fbpx

ବଜେଟ୍ ଘୋଷଣା ହେତୁ କମିଗଲା ସୁନା ଓ ରୂପା ମୂଲ୍ୟ, ୪୦୦୦ ଟଙ୍କା ପର୍ଯ୍ୟନ୍ତ ଶସ୍ତାରେ ମିଳୁଛି ଗୋଲ୍ଡ

ନୂଆଦିଲ୍ଲୀ: ମଙ୍ଗଳବାର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଦ୍ୱାରା ବଜେଟ୍ ଉପସ୍ଥାପନା ପରେ ସୁନା ଓ ରୂପା ମୂଲ୍ୟରେ ବହୁତ ହ୍ରାସ ଘଟିଛି । ଆଜି ତାଙ୍କ ବଜେଟ୍ ଭାଷଣରେ ଅର୍ଥମନ୍ତ୍ରୀ ସୁନା ଓ ରୂପା ଉପରେ କଷ୍ଟମ୍ ଡ୍ୟୁଟି ୬ ପ୍ରତିଶତକୁ ହ୍ରାସ କରିବାକୁ ଘୋଷଣା କରିଛନ୍ତି ।

ଏହାପରଠାରୁ ବଜାରରେ ସୁନା ଓ ରୂପା ମୂଲ୍ୟରେ ଏକ ଐତିହାସିକ ହ୍ରାସ ଦେଖିବାକୁ ମିଳୁଛି । ଏମସିଏକ୍ସ ଉପରେ ୧୦ ଗ୍ରାମ ପିଛା ସୁନା ୪୧୦୦ ଟଙ୍କା ହ୍ରାସ ପାଇଥିବାବେଳେ ରୂପା ମୂଲ୍ୟ କିଲୋଗ୍ରାମ ୪୩୦୦ ଟଙ୍କା ହ୍ରାସ ପାଇଛି ।

ସୁନା ମୂଲ୍ୟ ୪୧୦୦ ରୁ ଅଧିକ ହ୍ରାସ ପାଇଛି :-

ମଙ୍ଗଳବାର ଦିନ ମଲ୍ଟି କମୋଡିଟି ଏକ୍ସଚେଞ୍ଜରେ ସୁନା ମୂଲ୍ୟରେ ବହୁତ ହ୍ରାସ ଘଟିଛି ଏବଂ ଏହା ଗତକାଲି ତୁଳନାରେ ୫.୭୨ ପ୍ରତିଶତ ଅର୍ଥାତ୍ ୪,୧୫୮ ରୁ ୬୮,୫୬୦ ଟଙ୍କା ଶସ୍ତା ହୋଇଛି । ଆଜି ବଜେଟର ଉପସ୍ଥାପନା ପରଠାରୁ ସୁନା ଲଗାତାର ଭାବେ ହ୍ରାସ ପାଉଛି ଏବଂ ଏକ ସମୟରେ ଏହା ୬୮,୫୦୦ ଟଙ୍କା ସ୍ତରରେ ପହଞ୍ଚିଛି ।

ରୂପା ମଧ୍ୟ କମିଛି :-

ସୁନା ବ୍ୟତୀତ ମଲ୍ଟି କମୋଡିଟି ଏକ୍ସଚେଞ୍ଜରେ ରୂପା ମୂଲ୍ୟରେ ମଧ୍ୟ ବହୁତ ହ୍ରାସ ଘଟିଛି ଏବଂ ଏହା କିଲୋଗ୍ରାମ ପ୍ରତି ରେକର୍ଡ ୪,୩୦୪ ଟଙ୍କା ଶସ୍ତା ହୋଇ ସୋମବାର ତୁଳନାରେ ୮୪,୮୯୯ ଟଙ୍କାକୁ ଖସି ଆସିଛି । ବଜେଟରେ ରୂପା ଉପରେ କଷ୍ଟମ ଡ୍ୟୁଟି ହ୍ରାସ କରିବାକୁ ସରକାର ଘୋଷଣା କରିବା ପରେ ଆଜି ରୂପା ୮୪,୨୭୫ ଟଙ୍କାକୁ ଖସି ଆସିଛି ।

ସୁନା ଓ ରୂପା ମୂଲ୍ୟରେ ହ୍ରାସ ହେବାର କାରଣ କ’ଣ?

ମଙ୍ଗଳବାର ବଜେଟ୍ ଭାଷଣରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସୁନା ଓ ରୂପା ଉପରେ କଷ୍ଟମ୍ ଡ୍ୟୁଟି ହ୍ରାସ କରିବାକୁ ଘୋଷଣା କରିଛନ୍ତି । ବଜେଟ୍ ଭାଷଣରେ ସୁନା ଓ ରୂପା ଉପରେ କଷ୍ଟମ୍ ଶୁଳ୍କକୁ ୬ ପ୍ରତିଶତକୁ ହ୍ରାସ କରିବାକୁ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ପ୍ରସ୍ତାବ ଦେଇଛନ୍ତି । ଏହା ବ୍ୟତୀତ ପଲିଥିନ୍ ପାଇଁ କଷ୍ଟମ୍ ଡ୍ୟୁଟି ୬.୪ ପ୍ରତିଶତକୁ ହ୍ରାସ କରାଯାଇଛି । ସୁନା, ରୂପା ଏବଂ ପ୍ଲାଟିନମ୍ ମୂଲ୍ୟରେ ସରକାରଙ୍କ ଏହି ନିଷ୍ପତ୍ତିର ପ୍ରଭାବ ଦୃଶ୍ୟମାନ ହେଉଛି ।

Get real time updates directly on you device, subscribe now.