fbpx

ଯୁବକଙ୍କ ଅମାନବୀୟ କାଣ୍ଡ: ଝିଅକୁ ଦୁଷ୍କର୍ମ କରିବା ପାଇଁ ବାପାଙ୍କୁ ହତ୍ୟା

ଭୁବନେଶ୍ୱର: ଆସିକାର ଏକ ଅଞ୍ଚଳରେ ଅମାନୁସିକ ଘଟଣା ଖବର ସାମ୍ନାକୁ ଆସିଛି। ଏହି ମାମଲାରେ ଜଣେ ବ୍ୟକ୍ତି ନିଜର ଦିବ୍ୟାଙ୍ଗ ଝିଅକୁ ଦୁଷ୍କର୍ମ କରିବା ପାଇଁ ନିଜର ବାପାଙ୍କୁ ହତ୍ୟା କରିଛି । ଅଭିଯୁକ୍ତ ବ୍ୟକ୍ତିଟି ନିଜର ଝିଅକୁ ଦୁଷ୍ମର୍ମ କରିବା ସମୟରେ, ଅଭିଯୁକ୍ତଙ୍କ ବାପା ଅର୍ଥାତ ପୀଡିତାଙ୍କ ଜେଜେବାପା ତାଙ୍କୁ ଅଟକାଇ ଥିଲେ।

ଏହାପରେ ଘରେ ସେ ନିଜ ବୁଢା ବାପାଙ୍କୁ ତାଣ୍ଟିଚିପି ମାରିଦେବା ସହ ମାଆଙ୍କୁ ମଧ୍ୟ ମାଡ ମାରି ଗୁରୁତର କରିଛନ୍ତି । ଏହା ପରେ ସେ ତାଙ୍କର ଦିବ୍ୟାଙ୍ଗ ଝିଅଙ୍କୁ ଦୁଷ୍କର୍ମ କରିଛନ୍ତି । ଏହି ଅଭିଯୋଗ ପରେ ଅଭିଯୁକ୍ତଙ୍କୁ ଅଟକ ରଖିବା ସହ ଅଭିଯୁକ୍ତ ମାଆଙ୍କୁ ଗୁରୁତର ଅବସ୍ଥାରେ ଆସିକା ମେଡିକାଲରେ ଭର୍ତ୍ତି କରାଯାଇଛି ।

Get real time updates directly on you device, subscribe now.