fbpx

SSC CGL ପରୀକ୍ଷା ଲାଗି ଅନଲାଇନରେ ଅବେଦନ ଜାରି, ଜାଣନ୍ତୁ କିପରି ହେବ ଚୟନ ପ୍ରକ୍ରିୟା

ନୂଆଦିଲ୍ଲୀ : ଭାରତ ସରକାରଙ୍କ ବିଭିନ୍ନ ବିଭାଗରେ ୧୭,୭୨୭ଟି ଗ୍ରୁପ୍ ‘ବି’ ଓ ଗ୍ରୁପ୍ ‘ସି’ ପଦବୀ ପାଇଁ ନିଯୁକ୍ତି ସୁଯୋଗ ପ୍ରକାଶ ପାଇଛି। ଷ୍ଟାଫ୍ ସିଲେକ୍ସନ କମିସନ (ଏସଏସସି) ପକ୍ଷରୁ ଏହି ପଦବୀ ପୂରଣ ପାଇଁ କମ୍ବବାଇନ ଗ୍ରାଜୁଏଟ୍ ଲେଭଲ ପରୀକ୍ଷା (ସିଜିଏଲ୍) କରାଯିବ। ଏସଏସସି ସିଜିଏଲ ୨୦୨୪ ବିଜ୍ଞପ୍ତି ପିଡିଏଫ ଅଫିସିଆଲ୍ ୱେବସାଇଟ୍ ssc.gov.in ରେ ଯାଞ୍ଚ କରିପାରିବେ ।

ସିଜିଏଲ୍ ପରୀକ୍ଷା ଲାଗି ଏବେ ଅନଲାଇନରେ ଅବେଦନ ଜାରି ରହିଛି।

ଜୁଲାଇ ୨୪ ଆବେଦନର ଶେଷ ତାରିଖ।

ଚୟନ ପ୍ରକ୍ରିୟା

ଏହି ସବୁ ପଦବୀ ପାଇଁ ଏସଏସସି ପକ୍ଷରୁ ପ୍ରଥମେ ପ୍ରିଲିମିନାରି ପରୀକ୍ଷା କରାଯିବ। ଏଥିରେ ଭଲ କରିଥିବା ପ୍ରାର୍ଥୀଙ୍କ ନାମକୁ ୨ୟ ପର୍ଯ୍ୟାୟ ପରୀକ୍ଷା ପାଇଁ ମେରିଟ ଲିଷ୍ଟ ବାହାର କରାଯିବ। ୨ୟ ପର୍ଯ୍ୟାୟ ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା ପାର୍ଥୀଙ୍କର ପଦବୀ ପାଇଁ ଇଣ୍ଟରଭ୍ୟୁ କରାଯିବ।

ଏହି ପରୀକ୍ଷା କେବେ ହେବ, ସେନେଇ ଏସଏସସି ପକ୍ଷରୁ ଆଗକୁ ସୂଚନା ଦିଆଯିବ। ପରୀକ୍ଷାର ଅଧିକ ସୂଚନା ଏସଏସସି ୱେବସାଇଟରେ ଉପଲବ୍ଧ। ଏସଏସସିର ଏହି ସିଜିଏଲ ପରୀକ୍ଷାରେ ଅଣସରଂକ୍ଷିତ ବର୍ଗର ପ୍ରାର୍ଥୀଙ୍କ ପାଇଁ୧୦୦ ଟଙ୍କା ଆବେଦନ ଶୁଳ୍କ ଧାର୍ଯ୍ୟ କରାଯାଇଛି। ଅନ୍ୟ ବର୍ଗର ପ୍ରାର୍ଥୀମାନଙ୍କ ପାଇଁ କୌଣସି ଆବେଦନ ଶୁଳ୍କ ଦେବାକୁ ପଡ଼ିବ ନାହିଁ।

ଏସଏସସି ସିଜିଏଲ ୨୦୨୪ ପାଇଁ କିପରି ଆବେଦନ କରିବେ?
ଆବେଦନ କରିବାକୁ ପ୍ରଥମେ ଅଫିସିଆଲ୍ ୱେବସାଇଟ୍ ssc.gov.inକୁ ଯାଆନ୍ତୁ ।
ହୋମପେଜରେ ଥିବା SSC CGL Recruitment 2024 ଉପରେ କ୍ଲିକ୍ କରନ୍ତୁ ।
ସେଠାରେ ସମସ୍ତ ଆବଶ୍ୟକୀୟ ସୂଚନାକୁ ଆରାମରେ ପୁରଣ କରନ୍ତୁ ।
ଆବଶ୍ୟକ ଡକ୍ୟୁମେଣ୍ଟଗୁଡିକର ସ୍କାନ୍ ହୋଇଥିବା କପି ଅପଲୋଡ୍ କରନ୍ତୁ ।
ଆବେଦନ ପ୍ରକ୍ରିୟା ସମାପ୍ତ କରିବାକୁ ଅନ୍ଲାଇନରେ ନିର୍ଦ୍ଦିଷ୍ଟ ଆବେଦନ ଶୁଳ୍କ ପ୍ରଦାନ କରନ୍ତୁ ।
ଆବେଦନ ପ୍ରକ୍ରିୟା ସମାପ୍ତ ହେବା ପରେ, ଆପଣଙ୍କର ଆବେଦନ ଫର୍ମ ଆପଣଙ୍କ ସହିତ ରଖନ୍ତୁ ।।

Get real time updates directly on you device, subscribe now.