fbpx

ହୀରାକୁଦର ୧୪ଟି ଗେଟ୍ ଖୋଲା, ନିଷ୍କାସିତ ହେଉଛି ୨ ଲକ୍ଷ ୪୫ ହଜାର ୪୨୧ କ୍ୟୁସେକ ବନ୍ୟାଜଳ

ସମ୍ବଲପୁର: ହୀରାକୁଦରେ ୧୪ଟି ଗେଟ୍ ଦେଇ ବନ୍ୟାଜଳ ନିଷ୍କାସିତ ହେଉଛି । ସକାଳ ୬ଟା ସୁଦ୍ଧା ଜଳସ୍ତର ୬୦୯.୨୯ ଫୁଟ୍ ରହିଛି । ଏଥିସହ ୧ ଲକ୍ଷ ୩୯ ହଜାର ୯୪୯ କ୍ୟୁସେକ ଜଳ ପ୍ରବେଶ କରୁଛି । ନିଷ୍କାସିତ ହେଉଛି ୨ ଲକ୍ଷ ୪୫ ହଜାର ୪୨୧ କ୍ୟୁସେକ ଜଳ । ମୁଣ୍ଡଳିରେ ଖସିବାରେ ଲାଗିଛି ମହାନଦୀ ଜଳସ୍ତର । ମୁଣ୍ଡଳିରେ ବର୍ତ୍ତମାନ ୪ ଲକ୍ଷ ୨୬ ହଜାର ୧୧୨ କ୍ୟୁସେକ ଜଳ ପ୍ରବାହିତ ହେଉଛି ।

ଗତକାଲି ହୀରାକୁଦରେ ୨ଟି ଗେଟ ବନ୍ଦ ହୋଇଥିଲା । ରବିବାର ଦିନ ୨୦ଟି ଗେଟ ଖୋଲାଯାଇଥିଲା । ତେବେ ବର୍ତ୍ତମାନ ଆଉ ୪ଟି ଗେଟ ବନ୍ଦ କରାଯାଇ ସମୁଦାୟ ୧୪ଟି ଗେଟ୍ ଦେଇ ବନ୍ୟାଜଳ ନିଷ୍କାସିତ ହେଉଛି । ଉପର ମୁଣ୍ଡରେ ଜଳ ପ୍ରବାହ କମୁଥିବାରୁ ଏହି ଗେଟ ବନ୍ଦ କରାଯାଇଛି । ଅନ୍ୟପଟେ ହୀରାକୁଦର ଗେଟ ବନ୍ଦ କରାଯିବାରୁ କଟକ ମୁଣ୍ଡଳିର ଜଳସ୍ତର କମିବା ଦେଖିବାକୁ ମିଳିଛି ।

Get real time updates directly on you device, subscribe now.