ପୁରୁଷଙ୍କ ଅପେକ୍ଷା ମହିଳା ବେଶୀ ଦିନ ବଞ୍ଚନ୍ତି! ମହିଳା ଓ ପୁରୁଷ ମଧ୍ୟରେ କ’ଣ ସବୁ ଭିନ୍ନତା ଥାଏ, ଉଭୟଙ୍କ ଶରୀରରେ କେତେ ରହିଛି ଅନ୍ତର….

ଓଡିଶା ଭାସ୍କର: ଶରୀରର ଭିନ୍ନତା ସାଙ୍ଗକୁ ଅନେକ କିଛି ଭିନ୍ନତା ଥାଏ ମହିଳା ଓ ପୁରୁଷଙ୍କ ମଧ୍ୟରେ । କେବଳ ଶାରୀରିକ ଗଠନ ଦୃଷ୍ଟିରୁ ମହିଳା ପୁରୁଷଠୁ ଭିନ୍ନ ନ ଥାଏ । ବରଂ ଅନେକ ଭିନ୍ନତା ଦେଇ ଉଭୟେ ଗତି କରନ୍ତି । ଉଭୟଙ୍କ ମଧ୍ୟରେ କ’ଣ ରହିଛି ଭିନ୍ନତା ଜାଣିବା….

ଶରୀର ଗଠନ: ମହିଳା ଓ ପୁରୁଷଙ୍କ ପ୍ରଜନନ ଅଙ୍ଗରେ ଭିନ୍ନତା ଥାଏ । ମହିଳାଙ୍କ ପ୍ରଜନନ ଅଙ୍ଗରେ ଅଣ୍ଡାଶୟ, ପୈଲୋପିୟନ ଟ୍ୟୁବ, ଗର୍ଭାଷୟ ତଥା ଯୌନି ଥାଏ । ପୁରୁଷଙ୍କ ବିର୍ଯ୍ୟାଶୟରେ ସ୍ପର୍ମ ତିଆରି ହେଉଥିବାବେଳେ ମହିଳାଙ୍କ ଗର୍ଭାଶୟରେ ଅଣ୍ଡାର ନିର୍ମାଣ ହୁଏ । ସେପଟେ ମହିଳାମାନେ ମୁଖ୍ୟତଃ ଏଷ୍ଟ୍ରୋଜେନ ଓ ପ୍ରୋଗେଷ୍ଟେରୋନ ଉତ୍ପନ୍ନ କରନ୍ତି । ଯାହା ମାସିକ ଚକ୍ରକୁ ନିୟନ୍ତ୍ରଣ କରେ । ଏହାସହ ଏହା ପ୍ରଜନନ କ୍ଷମତାକୁ ମଧ୍ୟ ବଢାଏ । ପୁରୁଷମାନେ ଟେଷ୍ଟୋଷ୍ଟେରନ ଉପତ୍ନ କରନ୍ତି ଯାହା ଶୁକ୍ରାଣୁ ଉତ୍ପାଦନ କରିଥାଏ । ଏହାବାଦ ମହିଳାଙ୍କ ପାଖରେ ୨ ଟି ଏକ୍ସ କ୍ରମୋଜୋମ (xx) ଥାଏ । ପୁରୁଷଙ୍କ ପାଖରେ ଗୋଟିଏ ଏକ୍ସ(x) ଓ ଗୋଟିଏ ୱାଇ(y) କ୍ରମୋଜୋମ ରହିଥାଏ ।

ଆୟୁଷରେ ମଧ୍ୟ ଭିନ୍ନତା : ଏକ ରିପୋର୍ଟ ଅନୁସାରେ, ମହିଳା ପୁରୁଷଙ୍କଠୁ ଅଧିକ ଦୀର୍ଘାୟୁ ଅଟନ୍ତି । ୨୦୨୨ ମସିହାର ଏକ ଗବେଷଣା କହେ, ଜର୍ମାନୀରେ ପୁରୁଷଙ୍କ ଆୟୁ ପ୍ରାୟ ୭୮ ବର୍ଷ ହୋଇଥିବାବେଳେ ମହିଳାଙ୍କ କ୍ଷେତ୍ରରେ ଏହା ୮୨ ବର୍ଷ ଅଟେ । ସେହିଭଳି ଆମେରିକାରେ ମଧ୍ୟ ପୁରୁଷ ୭୩ ବର୍ଷ ବୟସ ବଞ୍ଚୁଥିବାବେଳେ ମହିଳାମାନେ ୭୯ ବର୍ଷ ବଞ୍ଚନ୍ତି ।

ବେଶୀ ଶକ୍ତିଶାଳୀ କିଏ: ପୁରୁଷଙ୍କ ଶାରୀରିକ ଗଟନ ମହିଳାଙ୍କଠୁ ବେଶୀ ମଜବୁତ ଅଟେ । ପୁରୁଷଙ୍କ କାନ୍ଧ ମହିଳାଙ୍କ ଅପେକ୍ଷା ଅଧିକ ଚଉଡା ଅଟେ । ମାତ୍ର ଜଂଘର ମୋଟା ମହିଳାଙ୍କ ବେଶୀ ଥାଏ ପୁରୁଷଙ୍କ ଅପେକ୍ଷା । ପୁରୁଷଙ୍କ ଶରୀରରେ ଅଧିକ ବାଳ ଥାଏ । ମାତ୍ର ମହିଳାଙ୍କ ଶରୀରରେ ଏହା କମ୍ ଦେଖିବାକୁ ମିଳେ ।

Get real time updates directly on you device, subscribe now.