fbpx

ମଣିପୁରରେ CRPF ଟିମ୍ ଉପରେ ଆକ୍ରମଣ: ଜଣେ ଯବାନ ସହିଦ୍ ଓ ଜଣେ ପୋଲିସ କର୍ମଚାରୀ ଆହତ

ଇମ୍ଫାଲ: ସନ୍ଦିଗ୍ଧ ଆତଙ୍କବାଦୀମାନେ ରବିବାର ଦିନ ମଣିପୁରର ଜିରିବାମ ଜିଲ୍ଲାରେ ରାଜ୍ୟ ପୋଲିସ ଏବଂ CRPF ର ଏକ ଟିମ୍ ଉପରେ ଆକ୍ରମଣ କରିଛନ୍ତି । ଜିରିବାମ ଅଞ୍ଚଳରେ ଉପଦ୍ରବୀମାନେ ସିଆରପିଏଫ୍ ଏବଂ ରାଜ୍ୟ ପୋଲିସର ମିଳିତ ଟିମକୁ ଟାର୍ଗେଟ୍ କରିଛନ୍ତି । ଏହି ହମଲାରେ ଜଣେ ଯବାନ ସହିଦ୍ ହୋଇଥିବା ସୂଚନା ରହିଛି । ସେହିପରି ଜଣେ ପୋଲିସକର୍ମୀ ଆହତ ହୋଇଛନ୍ତି । ତାଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । …

ସୂଚନା ଅନୁଯାୟୀ, ରବିବାର ସକାଳ ପ୍ରାୟ ୯ଟା ୪୦ ମିନିଟରେ ଉପଦ୍ରବୀମାନେ ସୁରକ୍ଷାବାହିନୀକୁ ଟାର୍ଗେଟ୍ କରିଥିଲେ । ଶନିବାର ଗୁଳିକାଣ୍ଡ ଘଟଣାରେ ପୋଲିସ ଓ ସିଆରପିଏଫର ୨୦ ବାଟାଲିୟନ ସର୍ଚ୍ଚ ଅପରେସନ କରୁଥିବା ବେଳେ ଦୁର୍ବୃତ୍ତମାନେ ଗୁଳିମାଡ଼ କରିଥିଲେ । ଏହି ଗୁଳିକାଣ୍ଡରେ ଜଣେ ଯବାନ ସହିଦ୍ ହୋଇଛନ୍ତି ଏବଂ ଅନ୍ୟ ଜଣେ ଆହତ ହୋଇଛନ୍ତି ।

ଏହି ଆକ୍ରମଣ ପରେ ୨୦ ସିଆରପିଏଫ ବାଟାଲିୟନ ଓ ଜିରିବାମ ପୋଲିସ ମିଳିତ ଭାବେ ସର୍ଚ୍ଚ ଅପରେସନ ଜାରି ରଖିଛି । ସନ୍ଦିଗ୍ଧ ଉପଦ୍ରବୀଙ୍କୁ ଖୋଜିଛନ୍ତି ସୁରକ୍ଷା ବାହିନୀର ଯବାନମାନେ । ମଣିପରୁରେ କିଛି ଦିନ ହେଲା ହିଂସାର ମାହୋଲ ଜାରି ରହିଛି । ରାଜ୍ୟରେ ହିଂସା ଥମିବାର ନାଁ ଥରୁନାହିଁ । କୁକି ଏବଂ ମୈତେଇ ସମୁଦାୟ ମଧ୍ୟରେ ସଂର୍ଘଷ ଲଗାତାର ଭାବେ ଜାରି ରହିଛି । ସୂଚନା ଅନୁଯାୟୀ, ଅପ୍ରେଲ୍ ମାସରେ ଦୁଇ ସଶସ୍ତ୍ର ଗୋଷ୍ଠୀ ମଧ୍ୟରେ ଗୁଳିବିନିମୟ ହୋଇଥିଲା ।

ଏହି ଘଟଣା ସମ୍ପର୍କରେ ଅନ୍ୟ ଜଣେ ଅଧିକାରୀ କହିଛନ୍ତି ଯେ ରବିବାରର ଆକ୍ରମଣ ପରେ ନିକଟ ପାହାଡ଼ିଆ ଅଞ୍ଚଳରୁ ମୋଙ୍ଗବଙ୍ଗରେ ଅତିରିକ୍ତ ସୁରକ୍ଷା ବାହିନୀ ମୁତୟନ କରାଯାଇଛି। ବନ୍ଧୁକ ଆକ୍ରମଣରେ ସୁରକ୍ଷା କର୍ମୀଙ୍କ ଗାଡି ନଷ୍ଟ ହୋଇଯାଇଥିବା ସେ କହିଛନ୍ତି । ପୋଲିସ କହିଛି ଯେ ଶନିବାର ରାତିରେ ମଧ୍ୟ ଗାଁରେ ଗୁଳିର ଶବ୍ଦ ଶୁଣିବାକୁ ମିଳିଥିଲା।

Get real time updates directly on you device, subscribe now.