fbpx

ବର୍ଷାଋତୁରେ କୁଣ୍ଡେଇ ହେବାର ସମସ୍ୟା ଭୋଗୁଛନ୍ତି କି ? ଆପଣାନ୍ତୁ ଏହିସବୁ ଉପାୟ ମିଳିବ ଆରାମ

ଓଡିିଶା ଭାସ୍କର: ବର୍ଷାଋତୁରେ କୁଣ୍ଡେଇ ହେବାର ଭଳି ଅନେକ ସମସ୍ୟା ଦେଖାଯାଏ । ଏହି ବର୍ଷାଋତୁରେ ବାୟୁଣ୍ଡଳରେ ଅତ୍ୟଧିକ ଆର୍ଦ୍ରତା ରହୁଥିବାରୁ ଲୋକଙ୍କ ଝାଳ ଶୁଖେ ନାହିଁ । ଏହି କାରଣରୁ ଚର୍ମରେ ବିଭିନ୍ନ ପ୍ରକାରର ସଂକ୍ରମଣର ହେବା ସହ ଲୋକମାନେ କୁଣ୍ଡିଆରେ ପୀଡିତ ହୋଇଥାନ୍ତି । ବର୍ଷାଦିନେ ଉପଯୁକ୍ତ ପୋଷାକ ନ ପିନ୍ଧିଲେ ତାହା ଓଦା ହେବା ଦ୍ୱାରା ଅନେକ ଥର କୁଣ୍ଡିଆର ସାମ୍ନା କରିବାକୁ ପଡିଥାଏ । ଯଦି ଆପଣମାନେ ଏହି ଛୋଟ ଜିନିଷର ଯତ୍ନ ନିଅନ୍ତି ବା ଧ୍ୟାନ ଦିଅନ୍ତି ତେବେ ସେମାନେ ଏହି ସମସ୍ୟାରୁ ରକ୍ଷା ପାଇପାରିବେ । ଆଜି ଆମେ ଏଠି ଆପଣଙ୍କୁ କହିବାକୁ ଚାହାଁଛୁ ବର୍ଷାଋତୁରେ କୁଣ୍ଡେଇ ହେବାର କାରଣ କ’ଣ ଏବଂ ଏହାକୁ କିପରି ସମାଧାନ କରିପାରିବେ ।

ବର୍ଷା ଋତୁରେ ଫଙ୍ଗଲ ସଂକ୍ରମଣରେ ପୀଡିତ ରୋଗୀଙ୍କ ସଂଖ୍ୟା ବଢିଥାଏ। ଏହି ଋତୁରେ ପରିବେଶରେ ଆର୍ଦ୍ରତା ବହୁତ ଅଧିକ ହୋଇଯାଏ । ଯାହା ଫଙ୍ଗଲ୍ ସଂକ୍ରମଣର ସବୁଠାରୁ ବଡ କାରଣ ପାଲଟିଥାଏ । ଏହି ବର୍ଷାୠତୁରେ ଲୋକମାନଙ୍କ ଶରୀରରେ ଅତ୍ୟଧିକ ଝାଳ ବାହାରୁଥିବାରୁ ଶରୀର ଦୀର୍ଘ ସମୟ ପର୍ୟ୍ୟନ୍ତ ଦେହ ଓଦା ରହିଥାଏ । କେବଳ ଏତିକି ନୁହେଁ, ଗାଧୋଇବା ପରେ ଲୋକଙ୍କ ଚର୍ମ ଏବଂ କେଶ ମଧ୍ୟ ଅନେକ ଘଣ୍ଟା ପର୍ୟ୍ୟନ୍ତ ଓଦା ରହିଥାଏ । ଯାହା ବିଭିନ୍ନ ପ୍ରକାରର ଫଙ୍ଗଲ୍ ସଂକ୍ରମଣର କାରଣ ହୋଇଥାଏ । ଏହି ସଂକ୍ରମଣ ହେତୁ ଲୋକମାନଙ୍କର ଦେହ କ କୁଣ୍ଡେଇ ହୋଇଥାଏ ।

ଚର୍ମ ରୋଗ ବିଶେଷଜ୍ଞଙ୍କ ଅନୁଯାୟୀ, ବର୍ଷାରେ ଓଦା ହେବା ଏବଂ ଓଦା ପୋଷାକ ପିନ୍ଧିବା ଦ୍ୱାରା ଫଙ୍ଗଲ୍ ସଂକ୍ରମଣର ସମସ୍ୟା ସୃଷ୍ଟି କରିଥାଏ। ମୁଣ୍ଡରେ ରୁପି ମଧ୍ୟ ଏକ ପ୍ରକାର ଫଙ୍ଗଲ ସଂକ୍ରମଣ ଅନ୍ତର୍ଭୁକ୍ତ ହୋଇଥାଏ । ଏଥିସହ ପିଠି, ମୁହଁ ଏବଂ ଛାତିରେ ବିଭିନ୍ନ ପ୍ରକାରର ଫଙ୍ଗଲ୍ ସଂକ୍ରମଣ ହୋଇପାରେ । ସାଧାରଣତଃ ଏହି ସଂକ୍ରମଣ ଗ୍ରୀଷ୍ମଋତୁରୁ ଆରମ୍ଭ ହୋଇ ବର୍ଷା ଋତୁରେ ଅଧିକ ବ୍ୟାପିବା ଆରମ୍ଭ କରିଥାଏ । ଚର୍ମ ବ୍ୟତୀତ ଏହା ଶରୀରର ଅନେକ ସ୍ଥାନରେ ମଧ୍ୟ ହୋଇଥାଏ ।

ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ କହିବା ଅନୁଯାୟୀ, ଯଦି ଲୋକମାନେ ଏପରି ଫଙ୍ଗଲ ସଂକ୍ରମଣର କୌଣସି ଲକ୍ଷଣ ଦେଖନ୍ତି । ତେବେ ବିଳମ୍ବ ନକରି ତୁରନ୍ତ ଚର୍ମରୋଗ ବିଶେଷଜ୍ଞଙ୍କ ସହିତ ପରାମର୍ଶ କରି ଚିକିତ୍ସା ହେବା ଉଚିତ୍। ଏହି ସମସ୍ୟା ପାଇଁ ମେଡିକାଲ ଷ୍ଟୋରରେ ବିଭିନ୍ନ କ୍ରିମ୍ ଏବଂ ପାଉଡର ଦିଆଯାଏ । ସଂକ୍ରମଣକୁ ଚିହ୍ନଟ କରିବା ପାଇଁ ବେଳେବେଳେ ପରୀକ୍ଷା ମଧ୍ୟ କରାଯାଏ । ଫଙ୍ଗଲ୍ ସଂକ୍ରମଣକୁ ଦୂର କରିବା ପାଇଁ ମେଡିକାଲ ଷ୍ଟୋରରୁ ଫଙ୍ଗଲ ସ୍କିନ୍ କ୍ରିମ୍ ନେଇ ବ୍ୟବହାର କରିପାରିବେ । ଯଦି ଆପଣଙ୍କର ଏଥିରେ ଭଲ ନହୁଏ ତେବେ ଆପଣ ଡାକ୍ତରଙ୍କ ସହିତ ପରାମର୍ଶ କରି ମେଡିସିନ୍ ବ୍ୟବହାର କରିବା ଉଚିତ ।
ଫଙ୍ଗଲ୍ ସଂକ୍ରମଣ ରୋକିବାର ଉପାୟ ଜାଣନ୍ତୁ –

– ଯଦି ଆପଣ ବର୍ଷାରେ ଓଦା ହୁଅନ୍ତି ତେବେ ତୁରନ୍ତ ଓଦା ପୋଷାକ ବଦଳାଇ ଭଲ ଭାବରେ ଶୁଖାଇ ଦିଅନ୍ତୁ । ଏଥିସହ ଓଦା ହୋଇଥିବା ଶରୀରକୁ ଭଲ ଭାବରେ ପୋଛି ନିଅନ୍ତୁ ।

– ଗାଧୋଇବା ପରେ ଚର୍ମକୁ ଭଲ ଭାବରେ ଶୁଖାନ୍ତୁ ଏବଂ ଏଥିରେ ମଶ୍ଚରାଇଜର ଲଗାନ୍ତୁ । ତ୍ୱଚାକୁ ଅଧିକ ଓଦା ରଖନ୍ତୁ ନାହିଁ ।

– ରିଙ୍ଗୱର୍ମ ଏବଂ ଅନ୍ୟାନ୍ୟ ଫଙ୍ଗଲ୍ ସଂକ୍ରମଣ ପାଇଁ ଡାକ୍ତରଙ୍କ ପରାମର୍ଶରେ ଆଣ୍ଟି-ଫଙ୍ଗଲ୍ କ୍ରିମ୍ ବ୍ୟବହାର କରନ୍ତୁ ।

– ଏପରି ପୋଷାକ ପିନ୍ଧନ୍ତୁ ଯାହା ଚର୍ମକୁ ପବନ ଯିବା ସହ ଆରାମ ଲାଗିବ । ଏହି ସମୟରେ ବାୟୁମଣ୍ଡଳରେ ଆର୍ଦ୍ରତା ଅଧିକ ଥିବାରୁ ଗରମ ଅନୁଭବ ହୋଇଥାଏ । ଏହି ଋତୁରେ ସୂତା ଏବଂ ଢିଲା ପୋଷାକ ପିନ୍ଧିବା ଉଚିତ୍ ।

– ଡ୍ରାଏ ହୋଇଥିବା ଚର୍ମକୁ ମଶ୍ଚରାଇଜ୍ କରିବା ପାଇଁ ଏକ ଭଲ ମଶ୍ଚରାଇଜର ବ୍ୟବହାର କରନ୍ତୁ । ଏ ବାବଦରେ ଚର୍ମରୋଗ ବିଶେଷଜ୍ଞଙ୍କ ସହିତ ପରାମର୍ଶ କରନ୍ତୁ।

– ଯଦି ଆପଣଙ୍କର ଚର୍ମ ଆଲର୍ଜି ରହିଛି । ବାହାରକୁ ଯିବା ପୂର୍ବରୁ ଏକ ମାସ୍କ ପିନ୍ଧନ୍ତୁ ।

Get real time updates directly on you device, subscribe now.