fbpx

ବଜେଟରେ ଅର୍ଥମନ୍ତ୍ରୀଙ୍କ ବଡ଼ ଘୋଷଣା: ଆଗାମୀ ୫ ବର୍ଷରେ ୪.୧ କୋଟି ଯୁବବର୍ଗଙ୍କୁ ଦିଆଯିବ ନିଯୁକ୍ତି

ନୂଆଦିଲ୍ଲୀ: କେନ୍ଦ୍ରମନ୍ତ୍ରୀ ନିର୍ମଳା ସୀତାରମଣ ଆଜି ସଂସଦରେ କେନ୍ଦ୍ର ବଜେଟ ଆଗତ କରିଛନ୍ତି । ଅର୍ଥମନ୍ତ୍ରୀଙ୍କ ଘୋଷଣାକୁ ଦେଶର କୋଟି ଜନତା, ବିଭିନ୍ନ କ୍ଷେତ୍ର ସହ ଜଡ଼ିତ ବ୍ୟକ୍ତିବିଶେଷ ଉତ୍ସୁକତାର ସହ ଚାହିଁ ରହିଥିବା ବେଳେ ଏହା ମଧ୍ୟରେ ଶ୍ରୀ ସୀତାରମଣ କରିଛନ୍ତି ଅନେକ ବଡ଼ ଘୋଷଣା । ଚଳିତ ବଜେଟରେ ଅର୍ଥମନ୍ତ୍ରୀ ଆଗାମୀ କିଛି ବର୍ଷ ପାଇଁ ଗୁରୁତ୍ୱ ଦେଇ ରୋଜଗାର, ଦକ୍ଷତା, ଏମଏସଏମଇ ଓ ମଧ୍ୟବର୍ଗଙ୍କ ଉପରେ ଧ୍ୟାନ କେନ୍ଦ୍ରିତ କରିଛନ୍ତି ।

ଆଗାମୀ ୫ ବର୍ଷ ମଧ୍ୟରେ ଦେଶରେ ୪.୧ କୋଟି ଯୁବକଙ୍କୁ ନିଯୁକ୍ତି ଦିଆଯିବ । ଏଥିପାଇଁ ୨ ଲକ୍ଷ କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି ଅର୍ଥମନ୍ତ୍ରୀ ଶ୍ରୀ ସୀତାରମଣ ଘୋଷଣା କରିଛନ୍ତି । ଏହି ଅବସରରେ ଅର୍ଥମନ୍ତ୍ରୀ ପ୍ରଧାନମନ୍ତ୍ରୀଙ୍କ ୫ଟି ଯୋଜନା ଓ ପ୍ୟାକେଜର ଘୋଷଣା କରିଥିଲେ । ଅନ୍ତରୀଣ ବଜେଟରେ ୪ ଭିନ୍ନ ଜାତି, ଗରିବ, ମହିଳା, ଯୁବକ ଓ କିଷାନଙ୍କ ଉପରେ ଧ୍ୟାନ କେନ୍ଦ୍ରିତ କରାଯାଇଥିଲା ବୋଲି ଅର୍ଥମନ୍ତ୍ରୀ କହିଥିଲେ । ଏଥର ବଜେଟରେ ଅର୍ଥମନ୍ତ୍ରୀ ନିଜର ପୂର୍ବ ପ୍ରତିଶ୍ରୁତି ପୂରଣ କରିବା ପାଇଁ ସମସ୍ତ ମୁଖ୍ୟ ଫସଲର ଉଚ୍ଚ ସର୍ବିନିମ୍ନ ସହାୟକ ମୂଲ୍ୟ ଘୋଷଣା କରିଛନ୍ତି । ଖର୍ଚ୍ଚ ଉପରେ ଅତିକମରେ ୫୦ ପ୍ରତିଶତ ମାର୍ଜିନ ପାଇଁ ପିଏମ ଗରିବ କଲ୍ୟାଣ ଅନ୍ନ ଯୋଜନାକୁ ୫ ବର୍ଷ ବୃଦ୍ଧି କରାଯାଇଥିଲା । ଫଳରେ ୮୦ କୋଟିରୁ ଅଧିକ ଲୋକ ଉପକୃତ ହେବେ ବୋଲି ଅର୍ଥମନ୍ତ୍ରୀ କହିଛନ୍ତି ।

Get real time updates directly on you device, subscribe now.