fbpx

AIIMSରେ ରୋଗୀଙ୍କୁ ମିଳିବ ସ୍ୱତନ୍ତ୍ର ସୁବିଧା: ବସ୍ ଷ୍ଟାଣ୍ଡ, ମେଟ୍ରୋରୁ ସିଧା ହସ୍ପିଟାଲକୁ E-Bus ସେବା

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀର ଏମ୍ସ ହସ୍ପିଟାଲକୁ ଚିକିତ୍ସା ପାଇଁ ଆସୁଥିବା ରୋଗୀଙ୍କ ପାଇଁ ବଡ଼ ସୁବିଧା ଉପଲବ୍ଧ ହେବାକୁ ଯାଉଛି । ଖୁବଶୀଘ୍ର ରୋଗୀମାନେ ଏମ୍ସକୁ ଯାତାୟତ ସୁବିଧାରେ ସୁଧାର ଆସିବ । ଏଣିକି ରୋଗୀମାନଙ୍କୁ ମେଟ୍ରୋ ଷ୍ଟେସନ ଏବଂ ବସ୍ ଷ୍ଟାଣ୍ଡରୁ ସିଧା ସଳଖ ଭାବରେ ଏମ୍ସ ଭିତରେ ପହଞ୍ଚାଇବ ଇ-ବସ୍ ସେବା । ରୋଗୀଙ୍କ ସମେତ ସେମାନଙ୍କ ପରିଜନକୁ ମଧ୍ୟ ଏଥିପାଇଁ ହଇରାଣ ହେବାକୁ ପଡ଼ିବ ନାହିଁ । ଇଲେକ୍ଟ୍ରୋନିକ ବସ୍ ସେବା ଜରିଆରେ ସିଧା ଏମ୍ସରେ ପହଞ୍ଚିବେ ରୋଗୀ ଏବଂ ତାଙ୍କର ପରିବାର ଲୋକେ ।

ଏମ୍ସର ରୋଗୀ ଏବଂ ସେମାନଙ୍କ ପରିଜନଙ୍କ ପାଇଁ ସ୍ୱତନ୍ତ୍ର ଭାବରେ ଇ-ବସ୍ ସେବା ଆରମ୍ଭ ହେବ । ବସ୍ ଷ୍ଟାଣ୍ଡ ଏବଂ ମେଟ୍ରୋ ଷ୍ଟେସନରୁ ସିଧାସଳଖ ଫିଡର ବସ୍ ଭଳି ଏମ୍ସ ଭିତରେ ପହଞ୍ଚାଇବ ଏହି ଇ-ବସ୍ । ଏମ୍ସର ନିର୍ଦ୍ଦେଶକ ଡା. ଏମ ଶ୍ରୀନିବାସ କହିଛନ୍ତି ଯେ, “ନିକଟସ୍ଥ ବସ୍ ଷ୍ଟାଣ୍ଡ ଏବଂ ମେଟ୍ରୋ ଷ୍ଟେସନରୁ ଏମ୍ସକୁ ଆସୁଥିବା ବେଳେ ରୋଗୀମାନଙ୍କୁ ବିଭିନ୍ନ ସମସ୍ୟା ହେଉଥିବା କମ୍ୟୁନିଟି ଫିଡବ୍ୟାକରୁ ଜାଣିବାକୁ ମିଳିଛି । ଏମ୍ସ ଏବଂ ହସ୍ପିଟାଲ ଭିତରେ ବିଭିନ୍ନ ସୁବିଧା ପର୍ଯ୍ୟନ୍ତ ପହଞ୍ଚିବା ପାଇଁ ସେମାନଙ୍କୁ ଚାଲିବାକୁ ପଡ଼ିଥାଏ, ନଚେତ୍ ମହଙ୍ଗା ଅଟୋ ରିକ୍ସା ନେବାକୁ ପଡ଼ିଥାଏ କିମ୍ବା ଅନ୍ୟ କୌଣସି ଟ୍ରାନ୍ସପୋର୍ଟର ବିକଳ୍ପ ଖୋଜିବାକୁ ପଡ଼ିଥାଏ । ଏହାକୁ ଦୃଷ୍ଟିରେ ରଖି ଏମ୍ସ ରୋଗୀମାନଙ୍କୁ ଲାଷ୍ଟ ମାଇଲ କନେକ୍ଟିଭିଟି ସୁବିଧା ଦେବା ପାଇଁ ୨୦ ସିଟର ଇ-ବସ୍ ସେବା ଆରମ୍ଭ କରାଯିବ ।”

ତେବେ ଏ ନେଇ ମିଡିଆ ସେଲ୍ ଇନଚାର୍ଜ ପ୍ରଫେସର ରୀମା ଦାଦା କହିଛନ୍ତି ଯେ, ଖୁବଶୀଘ୍ର କମ୍ ଭଡ଼ାରେ ମେଟ୍ରୋ ସେଶନ୍ ଏବଂ ବସ୍ ଷ୍ଟାଣ୍ଡରୁ ଏମ୍ସ ଭିତରକୁ ଏସି ଇ-ବସ୍ ସୁବିଧା ଉପଲବ୍ଧ ହେବ । ଏହି ବସରେ ଏୟାର କଣ୍ଡିସନ୍ଡ ଏବଂ ଲୋ ଫ୍ଲୋର ଏନର୍ଜି ସେଭିଙ୍ଗ ହେବା ସହିତ ହ୍ୱିଲ ଚେୟାର ଆକ୍ସେସ ରହିବ । ଏହା ରୋଗୀମାନଙ୍କ ପାଇଁ ବିଶେଷ ସୁବିଦା ଯୋଗାଇ ପାରିବ । ସକାଳ ୭ଟାରୁ ସନ୍ଧ୍ୟା ୭ଯା ପର୍ଯ୍ୟନ୍ତ ପ୍ରତ୍ୟେକ ୧୦ ମିନିଟରେ ଗୋଟିଏ ବସ୍ ଉପଲବ୍ଧ ରହିବ । ରୋଗୀଙ୍କ ସୁବିଧା ପାଇଁ କଲ୍ ବଟନ୍, ସିସିଟିଭି କ୍ୟାମେରା, ଜିପିଏସ ଟ୍ରାକିଙ୍ଗ ସହ ଲାଇଭ ମନିଟରିଙ୍ଗ ସୁବିଧା ମଧ୍ୟ ଉପଲବ୍ଧ ରହିବ । ଏହାବ୍ୟତୀତ ଏକ ପେସେଣ୍ଟ ଆପ୍ ମଧ୍ୟ ରହିବ, ଯାହାଦ୍ୱାରା ରିୟଲ ଟାଇମ ବସ୍ ଟ୍ରାକିଙ୍ଗ ଏବଂ ସର୍ଭିସ ଫିଡବ୍ୟାକ ଦିଆଯାଇପାରିବ । ରୋଗୀ ଏମ୍ସ ସ୍ମାର୍ଟ କାର୍ଡ କିମ୍ବା ୟୁପିଆଇ ଜରିଆରେ ବସ୍ ଭଡ଼ା ଦେଇପାରିବେ ।

Get real time updates directly on you device, subscribe now.