fbpx

ଇଂଲଣ୍ଡ ହ୍ୱାଇଟ୍ ବଲ୍ ଟିମର ମୁଖ୍ୟ କୋଚ୍ ପଦରୁ ଇସ୍ତଫା ଦେଲେ Matthew Mott, ଜାଣନ୍ତୁ ତାଙ୍କ ସ୍ଥାନରେ ଅନ୍ତରୀଣ କୋଚ୍ କିଏ ?

ଲଣ୍ଡନ: ଟି-୨୦ କ୍ରିକେଟ ବିଶ୍ୱକପରେ ଇଂଲଣ୍ଡ ଦଳର ନିରାଶାଜନକ ପ୍ରଦର୍ଶନକୁ ନେଇ ଚର୍ଚ୍ଚା ଲାଗି ରହିଛି । ଏଥିମଧ୍ୟରେ ମଙ୍ଗଳବାର ଇଂଲଣ୍ଡର ହ୍ୱାଇଟ୍ ବଲ୍ ମୁଖ୍ୟ କୋଚ୍ ପଦରୁ ଇସ୍ତଫା ଦେଇଛନ୍ତି ମାଥୁ୍ୟ ମୋଟ୍ଟ(Matthew Mott) । ସେ ଇଂଲଣ୍ଡର ଦିନିକିଆ ଏବଂ ଟି-୨୦ ବିଶ୍ୱକପର କୋଚ୍ ଥିଲେ । ଏଥିପାଇଁ ସେ ୪ ବର୍ଷର ଚୁକ୍ତି ସ୍ୱାକ୍ଷର କରିଥିଲେ । ମାଥୁ୍ୟଙ୍କ କୋଚିଂ ଅଧୀନରେ ଇଂଲଣ୍ଡ ଦଳ ୨୦୨୨ ଟି- ୨୦ ବିଶ୍ୱକପରେ ଚମକ୍ରାର ପ୍ରଦର୍ଶନ କରିଥିଲା । କିନ୍ତୁ ଚଳିତ ଥର ଦଳର ନିରାଶାଜନକ ପ୍ରଦର୍ଶନ ପାଇଁ ମାଥୁ୍ୟ ନିଜ ପଦକୁ ସୁରକ୍ଷିତ ରଖିବାରେ ବିଫଳ ହୋଇଥିଲେ । ଇଂଲଣ୍ଡର ୱେଲ୍ସ କ୍ରିକେଟ ବୋର୍ଡ଼ ମାଥୁ୍ୟଙ୍କ ସ୍ଥାନରେ ବିଶିଷ୍ଟ ଖେଳାଳି ମାର୍କସ ଟ୍ରେସ୍କୋଥିକ(Marcus Trescothick)ଙ୍କୁ ଅନ୍ତରୀଣ କୋଚ୍ ଭାବେ ନିଯୁକ୍ତ କରିଛନ୍ତି ।

କହିରଖୁଛୁ ୨୦୨୩ରେ ଦିନିକିଆ ବିଶ୍ୱକପରେ ମାଥୁ୍ୟଙ୍କ ଅଧିନରେ ଇଂଲଣ୍ଡ ଟିମ୍ ମୋଟ୍ ୯ରୁ କେବଳ ୩ଟି ମ୍ୟାଚ୍ ଜିତିବାରେ ସଫଳ ହୋଇଥିଲା । ରବିବାର ଇଂଲଣ୍ଡ ପୁରୁଷ ଦଳର ECB ମ୍ୟାନେଜିଂ ଡାୟରେକ୍ଟରଙ୍କ ସହ କଥାବାର୍ତ୍ତା ହେବା ପରେ କୋଚ୍ ପଦରୁ ହଟିବା ପାଇଁ ନିଷ୍ପତ୍ତି ନେଇଥିଲେ । ସେ କହିଥିଲେ, ‘ଇଂଲଣ୍ଡ ପୁରୁଷ ଦଳର କୋଚ୍ ହେବା ମୋ ପାଇଁ ଗର୍ବର ବିଷୟ । ଏହା ଏକ ସମ୍ମାନର କଥା । ଗତ ୨ ବର୍ଷର୍ ମଧ୍ୟରେ ସଫଳତା ହାସଲ କରିବା ପାଇଁ ମୁଁ ଅନେକ ଚେଷ୍ଟା କରିଥିଲି । ଖେଳାଳି, ECB ଓ ଅନ୍ୟ ସଦସ୍ୟଙ୍କ ସମର୍ପଣ, ସମର୍ଥନ ଏବଂ ମୋ କାର୍ଯ୍ୟକାଳ ସମୟରେ କରିଥିବା ପରିଶ୍ରମ ପାଇଁ ସମସ୍ତଙ୍କୁ ଧନ୍ୟବାଦ । ମୁଁ ବହୁତ ଭଲ ବନ୍ଧୁତା ଏବଂ ଅଭୁଲା ସ୍ମୃତି ସାଥିରେ ନେଇଯାଉଛି ।’ Marcus Trescothick ଇଂଲଣ୍ଡ ଦଳର ଆସିଷ୍ଟାଣ୍ଟ କୋଚ୍ ଥିଲେ । ବର୍ତ୍ତମାନ ତାଙ୍କ ଅଧିନରେ ଇଂଲଣ୍ଡ ଟିମ୍ ସେପ୍ଟେମ୍ବରରେ ଅଷ୍ଟ୍ରେଲିଆ ବିପକ୍ଷଷର ୩ଟି ଟି-୨୦ ଏବଂ ୫ଟି ଦିନିକିଆ ଖେଳିବ ।

 

 

Get real time updates directly on you device, subscribe now.