୍କ ସହ ଯାହା ହୋଇଥିଲା ତାହା ବାସ୍ତବରେ ଖରାପ ହିଁ ଥିଲା । ପରେ ସେ ତାଙ୍କ ଚାଚାଙ୍କୁ କହିଥିଲେ ଯେ ଯାହା ସେ ତାଙ୍କ ସହ କରିଛନ୍ତି, ସେହି ସମାନ କାମ ଯଦି ସେ ତାଙ୍କ ପିଲାଙ୍କ ସହ କରିବେ ତେବେ!

 

View this post on Instagram

 

A post shared by Paras V Chhabraa (@paraschhabra)

Get real time updates directly on you device, subscribe now.