fbpx

ବିଧାନସଭା ଉପ-ନିର୍ବାଚନ: NDAକୁ ଶକ୍ତ ଝଟକା, ୧୩ ଆସନରୁ ମାତ୍ର ୨ଟି ଆସନରେ ବିଜୟୀ

ନୂଆଦିଲ୍ଲୀ: ଆଜି ଦେଶର ୭ଟି ରାଜ୍ୟର ୧୩ଟି ଆସନର ବିଧାନସଭାର ଉପ-ନିର୍ବାଚନ ଫଳାଫଳ ପ୍ରକାଶ ପାଇଛି । ବିଧାନସଭା ଉପ-ନିର୍ବାଚନରେ ଏନଡିଏ ସରକାରକୁ ଲାଗିଛି ଶକ୍ତ ଝଟକା । ୧୩ଟି ବିଧାନସଭା ଆସନରୁ ମାତ୍ର ୨ଟି ଆସନରେ ବିଜୟୀ ହାସଲ କରିଛି ଏନଡିଏ । ପଶ୍ଚିମବଙ୍ଗ, ଉତ୍ତରାଖଣ୍ଡ, ବିହାର, ହିମାଚଳ, ପଞ୍ଜାବ, ତାମିଲନାଡୁ ଏବଂ ମଧ୍ୟପ୍ରଦେଶରେ ବିଧାନସଭା ନିର୍ବାଚନ ହୋଇଥିଲା । ଏଥିରୁ କେବଳ ୨ଟି ଆସନରେ ବିଜୟୀ ହୋଇଛି ବିଜେପି । ମଧ୍ୟପ୍ରଦେଶର ଅମରୱାଡ଼ା ଏବଂ ହିମାଚଳ ପ୍ରଦେଶର ହମୀରପୁରରେ ବିଜେପିର ବିଜୟଧ୍ୱଜା ଦେଖିବାକୁ ମିଳିଛି । ତେବେ ଅନ୍ୟ ସମସ୍ତ ଆସନରୁ କଂଗ୍ରେସ ୪ଟି ଆସନରେ ଅକ୍ତିଆର କରିଥିବା ବେଳେ ଟିଏମସି ୪ଟି ଏବଂ ଆମ୍ ଆଦମୀ ପାର୍ଟି ଗୋଟିଏ ଆସନରେ ବିଜୟଲାଭ କରିଛି । ଏହାବ୍ୟତୀତ ଡିଏମକେ ଏବଂ ଜଣେ ନିର୍ଦ୍ଦଳୀୟ ପ୍ରାର୍ଥୀ ଗୋଟିଏ ଆସନରେ ବିଜୟ ହାସଲ କରିଛନ୍ତି । ବିହାରର ଚର୍ଚ୍ଚିତ ରୁପୋଲୀ ଆସନରୁ ନିର୍ଦ୍ଦଳୀୟ ପ୍ରାର୍ଥୀ ଭାବରେ ଶଙ୍କର ସିଂହ ଉପ-ନିର୍ବାଚନରେ ବିଜୟୀ ହୋଇଛନ୍ତି ।

Get real time updates directly on you device, subscribe now.