fbpx

Video; ବାଦକଙ୍କ ସହ ତାଳ ଦେଇ ଶୁଣ୍ଢରେ ବାଜା ବଜାଇଲା ହାତୀ, ଆଶ୍ଚର୍ଯ୍ୟ ହେଲେ ଦେଖଣାହାରୀ

ଓଡ଼ିଶା ଭାସ୍କର: ପଶୁମାନଙ୍କ ମଧ୍ୟରେ ସବୁଠୁ ଚତୁର ହେଉଛି ହାତୀ । ବୈଜ୍ଞାନିକମାନେ ହାତୀର ବୁଦ୍ଧିକୁ ସବୁବେଳେ ତାରିଫ୍ କରନ୍ତି । ମନେ ପଡ଼େ ପିଲା ଦିନର ଗୀତ “ଝୁଲରେ ହାତୀ ଝୁଲ୍ ବା ପାଣି ଖାଇ ଫୁଲ୍”, ଯେଉଁ ଗୀତରେ ଗୋଟିଏ ହାତୀ ଏକ ଦୋଳି ଉପରେ ଥିବାର ଛବି ଥିଲା । ଆଉ ସେଇ ଛବି ଦେଖି ଆମେ ହାତୀ ଦୋଳି ଖେଳିଲେ କିପରି ଦେଖାଯିବ, ସେକଥା ମନେ ମନେ ଭାବି ଖୁସି ହେଉ । ଏଥର ଏପରି ଦୃଶ୍ୟକୁ ଏବେ କ୍ୟାମେରାରେ ରେକର୍ଡ କରାଯାଇଛି, ହେଲେ ଏଠି ହାତୀ ବାଜା ବଜାଉଛି । ଏହି ଭିଡିଓ ବିଭିନ୍ନ ସୋସିଆଲ ମିଡିଆ ପ୍ଲାଟଫର୍ମରେ ବହୁତ ଲୋକପ୍ରିୟତା ହାସଲ କରିଛି ।

ଭିଡିଓଟିକୁ @AMAZlNGNATURE ନାମକ ଟ୍ୱିଟର ଆକାଉଣ୍ଟରେ ସେୟାର କରାଯାଇଛି। ଯାହାକୁ ଦେଖି ଭିଡିଓରେ ହାତୀ ବାଜା ବଜାଇ ପାରେ ବୋଲି ପ୍ରମାଣିତ ହୋଇଛି । ହାତୀଟି ତା’ର ଖୁସି ଦେଖାଇବା ପାଇଁ ଏପରି ବାଜା ବଜାଉଥିବା ଦେଖିବାକୁ ମିଳୁଛି। କ୍ୟାମେରାରେ କଏଦ ହୋଇଥିବା ଏହି କ୍ଲିପ୍ ଦର୍ଶକଙ୍କୁ ପିଲା ଦିନର ଗୀତ “ଝୁଲରେ ହାତୀ ଝୁଲ୍ ବା ପାଣି ଖାଇ ଫୁଲ୍”କୁ ମନେ ପକାଇ ଦେଇଛି। ଏହି ଭିଡିଓକୁ ସେସିଆମ ମିଡିଆ ପ୍ଲାଟ୍ ଫର୍ମ ଏକ୍ସରେ ୯.୩ ମିଲିୟନରୁ ଅଧିକ ଲୋକ ଦେଖି ସାରିଲେଣି । ୨୩୦ହଜାର ଲୋକ ଲାଇକ୍ କରିଛନ୍ତି ।

Get real time updates directly on you device, subscribe now.