fbpx

ମଣ୍ଡିରେ ୪% କମିଲା ଡାଲି ଦର, ହେଲେ ରିଟେଲ ମାର୍କେଟରେ ଗ୍ରାହକଙ୍କୁ ମିଳୁନି ଆଶ୍ୱସ୍ତି

ନୂଆଦିଲ୍ଲୀ: ମଣ୍ଡିମାନଙ୍କରେ ଚଣା, ବିରି ଏବଂ ହରଡ ଡାଲି ଦର କମିଛି, କିନ୍ତୁ ରିଟେଲ ମାର୍କେଟରେ ଉପଭୋକ୍ତାଙ୍କୁ ଏପର୍ଯ୍ୟନ୍ତ ଏହାର ଲାଭ ମିଳିନାହିଁ । ଯାହାକୁ ନେଇ ସରକାର ଚିନ୍ତିତ ଅଛନ୍ତି । ଏହାକୁ ଦୃଷ୍ଟିରେ ରଖି ଡିପାର୍ଟମେଣ୍ଟ ଅଫ କଞ୍ଜ୍ୟୁମର ଆଫେୟର୍ସ ଡାଲି ଦରର ସମୀକ୍ଷା କରିବା ବ୍ୟତୀତ ହରଡ ଡାଲି ଏବଂ ଚଣା ଡାଲିର ଷ୍ଟକ ଲିମିଟର ଅନୁପାଳନ କରିବା ପାଇଁ ରିଟେଲର୍ସ ଆସୋସିଏସନ ଅଫ ଇଣ୍ଡିଆ ସହ ଗୁରୁତ୍ୱପୂର୍ଣ୍ଣ ବୈଠକ କରିଛନ୍ତି ।

ଗ୍ରାହକଙ୍କ ମାମଲାର ସଚିବ ନିଧି ଖରେ ସମୀକ୍ଷା ବୈଠକର ଅଧ୍ୟକ୍ଷତା କରି କହିଛନ୍ତି ଯେ, ଗତ ଏକ ମାସରେ ମୁଲ୍ୟ ମଣ୍ଡିମାନଙ୍କରେ ଚଣା ଡାଲି, ହରଡ ଡାଲି ଏବଂ ବିରିର ମୂଲ୍ୟରେ ୪ ପ୍ରତିଶତ କମିଛି, ହେଲେ କୁଚୁରା ମୂଲ୍ୟରେ ହ୍ରାସ ଦେଖିବାକୁ ମିଳିନାହିଁ । ଉପଭୋକ୍ତା ମାମଲାର ସଚିବହୋଲସେଲ ମଣ୍ଡିର ମୂଲ୍ୟ ଏବଂ ରିଟେଲ ମାର୍କେଟର ମୂଲ୍ୟରେ ବିଭିନ୍ନ ଧାରାକୁ ସୂଚାଇ ଗ୍ରାହକ ବ୍ୟାପାର ସଚିବ କହିଛନ୍ତି ଯେ, ଖୁଚୁରା ବ୍ୟବସାୟୀମାନେ ଅଧିକ ଲାଭ ହାସଲ କରିବାକୁ ଚେଷ୍ଟା କରୁଛନ୍ତି ।

ନିଧି ଖରେ ବୈଠକରେ ସାମିଲ ହୋଇଥିବା ପ୍ରତିନିଧୀଙ୍କୁ ବର୍ତ୍ତମାନ ମୂଲ୍ୟର ସ୍ଥିତି ଏବଂ ଖରିଫ ଆଉଟଲୁକକୁ ଧ୍ୟାନରେ ରଖି ରିଟେଲ ଇଣ୍ଡଷ୍ଟ୍ରୀରୁ ଉପଭୋକ୍ତାମାନେ ଶସ୍ତା ଦାମରେ ଡାଲି ଉପଲବ୍ଧ କରିବା ପାଇଁ କହିଛନ୍ତି । ସେ କହିଛନ୍ତି ଯେ, ବଡ ଚଣା ରିଟେଲର୍ସ ସହ ସମସ୍ତ ଷ୍ଟକହୋଲ୍ଡିଙ୍ଗସ ୟୁନିଟର ଷ୍ଟକ ପୋଜିସନ ଉପରେ ସରକାର ତିକ୍ଷ୍ଣ ନଜର ରଖିଛନ୍ତି । ଏହା ଦ୍ୱାରା ସ୍ଥିର ଷ୍ଟକ ଲିମିଟର ଉଲଘଂନ ହେବନାହିଁ ।

Get real time updates directly on you device, subscribe now.