fbpx

ଗୌତମ କହିଲେ, ସୂର୍ଯ୍ୟଙ୍କୁ କାହିଁକି କଲେ ଅଧିନାୟକ, ବିରାଟ- ରୋହିତଙ୍କ ଭବିଷ୍ୟତ!

ଓଡିଶା ଭାସ୍କର: ଶ୍ରୀଲଙ୍କାଗସ୍ତକୁ ଯିବା ପୂର୍ବକୁ ଟିମ୍ ଇଣ୍ଡିଆର ନୂଆ କୋଚ ଗୌତମ ଗମ୍ଭୀର ଆଜି ଗଣମାଧମଙ୍କ ପ୍ରଶ୍ନର ଉତ୍ତର ରଖିଛନ୍ତି । ଗମ୍ଭୀର ଓ ଚୟନକର୍ତ୍ତା ଅଜିତ ଅଗରକରଙ୍କ ନେତୃତ୍ୱରେ ହିଁ ଭାରତୀୟ ଦଳର ଘୋଷଣା ହୋଇଛି । ଟିମ୍ ଚୟନ ସମୟରେ ସବୁଠୁ ବଡ ଫଇସଲା ଥିଲା ହାର୍ଦ୍ଦିକଙ୍କୁ ଟ୍ୱେଣ୍ଟି ଟ୍ୱେଣ୍ଟିର ଅଧିନାୟକ ପଦ ନ ଦେବା । କୋଚ ଗମ୍ଭୀର ଏବେ ଏହା ପଛର କାରଣ କହିଛନ୍ତି । ଗମ୍ଭୀର କହିଛନ୍ତି ଯେ, ସେମାନେ ଏମିତି ଜଣେ ଖେଳାଳିଙ୍କୁ ଅଧିନାୟକ କରିବାକୁ ଚାହାନ୍ତି ଯିଏ ଅଧିକରୁ ଅଧିକ ମ୍ୟାଚ ଖେଳୁଥିଲା । ଏଥିପାଇଁ ସୂର୍ଯ୍ୟକୁମାର ହିଁ ଫିଟ ଓ ସେ ଜଣେ ଅସାଧାରଣ ଖେଳାଳି ଅଟନ୍ତି । ତାଙ୍କର କୌଶଳ, ରଣନୀତି ଓ ଫିଟନେସ ଅଦ୍ଭୂତ ଅଟେ ବୋଲି ଗମ୍ଭୀର ପ୍ରକାଶ କରିଛନ୍ତି । ସର୍ବଦା ସେ ଟ୍ୱେଣ୍ଟି ଟ୍ୱେଣ୍ଟି ପାଇଁ ଉପଲବ୍ଧ ରହିପାରିବେ ।

ସେବିଭଳି ବିରାଟ ଓ ରୋହିତଙ୍କ ଭବିଷ୍ୟତକୁ ନେଇ ଗମ୍ଭୀର କହିଛନ୍ତି ଯେ ସେମାନଙ୍କ କ୍ରିକେଟ ଏବେ ସରି ନାହିଁ । ଉଭୟ ‘ରୋ-କୋ’ ଯୋଡି ବିଶ୍ୱସ୍ତରୀୟ ଖେଳାଳି ଅଟନ୍ତି । କୌଣସି ବି ଦଳ ସେମାନଙ୍କୁ ବିନା ଦ୍ୱନ୍ଦ୍ୱରେ ସାମିଲ କରିବ । ଉଭୟଙ୍କୁ ଚାମ୍ପିୟନ୍ସ ଟ୍ରଫି, ଅଷ୍ଟ୍ରେଲିଆ ସିରିଜ ଓ ଫିଟନେସ ଭଲ ରହିଲେ ୨୦୨୭ ବିଶ୍ୱକପ ମଧ୍ୟ ଖେଳିବାକୁ ଦିଆଯିବ । ସେପଟେ ଅଭିଷେକ ଓ ଋତୁରାଜ ଗାୟକୱାଡଙ୍କୁ ଟିମରେ ସାମିଲ ନ କରିବାକୁ ନେଇ କହିଛନ୍ତି ଯେ, କେବଳ ୧୫ ଜଣଙ୍କୁ ହିଁ ଦଳରେ ସାମିଲ କରାଯାଇପାରିବ । ଖେଳାଳି ଟିମରେ ସାମିଲ ନ ହେଲେ ସେମାନଙ୍କୁ ଖରାପ ଲାଗିବା ଥୟ । ଉଦାହରଣସ୍ୱରୂପ, ଟ୍ୱେଣ୍ଟି ଟ୍ୱେଣ୍ଟି ବିଶ୍ୱକପରେ ରିଙ୍କୁଙ୍କୁ ସାମିଲ କରାଯାଇ ନ ଥିଲା ଯଦିଓ ତାଙ୍କର ପ୍ରଦର୍ଶନ ସର୍ବଶ୍ରେଷ୍ଠ ଥିଲା ।

ଏହାବାଦ କୋଚ ଗମ୍ଭୀର କୋଚିଂଠୁ ଆରମ୍ଭ କରି ଜାଡେଜାଙ୍କୁ ବାହାର କରାଯିବାକୁ ନେଇ ତଥା ଭାରତର ଟେଷ୍ଟ କାର୍ଯ୍ୟସୂଚୀ ଉପରେ ମଧ୍ୟ ଅନେକ ପ୍ରଶ୍ନର ଉତ୍ତର ରଖିଛନ୍ତି । ଶ୍ରୀଲଙ୍କାଗସ୍ତ ପରେ ଭାରତକୁ ଲମ୍ବା ବିଶ୍ରାମ ମିଳିବ ଓ ଏହାପରେ ଭାରତ ୧୦ ଟି ଟେଷ୍ଟ ମ୍ୟାଚ ଖେଳିବ । ଯାହା ଏକ ଆହ୍ୱାନ ହେବ ବୋଲି ସେ କହିଛନ୍ତି । ସେହି ୧୦ ଟେଷ୍ଟ ମ୍ୟାଚ ପାଇଁ ଜାଡେଜା ମହତ୍ତ୍ୱପୂର୍ଣ୍ଣ ଭୂମିକା ତୁଲାଇବେ ।

Get real time updates directly on you device, subscribe now.