fbpx

ଡୋନାଲ୍ଡ ଟ୍ରମ୍ପଙ୍କ ଜୀବନ ବଞ୍ଚାଇଲେ ମହାପ୍ରଭୁ ଶ୍ରୀଜଗନ୍ନାଥ? ୪୮ ବର୍ଷ ତଳେ ରଥଯାତ୍ରା ପାଇଁ ସହାୟତା କରିଥିଲେ ଟ୍ରମ୍ପ, ଏବେ ଭକ୍ତର ବିପଦ ବେଳେ ସାହା ହେଲେ କାଳିଆ ଠାକୁର….

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆମେରିକାର ପୂର୍ବତନ ରାଷ୍ଟ୍ରପତି ତଥା ରିପବ୍ଲିକାନ ପାର୍ଟିର ରାଷ୍ଟ୍ରପତି ପ୍ରାର୍ଥୀ ଡୋନାଲ୍ଡ ଟ୍ରମ୍ପଙ୍କ ଉପରେ ହୋଇଥିବା ଗୁଳିମାଡ଼ରେ ସେ ଅଳ୍ପକେ ବର୍ତ୍ତି ଯାଇଛନ୍ତି । ପେନସିଲଭାନିଆରେ ଏକ ରାଲିକୁ ସମ୍ବୋଧିତ କରୁଥିବା ସମୟରେ ଟ୍ରମ୍ପଙ୍କ ଉପରେ ଏହି ମରଣାନ୍ତକ ଆକ୍ରମଣ ହୋଇଥିଲା । ଟ୍ରମ୍ପଙ୍କ ଡାହାଣ କାନର ଉପର ଭାଗ ଦେଇ ଗୁଳି ଚାଲିଯାଇଥିଲା । କିଛି ସେମି ଦୂରତା ପାଇଁ ବିଶ୍ୱର ଜଣେ ପ୍ରମୁଖ ଲିଡରଙ୍କ ଜୀବନ ବଞ୍ଚିଯାଇଛି । ଏହାର ଏକ ଫଟୋ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି । ଗୁଳିମାଡ଼ ହେବା ସମୟରେ ଯଦି ଟ୍ରମ୍ପ ତାଙ୍କର ମୁଣ୍ଡକୁ ବୁଲାଇଥାନ୍ତେ ତେବେ ସେ ନିଶ୍ଚିତ ଭାବେ ମୃତ୍ୟୁବରଣ କରିଥାନ୍ତେ ବୋଲି ଜଣେ ୟୁଜର୍ସ କହିଛନ୍ତି । ତେଣୁ ଏହାକୁ ଦୈବୀକୃପା ବୋଲି କୁହାଯାଉଛି । ଏହି ଘଟଣା ପରିପ୍ରେକ୍ଷୀରେ କୋଲକତା ଇସ୍କନର ଉପାଧ୍ୟକ୍ଷ ରାଧାରମଣ ଦାସଙ୍କ ମଧ୍ୟ ୟୁଜର୍ସଙ୍କ କଥାକୁ ସମର୍ଥନ କହିଛନ୍ତି ।

ରାଧାରମଣ ଦାସ ଏହି ଘଟଣାରେ ଚିନ୍ତାବ୍ୟକ୍ତ କରିବା ସହିତ କହିଛନ୍ତି, ଆଜିଠାରୁ ଠିକ୍ ୪୮ ବର୍ଷ ପୂର୍ବେ ଟ୍ରମ୍ପ ଜଗନ୍ନାଥ ରଥଯାତ୍ରା ଉତ୍ସବକୁ ବଞ୍ଚାଇଥାନ୍ତେ । ଆଜି ସାରା ଦୁନିଆ ପୁଣି ଥରେ ରଥଯାତ୍ରା ଉତ୍ସବ ପାଳନ କରୁଛି । ତେଣୁ ଏଭଳି ସମୟରେ ଟ୍ରମ୍ପଙ୍କ ଉପରେ ଯେତେବେଳେ ଆକ୍ରମଣ ହୋଇଛି ସେହି ସମୟରେ ଜଗନ୍ନାଥ ଟ୍ରମ୍ପଙ୍କ ଜୀବନ ବଞ୍ଚାଇ ଋଣ ପରିଶୋଧ କରିଛନ୍ତି । ୧୯୭୬ ମସିହା ଜୁଲାଇ ମାସରେ ଟ୍ରମ୍ପ ରଥ ନିର୍ମାଣ ପାଇଁ ନିଜର ଟ୍ରେନ ୟାର୍ଡ ମାଗଣାରେ ଦେଇ ଇସ୍କନ ଭକ୍ତଙ୍କୁ ରଥଯାତ୍ରା ଆୟୋଜନରେ ସହାୟତା କରିଥିଲେ । ରିୟଲ ଇଷ୍ଟେଟ ଟାଇକନ ଟ୍ରମ୍ପଙ୍କ ସେହି ବଦାନ୍ୟତା ବିଷୟରେ ଶ୍ରୀ ଦାସ ବର୍ଣ୍ଣନା କରିଛନ୍ତି ।

