ଓଡିଶାର ସ୍ୱାର୍ଥ ପୂରଣ ପାଇଁ ସଂସଦର ପ୍ରଥମ ଅଧିବେଶନରେ ଦାବି କଲେ ପୁରୀ ସାଂସଦ: ସମ୍ବିତ ପାତ୍ର

ଭୁବନେଶ୍ୱର: ପୁରୀ ସହରରେ ଶ୍ରୀ ଜଗନ୍ନାଥ ମେଡିକାଲ କଲେଜ ଏବଂ ହସ୍ପିଟାଲ ରେ ବର୍ନ ଏବଂ ସୁପର ସ୍ପେସିଆଲିଟି ୟୁନିଟ୍ ସ୍ଥାପନ କରିବାକୁ ଆଦି ଗୃହରେ ପୁରୀ ସାଂସଦ ସମ୍ବିତ ପାତ୍ର ସେ ଦାବି କରିଛନ୍ତି। ସଂସଦର ମୌସୁମୀ ଅଧିବେଶନର ପ୍ରଥମ ଦିନରେ ବିଜେପି ସାଂସଦ ସମ୍ବିତ ପାତ୍ର ଓଡିଶାର ସ୍ବାର୍ଥ ଦୃଷ୍ଟିରୁ ଗୃହରେ ପୁଣି ଦାବି ଉଠାଇଛନ୍ତି।

ପୁରୀ ନିକଟସ୍ଥ ବର୍ନ ୟୁନିଟ ଡାକ୍ତରଖାନା ଭୁବନେଶ୍ୱରରେ ରହିଅଛି । ଯାହାକି ୭୦ କିଲୋମିଟର ଦୂର ବୋଲି ସେ କହିଛନ୍ତି। ମେ ୨୯ରେ ଚନ୍ଦନ ଯାତ୍ରା ସମୟରେ ନରେନ୍ଦ୍ର ପୁଷ୍କରିଣୀରେ ହୋଇଥିବା ଦୁର୍ଘଟଣାର ଉଦାହରଣ ଦେଇଥିଲେ ଏହି ଦାବି କରିଛନ୍ତି ପୁରୀ ସାଂସଦ ସମ୍ବିତ ପାତ୍ର । ପୁରୀ ଏକ ଜନବହୁଳ ଅଞ୍ଚଳ ତେଣୁ ଏହାକୁ ଦୃଷ୍ଟିରେ ରଖି  ସାଂସଦ ସମ୍ବିତ ପାତ୍ର ସଂସଦରେ ଏହି ପ୍ରସଙ୍ଗ ଉପରେ ଆଲୋଚନା କରିଛନ୍ତି ।

Get real time updates directly on you device, subscribe now.