fbpx

OnePlus ଆଣିଲା ଖାସ୍ ଅଫର: ଏଣିକି ଫୋନର ସ୍କ୍ରିନ ବଦଳାଇଲେ ୟୁଜର୍ସଙ୍କୁ ଦେବାକୁ ପଡ଼ିବନି କୌଣସି ଅର୍ଥ

ନୂଆଦିଲ୍ଲୀ: ଗ୍ରାହକମାନେ ସର୍ବଦା କମ୍ ଦାମରେ ଦମଦାର ଫିଚର ଥିବା ସ୍ମାର୍ଟଫୋନ୍ କିଣିବାକୁ ଇଚ୍ଛୁକ ରହିଥାନ୍ତି । ସେହିପରି ଫୋନର କୌଣସି ପାର୍ଟସ ଖରାପ ହେଲେ ତାହାକୁ ରିପେୟାର କରିବାରେ ମଧ୍ୟ ଗ୍ରାହକଙ୍କୁ ଅର୍ଥ ଖର୍ଚ୍ଚ କରିବାକୁ ପଡ଼ିଥାଏ । ତେବେ ଏହା ମଧ୍ୟରେ ଗ୍ରାହକଙ୍କ ପାଇଁ ଆସିଛି ଏକ ବଡ଼ ଖବର । ଯଦି ଆପଣମାନେ ୱାନପ୍ଲସ ଫୋନ ୟୁଜ୍ କରୁଛନ୍ତି ତେବେ ଆପଣଙ୍କ ପାଇଁ ଆସିଛି ଏକ ଖାସ୍ ଅଫର । ଏଣିକି ଏହି ଗ୍ରାହକମାନେ ମାଗଣାରେ ନିଜର ଫୋନର ସ୍କ୍ରିନ ବଦଳାଇପାରିବେ । ଏଥିସହିତ କମ୍ପାନୀ ଫ୍ରି କ୍ଲିନିଂ ଓ ମେଣ୍ଟେନାନ୍ସ ସର୍ଭିସ୍ ମଧ୍ୟ ଅଫର କରୁଛି ।

ତେବେ ସବୁଠାରୁ ବଡ଼ କଥା ହେଉଛି ଏହି ଅଫର ସମସ୍ତ ୟୁଜର୍ସଙ୍କ ପାଇଁ ଉପଲବ୍ଧ ନୁହେଁ । ଏଥିପାଇଁ ଆପଣଙ୍କୁ କିଛି ସର୍ତ୍ତାବଳୀ ମାନିବାକୁ ପଡ଼ିବ । ଏହି ଅଫର ଜରିଆରେ କମ୍ପାନୀ ଗ୍ରୀନ ଲାଇନ ସମସ୍ୟାକୁ ଦୂର କରିବା ପାଇଁ ଫ୍ରି’ରେ ସ୍କ୍ରିନ ରିପ୍ଲେସମେଣ୍ଟ ଦେଉଛି । ଭାରତରେ ୱାନପ୍ଲନର ଫୋନ୍ସ ସହ ଗ୍ରୀନ ଲାଇନ ସମସ୍ୟା ଅତ୍ୟଧିକ ମାତ୍ରାରେ ଦେଖିବାକୁ ମିଳୁଛି । ଏହି ସମସ୍ୟା ୱାନପ୍ଲସ ୮ଟି, ୱାନପ୍ଲନ ୮ ପ୍ରୋ, ୱାନପ୍ଲନ ୯ ଓ ୱାନପ୍ଲନ ୯ଆର ସ୍ମାର୍ଟଫୋନରେ ଦେଖିବାକୁ ମିଳିଛି । ଏହି ସମସ୍ୟାକୁ ଦୂର କରିବା ପାଇଁ କମ୍ପାନୀ ଡିସପ୍ଲେ ଉପରେ ଲାଇଫ୍ ଟାଇମ୍ ୱାରେଣ୍ଟି ଅଫର କରୁଛି ।

ୱାନପ୍ଲସ ରେଡ କେବଲ କ୍ଲବ ରୟାଲଟି ପ୍ରୋଗ୍ରାମରେ ଏହି ଅଫରକୁ ଘୋଷଣା କରିଛି । ଏହି ଅଫର ମାଧ୍ୟମରେ ୱାନପ୍ଲସ ୮ଟି, ୱାନପ୍ଲନ ୮ ପ୍ରୋ, ୱାନପ୍ଲନ ୯ ଓ ୱାନପ୍ଲନ ୯ ଆର ସ୍ମାର୍ଟଫୋନ୍ ୟୁଜର୍ସ ମାଗଣାରେ ସ୍କ୍ରିନ ରିପ୍ଲେସମେଣ୍ଟ କ୍ଲେମ କରାଇ ପାରିବେ । ଏଥିସହିତ ଗ୍ରାହକଙ୍କୁ ଫ୍ରି କ୍ଲିନିଂ ଓ ମେଣ୍ଟେନାନ୍ସ ସେବା ମଧ୍ୟ ମିଳିବ । ତେବେ ଆପଣଙ୍କ ଫୋନ ଯଦି ପୂର୍ବରୁ ଡ୍ୟାମେଜ ହୋଇଥିବ ବା ତାହାକୁ କୌଣସି ଥାର୍ଡ ପାର୍ଟି ସର୍ଭିସ ସେଣ୍ଟରରେ ରିପେୟାର କରାଯାଇଥିବ, ତେବେ ଆପଣଙ୍କୁ ଏହି ସ୍କ୍ରିନର ଫାଇଦା ମିଳିବ ନାହିଁ । ଏଥିସହିତ ଉପରେ ଦିଆଯାଇଥିବା ଫୋନଗୁଡ଼ିକ ପାଇଁ ହିଁ କେବଳ ଏହି ଏହି ସ୍କିମ ଉପଲବ୍ଧ ଅଟେ ।

Get real time updates directly on you device, subscribe now.