fbpx

ଦେଶକୁ ଫେରିବା ପାଇଁ ଚାହୁଁଛନ୍ତି ରୁଷ ସେନାରେ କାମ କରୁଥିବା ୫୦ ଭାରତୀୟ, ସରକାରଙ୍କୁ କଲେ ନିବେଦନ

ନୂଆଦିଲ୍ଲୀ: ରୁଷ ସେନାରେ କାମ କରୁଥିବା ୫୦ ଭାରତୀୟ ନାଗରିକ ବର୍ତ୍ତମାନ ନିଜ ଦେଶକୁ ଆସିବାକୁ ଚାହୁଁଛନ୍ତି । ବୈଦେଶିକ ମନ୍ତ୍ରାଳୟ ଶୁକ୍ରବାର ଦିନ ଏହାର ସୂଚନା ଦେଇଛନ୍ତି । ବୈଦେଶିକ ମନ୍ତ୍ରାଳୟ କହିଛି ଯେ, ରୁଷ ସେନାରେ କାମ କରୁଥିବା ୫୦ ଜଣ ଭାରତୀୟ ନାଗରିକ ଭାରତୀୟ ଅଧିକାରୀମାନଙ୍କୁ ଯୋଗାଯୋଗ କରୁଛନ୍ତି, ତାଙ୍କୁ ଛୁଟି ଆବଶ୍ୟକ । ଦୁଇ ଦେଶ ଏହି ମାମଲାର ସମାଧାନ ଖୋଜିବା ପାଇଁ କାମ କରୁଛନ୍ତି ।

ୟୁକ୍ରେନରେ ଯୁଦ୍ଧ ପାଇଁ ନିୟୋଜିତ ୟୁନିଟ ସହ ସେବା କରି ଚଳିତ ବର୍ଷ ଚାରିଜଣ ଭାରତୀୟଙ୍କୁ ହତ୍ୟା କରାଯିବା ପରେ ନୂଆଦିଲ୍ଲୀ ରୁଷ ସେନାରେ ଭାରତୀୟଙ୍କ ନିଯୁକ୍ତି ଉପରେ ପ୍ରତିବନ୍ଧକ ଲଗାଇବା ପାଇଁ ଦାବି କରିଥିଲେ । ଆଧକାଂଶ ଭାରତୀୟ ରୋଷେୟା ଏବଂ ସହାୟକ କର୍ମଚାରୀମାନଙ୍କ ଭାବେ ରୁଷ ସେନା ସହ କାର୍ଯ୍ୟ କରୁଥିଲେ ଏବଂ ଯୁଦ୍ଧ ହେବା ପରେ ୟୁନିଟ ସହ ଯୁଦ୍ଧ କ୍ଷେତ୍ରକୁ ଯାଇଥିଲେ ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ମସ୍କୋରେ ଅନୁଷ୍ଠିତ ବାର୍ଷିକ ଶିଖର ସମ୍ମିଳନୀରେ ରୁଷର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସହ ଏହି ପ୍ରସଙ୍ଗ ଉଠାଇ ଭାରତୀୟ ନାଗରିକଙ୍କ ଶୀଘ୍ର ମୁକ୍ତ ଏବଂ ଦେଶକୁ ଫେରାଇ ଆଣିବାକୁ ଦାବି କରିଛନ୍ତି।

Get real time updates directly on you device, subscribe now.