fbpx

Indian Navyରେ ଚାକିରି ପାଇଁ ବଡ଼ ସୁଯୋଗ, ପୂରଣ ହେବ ୭୪୧ ଟି ପଦବୀ , ଦରମା ୧ ଲକ୍ଷରୁ ଅଧିକ

ନୂଆଦିଲ୍ଲୀ : ଭାରତୀୟ ନୌସେନାରେ ଚାକିରି କରିବାର ସୁବର୍ଣ୍ଣ ସୁଯୋଗ । ଏଠାରେ ବିଭିନ୍ନ ପଦବୀ ଚାର୍ଜମ୍ୟାନ, ସାଇଣ୍ଟିଫିକ ଆସିଷ୍ଟାଣ୍ଟ, ଡ୍ରାଫ୍ଟସମ୍ୟାନ, ଫାୟାରମ୍ୟାନ, କୁକ୍‌, ଏମଟିଏସ ଇତ୍ୟାଦି ପଦବୀ ଖାଲିପଡିଛି । ଆଜିଠାରୁ ଏଥିପାଇଁ ରେଜିଷ୍ଟ୍ରେସନ ଆରମ୍ଭ ହୋଇଛି । ଇଚ୍ଛୁକ ଏବଂ ଯୋଗ୍ୟ ପ୍ରାର୍ଥୀ ଅଫିସିଆଲ େଓ୍ଵବସାଇଟକୁ ଯାଇ ଆବେଦନ କରିପାରିବେ ।

ପଦବୀ ବିବରଣୀ : ୭୪୧

ଚାର୍ଜମ୍ୟାନ : ୨୯
ସାଇଣ୍ଟିଫିକ ଆସିଷ୍ଟାଣ୍ଟ : ୪
ଡ୍ରାଫ୍ଟସମ୍ୟାନ କନଷ୍ଟ୍ରକସନ : ୨
ଫାୟାରମ୍ୟାନ : ୪୪୪
ଫାୟାର ଇଂଜିନ ଡ୍ରାଇଭର : ୫୮,
ଟ୍ରେଡସମ୍ୟାନ ମେଟ : ୧୬୧
ପେଷ୍ଟ କଣ୍ଟ୍ରୋଲ ଓ୍ଵାର୍କର: ୧୮
କୁକ: ୯
ଏମଟିଏସ : ୧୬

ଜରୁରୀ ତାରିଖ : ଆବେଦନ କରିବାର ତାରିଖ ଆଜିଠାରୁ ଆରମ୍ଭ ହୋଇଥିବା ବେଳେ ଶେଷ ଅଗଷ୍ଟ ୨ ତାରିଖରେ ହେବ ।

ଶିକ୍ଷାଗତ ଯୋଗ୍ୟତା : ଏହି ପଦବୀରେ ଆବେଦନ କରିବା ପାଇଁ ଶିକ୍ଷାଗତ ଯୋଗ୍ୟତା ଏବଂ ବୟସ ସୀମା ଅଲଗା ଅଲଗା ରହିଛି । ୧୦ମ୍‌ ପାସ ଠାରୁ ଆରମ୍ଭ କରି ଆଇଟିଆଇ, ସମ୍ବନ୍ଧୀୟ ଫିଲ୍ଡ ଡିପ୍ଲୋମା, ଇଂଜିନିୟରିଂ ଡିପ୍ଲୋମା କରିଥିବା ଜରୁରୀ । କିଛି ପଦବୀ ପାଇଁ ଗ୍ରାଜୁଏସନ କରିଥିବା ଜରୁରୀ ।

ବୟସ ସୀମା : ପ୍ରାର୍ଥୀଙ୍କ ବୟସ ସୀମା ୧୮ରୁ ୩୦ ବର୍ଷ ମଧ୍ୟରେ ହୋଇଥିବା ଜରୁରୀ । ସଂରକ୍ଷିତ ପ୍ରାର୍ଥୀଙ୍କୁ ଛାଡ୍‌ ମିଳିବ ।

ଚୟନ କିପରି ହେବ : ପ୍ରାର୍ଥୀଙ୍କ ଚୟନ ଲିଖିତ ପରୀକ୍ଷା, ଫିଜିକାଲ ଫିଟନେସ ଟେଷ୍ଟ, ଡକ୍ୟୁମେଣ୍ଟ ଭେରିଫିକେସନ ଏବଂ ମେଡିକାଲ ପରୀକ୍ଷା ଦେବାକୁ ହେବ । ପ୍ରଥମ ପର୍ଯ୍ୟାୟରେ ପାସ୍‌ କରିବା ପରେ ଦ୍ୱିତୀୟ ପର୍ଯ୍ୟାୟରେ ପାସ୍‌ କରିବାକୁ ହେବ ।

ଆବେଦନ ଶୁଳ୍କ : ଏହି ପଦବୀରେ ଆବେଦନ କରିବା ପାଇଁ ଜେନେରାଲ, ଓବିସି ଏବଂ EWS ପ୍ରାର୍ଥୀ ୨୯୫ ଟଙ୍କା ଦେବାକୁ ହେବ । ସେହିପରି ଅନୁସୂଚିତ ଜାତି/ଜନଜାତି ଏବଂ ମହିଳା ପ୍ରାର୍ଥୀ କୌଣସି ଶୁଳ୍କ ଦେବେ ନାହିଁ ।

ଦରମା : ଖାଲିପଡିଥିବା ପଦବୀ ପାଇଁ ୩୫ ହଜାରରୁ ଆରମ୍ଭ କରି ୧,୧୨,୪୦୦ ଟଙ୍କା ପର୍ଯ୍ୟନ୍ତ ମାସିକ ଦରମା ମିଳିବ । ବିଭିନ୍ନ ପଦବୀ ପାଇଁ ଅଲଗା ଅଲଗା ଦରମା ରହିଛି ।

ଅଧିକ ଜାଣିବା ପାଇଁ ଅଫିସିଆଲ ୱେବସାଇଟ ଚେକ୍‌ କରନ୍ତୁ ।

Get real time updates directly on you device, subscribe now.