fbpx

ଥାଇରଏଡ୍ ହୋଇଥିଲେ ଏହିସବୁ ଖାଦ୍ୟଠାରୁ ଦୂରେଇ ରୁହନ୍ତୁ, ନଚେତ ହୋଇଯିବ ଭୟଙ୍କର କ୍ଷତି

ଥାଇରଏଡ୍ ଏକ ଗ୍ରନ୍ଥି ଜନିତ ସମସ୍ୟା। ଏହି ରୋଗ ପୁରୁଷଙ୍କ ଅପେକ୍ଷା ମହିଳାମାନଙ୍କଠାରେ ଅଧିକ ଦେଖାଯାଏ। ଏକ ସର୍ବେକ୍ଷଣରୁ ଜଣାପଡିଛି ଯେ, ଭାରତରେ ପ୍ରତି ୮ ଜଣ ମହିଳାଙ୍କ ମଧ୍ୟରୁ ଜଣଙ୍କର ଥାଇରଏଡ୍ ସମସ୍ୟା ରହିଛି। ମୋଟ ଉପରେ, ଦେଶରେ ୪.୨ କୋଟିରୁ ଅଧିକ ଲୋକ ଏହି ରୋଗରେ ପିଡ଼ୀତ ଅଛନ୍ତି। ତେଣୁ, ଏହି ରୋଗର ନିରାକରଣ ପାଇଁ କେତେକ ଖାଦ୍ୟଠାରୁ ଦୂରେଇ ରହିବାକୁ ପଡ଼ିବ।

ସୋୟା ଏପରି ଏକ ଖାଦ୍ୟ, ଯାହାକୁ ଥାଇରଏଡ୍ ରୋଗୀମାନେ ଆଦୌ ଖାଇବା ଉଚିତ୍ ନୁହେଁ। କାରଣ ସୋୟାରେ ଗାଇଟ୍ରୋଜେନ ନାମକ ଏକ ଉପାଦାନ ଥାଏ, ଯାହା ଥାଇରଏଡ ଗ୍ରନ୍ଥିକୁ କ୍ଷତି ପହଞ୍ଚାଏ। କୋବି, ଫୁଲକୋବି, ବ୍ରୋକୋଲି ପରି ପନିପରିବା, ଯାହାକୁ ବ୍ରେସିକା ଭେଜିଜ କୁହାଯାଏ, ସେସବୁକୁ ଥାଇରଏଡ୍ ରୋଗୀ ଆଦୌ ଖାଇବା ଉଚିତ୍ ନୁହେଁ। ଏହି ପନିପରିବାରେ ଆଣ୍ଟି-ଥାଇରଏଡ୍ ଯୌଗିକ ଭରପୂର ପରିମାଣରେ ଥାଏ, ଯାହା ଥାଇରଏଡର ସାଧାରଣ କାର୍ଯ୍ୟରେ ବାଧା ସୃଷ୍ଟି କରିପାରେ। ଏହି ପନିପରିବାଗୁଡିକର ଅତ୍ୟଧିକ ବ୍ୟବହାର ଫଳରେ ଥାଇରଏଡ୍ ଗ୍ରନ୍ଥି ଉପରେ ଚାପ ପଡିବାର ସମ୍ଭାବନା ଥାଏ। ଫଳରେ ହର୍ମୋନ କ୍ଷରଣରେ ବ୍ୟାଘାତ ସୃଷ୍ଟି ହୋଇପାରେ। ତେଣୁ, ଥାଇରଏଡ୍, ହାଇପୋଥାଇରଏଡିଜିମ୍ ସମସ୍ୟାରେ ପୀଡିତ ଲୋକମାନେ ଏହି ପନିପରିବା ଆଦୌ ଖାଇବା ଉଚିତ୍ ନୁହେଁ। ଥାଇରଏଡ୍ ଗ୍ରନ୍ଥିରେ ଥାଇରଏଡ୍ ହରମନ୍ ଉତ୍ପାଦନକୁ ପ୍ରଭାବିତ କରେ। ଯେଉଁ କାରଣରୁ ହର୍ମୋନ ସ୍ତର ବିଗିଡି ଯାଇପାରେ। ତେଣୁ, ଥାଇରଏଡ୍ ରୋଗୀମାନେ ସର୍ବନିମ୍ନ କଫିନ୍ ଗ୍ରହଣ କରିବା ଉଚିତ୍ କିମ୍ବା ସମ୍ପୂର୍ଣ୍ଣରୂପେ ଦୂରେଇ ରହିବା ଉଚିତ୍।

ଥାଇରଏଡ୍ ସମସ୍ୟାରେ ପିଡ଼ୀତ ବ୍ୟକ୍ତିମାନେ ଜଙ୍କ ଫୁଡ୍ ବା ଫାଷ୍ଟଫୁଡଠାରୁ ସମ୍ପୂର୍ଣ୍ଣ ଦୂରେଇ ରହିବା ଉଚିତ୍। ଏହି ପ୍ରକାର ଖାଦ୍ୟ ସାଧାରଣତଃ ପ୍ରଚୁର ଚର୍ବି, ଲୁଣ ଏବଂ କ୍ୟାଲୋରୀରେ ଭରପୂର ଥାଏ, ଯାହା ଥାଇରଏଡ୍ ପାଇଁ ଆଦୌ ଭଲ ନୁହେଁ। ପ୍ରକ୍ରିୟାକୃତ ଖାଦ୍ୟ ବା ପ୍ୟାକେଟ୍ ଖାଦ୍ୟ ଯେପରିକି ନୁଡୁଲ୍ସ, ସସ୍, କେଚପ୍, ଜାମ, ମ୍ୟାଜିକ୍ ମସାଲା ଇତ୍ୟାଦି ଥାଇରଏଡ୍ ରୋଗୀଙ୍କ ପାଇଁ ଆଦୌ ଲାଭଦାୟକ ନୁହେଁ।

Get real time updates directly on you device, subscribe now.