fbpx

ମଞ୍ଚେଶ୍ୱର ଷ୍ଟେସନରେ ଲାଇନ୍‌ଚ୍ୟୁତ୍ ହେଲା ମାଲବାହୀ ଟ୍ରେନ୍‌, ଟ୍ରାକରୁ ଖସିଲା ୮ଟି ବଗି

ଭୁବନେଶ୍ୱର: ଭୁବନେଶ୍ୱର ସ୍ଥିତ ମଞ୍ଚେଶ୍ୱରରେ ମାଲବାହୀ ଟ୍ରେନ୍ ଲାଇନ୍‌ଚ୍ୟୁତ୍ ହୋଇଥିବା ଘଟଣା ସାମ୍ନାକୁ ଆସିଛି । ରେଲୱେ ଷ୍ଟେସନ ଲେବୁଲ କ୍ରସିଂ ନିକଟରେ ଟ୍ରେନ୍ ଲାଇନ୍‌ଚ୍ୟୁତ୍ ହୋଇଥିଲା । ତେବେ ଏହି ଦୁର୍ଘଟଣାରେ କୌଣସି କ୍ଷୟକ୍ଷତି କିମ୍ବା ଜୀବନ ହାନୀ ହୋଇନଥିବା ସୂଚନା ମିଳିଛି ।

ସୂଚନାରୁ ପ୍ରକାଶ ରବିବାର ବିଳମ୍ବିତ ରାତି ୧ଟା ୩୫ରେ ଟ୍ରାକରୁ ଖସିଥିଲା ମାଲବାହୀ ଟ୍ରେନର ୮ଟି ବଗି । ବରିଷ୍ଠ ଅଧିକାରୀଙ୍କ ଉପସ୍ଥିତିରେ ଟ୍ରାକ୍ ମରାମତି କାର୍ଯ୍ୟ ଶେଷ ହୋଇଛି । ବର୍ତ୍ତମାନ ଉଭୟ ଅପ୍ ଏବଂ ଡାଉନ୍ ଲାଇନରେ ଟ୍ରେନ୍ ଚଳାଚଳ ଆରମ୍ଭ ହୋଇଥିବା ଜଣାପଡ଼ିଛି । ଅପରପକ୍ଷରେ ୨ଟି ଟ୍ରେନକୁ ବାତିଲ କରାଯିବା ସହ ୬ଟି ଟ୍ରେନର ଯାତାୟାତ ସମୟରେ ପରିବର୍ତ୍ତନ କରାଯାଇଥିବା ପ୍ରକାଶ ।

Get real time updates directly on you device, subscribe now.