fbpx

ଖୁବ୍‌ଶୀଘ୍ର ରତ୍ନଭଣ୍ଡାର ମରାମତି କାର୍ଯ୍ୟ ଆରମ୍ଭ ହେବ, ଚାବି ଷଡ଼ଯନ୍ତ୍ରର ହେବ ଖୁଲାସା: ଆଇନ୍ ମନ୍ତ୍ରୀ

ପୁରୀ: ରତ୍ନଭଣ୍ଡାର ଚାବି ହଜିବା ଘଟଣାକୁ ନେଇ ଆଇନ୍ ମନ୍ତ୍ରୀ ପୃଥ୍ୱୀରାଜ ହିଚନ୍ଦନଙ୍କ ବଡ଼ ବୟାନ ସାମ୍ନାକୁ ଆସିଛି । ଚାବି ହଜିବା ଘଟଣାର ତୁରନ୍ତ କାର୍ଯ୍ୟାନୁଷ୍ଠାନ ହେବା ସହ ରତ୍ନଭଣ୍ଡାର ମରାମତି ହେବ ବୋଲି କହିଛନ୍ତି ଆଇନ୍ ମନ୍ତ୍ରୀ । ରତ୍ନଭଣ୍ଡାରର ପ୍ରାଥମିକ ଯାଞ୍ଚ ଓ ଆକଳନ ସରିଛି । ଏସଓପିରେ କିଛି ସଂଶୋଧନ ଆବଶ୍ୟକ ଥିଲା । ସେ ନେଇ ସରକାର ନିଷ୍ପତ୍ତି ନେଇସାରିଥିବା କହିଛନ୍ତି ଆଇନ୍ ମନ୍ତ୍ରୀ ଶ୍ରୀ ହରିଚନ୍ଦନ ।

ଆଇନ୍ ମନ୍ତ୍ରୀ ପୃଥ୍ୱୀରାଜ ନିଜ ବୟାନରେ କହିଛନ୍ତି, ‘ଚାବି ପ୍ରହେଲିକା ଗତ ସରକାରର ବାବୁମାନେ କରିଥିଲେ । ଏଥିପାଇଁ କିଏ ଦାୟୀ କିଛି ଜଣାପଡ଼ି ନାହିଁ । ପ୍ରହେଲିକା କରି ରତ୍ନଭଣ୍ଡାର ନଖୋଲିବାକୁ ଷଡ଼ଯନ୍ତ୍ର ହୋଇଥିଲା । ଯେଉଁମାନେ ଚଞ୍ଚକତା କରିଛନ୍ତି ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ହେବ । ଏହି ଷଡ଼ଯନ୍ତ୍ରର ଖୁଲାସା ହେବ ।’ ମହାପ୍ରଭୁଙ୍କ ରୀତିନୀତିରେ କିପରି ଅସୁବିଧା ନହେବ ତାକୁ ପ୍ରାଥମିକତା ଦିଆଯିବ । ସେ ସମ୍ପର୍କରେ ସେବାୟତଙ୍କ ସହ ଆଲୋଚନା ହୋଇଛି । ପ୍ରଥମେ ବାହାର ରତ୍ନଭଣ୍ଡାରର ମରାମତି କାର୍ଯ୍ୟ ଶେଷ ହେବା ପରେ ଭିତର ରତ୍ନଭଣ୍ଡାରର ମରାମତି କାର୍ଯ୍ୟ ହେବ । ତେବେ ଲେଜର ସ୍କାନିଂ ହେବ କି ନାହିଁ ନିଷ୍ପତ୍ତି ନିଆଯିବ ।

 

Get real time updates directly on you device, subscribe now.