fbpx

ଶୋଇଥିବା ଅବସ୍ଥାରେ ଚାଲିଗଲା ଲୋକପ୍ରିୟ ଅଭିନେତ୍ରୀଙ୍କ ଜୀବନ, ସିନେମା ଜଗତରେ ପୁଣି ଶୋକର ଲହରୀ

ନୂଆଦିଲ୍ଲୀ: ନିକଟରେ ବଲିଉଡ ଅଭିନେତା ତଥା ନିର୍ମାତା କୃଷ୍ଣ କୁମାରଙ୍କ ଝିଅ ତିଶାଙ୍କ ଦେହାନ୍ତ ଖବର ଆସିବା ପରେ ସିନେମା ଜଗତରେ ଶୋକର ଛାୟା ଖେଳିଯାଇଥିଲା । ଏହାରି ମଧ୍ୟରେ ଫିଲ୍ମ ଇଣ୍ଡଷ୍ଟ୍ରିରୁ ଏବେ ପୁଣି ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି ।

ଅଷ୍ଟ୍ରେଲିଆର ପ୍ରସିଦ୍ଧ ଟିଭି ଶୋ ‘ନେବର୍ସ’ ଫେମ୍ ଅଭିନେତ୍ରୀ ଜାନେଟ୍ ଆଣ୍ଡ୍ରୁଆର୍ଥାଙ୍କର ଦେହାନ୍ତ ହୋଇଛି । ଅଭିନେତ୍ରୀଙ୍କ ହଠାତ୍ ଦେହାନ୍ତ ହେତୁ ମନୋରଞ୍ଜନ ଜଗତରେ ପୁଣି ଶୋକ ଛାୟା ଖେଳିଯାଇଛି । ସମସ୍ତେ ଅଭିନେତ୍ରୀଙ୍କ ପାଇଁ ପ୍ରାର୍ଥନା କରୁଛନ୍ତି ଏବଂ ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛନ୍ତି ।

ନେବର୍ସ ସୂଚନା ଦେଇଥିଲା :-

ଜାନେଟ୍ ଆଣ୍ଡ୍ରିୟୁର୍ଥାଙ୍କ ମୃତ୍ୟୁ ଖବର ନେବର୍ସ ତାହାର ଏକ୍ସ ଆକାଉଣ୍ଟରେ ଏକ ପୋଷ୍ଟ ମାଧ୍ୟମରେ ଦେଇଛି । ଏହି ପୋଷ୍ଟକୁ ସେୟାର୍ କରିବାବେଳେ ଏହା ଲେଖାଯାଇଥିଲା ଯେ ଜାନେଟ୍ ଆଣ୍ଡ୍ରୁଆର୍ଥାଙ୍କ ଦେହାନ୍ତରେ ନେବର୍ସରେ ସମସ୍ତେ ଅତ୍ୟନ୍ତ ଦୁଃଖିତ । ଦର୍ଶକଙ୍କ ପ୍ରିୟ ଅଭିନେତ୍ରୀ ଜାନେଟ୍ ରାମସେ ଷ୍ଟ୍ରିଟ୍ ର ଲିନ୍ ସ୍କୁଲିଙ୍କ ଭୂମିକା ପାଇଁ ସର୍ବଦା ସ୍ମରଣୀୟ ରହିବେ । ଏହି ସମୟରେ ଜାନେଟଙ୍କ ପରିବାର ଏବଂ ପ୍ରିୟଜନଙ୍କୁ ଆମର ସମବେଦନା । ସୋସିଆଲ ମିଡିଆରେ ଜାନେଟଙ୍କ ପାଇଁ ସମସ୍ତେ ପ୍ରାର୍ଥନା କରୁଛନ୍ତି ।

୭୨ ବର୍ଷ ବୟସରେ ଏହି ଦୁନିଆ ଛାଡିଛନ୍ତି :-

ସୂଚନାଯୋଗ୍ୟ ଯେ ପ୍ରସିଦ୍ଧ ଅଭିନେତ୍ରୀ ଜାନେଟ୍ ଆଣ୍ଡ୍ରିୟୁଥା ୭୨ ବର୍ଷ ବୟସରେ ଏହି ଦୁନିଆକୁ ବିଦାୟ ଦେଇଛନ୍ତି । ତାଙ୍କ ଦେହାନ୍ତ ଖବର ଆସିବା ମାତ୍ରେ ଫିଲ୍ମ ଇଣ୍ଡଷ୍ଟ୍ରିରେ ଶୋକର ଲହରୀ ଖେଳିଯାଇଥିଲା । ଯଦି ରିପୋର୍ଟକୁ ବିଶ୍ୱାସ କରାଯାଏ, ତେବେ ଜାନେଟ୍ ଆଣ୍ଡ୍ରିୟୁଥାଙ୍କର ଶୁକ୍ରବାର ମୃତ୍ୟୁ ହୋଇଥିବା କୁହାଯାଉଛି । ଜାନେଟ୍ ରାତିରେ ଶୋଇଥିଲେ ଏବଂ ଶୋଇବା ସମୟରେ ଜୀବନ ହରାଇଥିଲେ ।

Get real time updates directly on you device, subscribe now.