ଆଜି ଯେତେବେଳେ ଦୁନିଆ ୯ ଦିନିଆ ଜଗନ୍ନାଥ ରଥଯାତ୍ରା ଉତ୍ସବ ପାଳନ କରୁଛି, ସେହି ସମୟରେ ଟ୍ରମ୍ପଙ୍କ ଉପରେ ଏକ ଭୟାନକ ଆକ୍ରମଣ ହୋଇଥିଲା । ତେଣୁ ଏହି ଆକ୍ରମଣରେ ଟ୍ରମ୍ପ ଅଳ୍ପକେ ବଞ୍ଚିବା ଜଗନ୍ନାଥଙ୍କର ହସ୍ତକ୍ଷେପ ବୋଲି ଦର୍ଶାଉଛି । ସାରା ବ୍ରହ୍ମାଣ୍ଡରେ ଭଗବାନ ମହାପ୍ରଭୁ ଜଗନ୍ନାଥଙ୍କ ପ୍ରଥମ ରଥଯାତ୍ରା ୧୯୭୬ରେ ଏନୱାଇସି ସଡ଼କରେ ସଂଯୁକ୍ତ ରାଜ୍ୟ ଆମେରିକାର ସେ ସମୟର ୩୦ ବର୍ଷୀୟ ଯୁବ ରିୟଲ ଇଷ୍ଟେଲ ଟାଇକନ ଟ୍ରମ୍ପଙ୍କ ସହାୟତାରେ ଆରମ୍ଭ ହୋଇଥିଲା । ତେଣୁ ଆଜି ଯେତେବେଳେ ସେହି ଭକ୍ତର ଜୀବନ ବିପଦରେ ପଡ଼ିଥିଲା, ସେହି ସମୟରେ ପ୍ରଭୁ ଆଶିର୍ବାଦ କରି ଭକ୍ତକୁ ରକ୍ଷା କରିଥିଲେ ।

ସୂଚନାଯୋଗ୍ୟ ଯେ, ପୁରୀର ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଶ୍ୱପ୍ରସିଦ୍ଧ ରଥଯାତ୍ରା ଗତ ୭ ତାରିଖରେ ଆରମ୍ଭ ହୋଇଥିଲା । ଆଗକୁ ପ୍ରଭୁଙ୍କର ବାହୁଡ଼ାଯାତ୍ରା ଓ ସୁନାବେଶ ପାଳନ କରାଯିବ । ଏହି ଅବସରରେ ଦେଶ, ବିଦେଶରୁ ଲକ୍ଷାଧିକ ଭକ୍ତଙ୍କର ସୁଅ ପୁରୀକୁ ଛୁଟିବ । ଦେଶ, ବିଦେଶର ବିଭିନ୍ନ ସ୍ଥାନରେ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା, ବାହୁଡ଼ା ଯାତ୍ରା, ସୁନାବେଶ ଆଦି ପାଳନ କରାଯାଉଛି । ବିଭିନ୍ନ ସ୍ଥାନରେ ଭକ୍ତମାନେ ନୀତିକାନ୍ତି ମାନି କାଳିଆ ଠାକୁରଙ୍କ ପୂଜା କରିଥାନ୍ତି ।

Get real time updates directly on you device, subscribe now.