fbpx

ଇରଫାନ ଖାନ ମୋ ବାପା! ବଲିଉଡର ଏହି ଅଭିନେତ୍ରୀ କହିଲେ ସେ ମୋ ବାପା ଥିଲେ ଓ ଆଗକୁ ବି ରହିେବେ…

ଓଡିଶା ଭାସ୍କର: ସୁନ୍ଦର ତଥା ହଟକେ ଅଭିନେତ୍ରୀ ରାଧିକା ମଦାନ ଛୋଟ ପରଦା ଟେଲିଭିଜନ ଜଗତରୁ ବାହାରି ବଡ ପରଦା ବଲିଉଡରେ ପାଦ ଦେଇ ସାରିଛନ୍ତି । ବଲିଉଡ ଖିଲାଡି ଅକ୍ଷୟ କୁମାରଙ୍କ ସହ ସେ ନିକଟରେ ‘ସରଫିରା’ ସିନେମାରେ ନଜର ଆସିଛନ୍ତି । ଉଭଙ୍କ ଏହି ସିନେମା ଡିଜାଷ୍ଟର ସାବ୍ୟସ୍ତ ହୋଇଛି । ଦର୍ଶକେ ମଧ୍ୟ ରାଧିକା -ଅକ୍ଷୟଙ୍କୁ ବେଶ୍ ପସନ୍ଦ କରିଛନ୍ତି ।

ସରଫିରା ପୂର୍ବରୁ ମଧ୍ୟ ସେକ୍ସି ଷ୍ଟାର ରାଧିକା ମଦାନ ଦିବଙ୍ଗତ ଅଭିନେତା ଇରଫାନ ଖାନଙ୍କ ସହ ସ୍କ୍ରିନ ସେୟାର କରିଛନ୍ତି । ତାଙ୍କୁ ‘ଅଗ୍ରେଜୀ ମିଡିୟମ’ ସିନେମାରେ ଏହି ସୁପରଷ୍ଟାରଙ୍କ ସହ କାମ କରିବାର ସୁଯୋଗ ପ୍ରାପ୍ତ ହୋଇଥିଲା । ଏହି ସିନେମାରେ ଅଭିନେତ୍ରୀ କରିନା କପୂର ମଧ୍ୟ ଅଭିନୟ କରିଥିଲେ । ସିନେମାଟି ୨୦୨୦ ମସିହାରେ ରିଲିଜ ହୋଇଥିଲା । ଏହି ସିନେମାରେ ଇରଫାନ ଅଭିନେତ୍ରୀ ରାଧିକାଙ୍କ ବାପା ଭୂମିକାରେ ନଜର ଆସିଥିଲେ । ଭଲ ସିନେମା ହୋଇଥିଲେ ବି ଏହାକୁ ବକ୍ସ ଅଫିସରେ ଦର୍ଶକେ ପସନ୍ଦ କରି ନ ଥିଲେ ।

ନିକଟରେ ଏକ ସାକ୍ଷାତକାରରେ ଅଭିନେତ୍ରୀ ରାଧିକା ଦିବଙ୍ଗତ ଅଭିନେତାଙ୍କୁ ନିଜ ବାପା ବୋଲି କହିଥିଲେ । ତାହାସହ ଇରଫାନଙ୍କ ସହ ତାଙ୍କର ପ୍ରଥମ ଦେଖାକୁ ମଧ୍ୟ ସେୟାର କରିଥିଲେ । ସେ କେବେ ଭାବି ନଥିଲେ ଯେ ଇରଫାନ ଓ କରିନାଙ୍କ ଭଳି ଅଭିନେତା ତଥା ଅଭିନେତ୍ରୀଙ୍କ ସହ କାମ କରିବେ । ସେ ଇରଫାନଙ୍କୁ ସର୍ବଦା ବାପା ହିସାବରେ ଦେଖିଛନ୍ତି ଓ ସେ ସବୁଦିନ ତାଙ୍କର ବାପା ହୋଇ ରହିବେ ବୋଲି ରାଧିକା କହିଛନ୍ତି । ପ୍ରକାଶଥାଉ ଯେ ଅପ୍ରେଲ ୨୦୨୦ ମସିହାରେ ଇରଫାନ କର୍କଟରୋଗରେ ପୀଡିତ ହୋଇ ମୃତ୍ୟୁବରଣ କରିଥିଲେ ।

Get real time updates directly on you device, subscribe now.