fbpx

ହ୍ୱାଟସ୍ ଆପ ବ୍ୟବହାରକାରୀଙ୍କ ପାଇଁ ଖୁସି ଖବର: ଆସିଲା ନୂଆ ଫିଚର, ନିଜ ଭାଷାରେ କରିହେବ ଟ୍ରାନ୍ସଲେଟ୍

ନୂଆଦିଲ୍ଲୀ: ହ୍ୱାଟସ୍ ଆପ ବ୍ୟବହାରକାରୀଙ୍କ ପାଇଁ ଆସିଲା ଖୁସି ଖବର । ହ୍ୱାଟସ୍ ଆପର ଏହି ନୂଆ ଫିଚର୍‌ ମାଧ୍ୟମରେ ବ୍ୟବହାରକାରୀ କୌଣସି ଭାଷାରେ ଲିଖିତ ମେସେଜ୍‌କୁ ସହଜରେ ନିଜ ଭାଷାରେ ଅନୁବାଦ କରିପାରିବେ ବା ଅଲଗା ଭାଷାରେ ଆସୁଥିବା ମେସେଜ୍‌କୁ ପଢ଼ିବା ପାଇଁ ଟ୍ରାନ୍ସଲେଟ କରି ପାରିବେ ।

ସେହିିପରି ଏହି ଫିଚର୍‌ ପାଇଁ ହ୍ବାଟ୍ସଆପ୍‌କୁ ଲାଙ୍ଗୁଏଜ୍‌ ପ୍ୟାକ୍‌ ଡାଉନଲୋଡ୍ କରିବାକୁ ହେବ। ପ୍ରାରମ୍ଭିକ ପର୍ୟ୍ୟାୟରେ କିଛି ଭାଷାକୁ ଏଥିରେ ସମର୍ଥନ ମିଳିବ । ପରବର୍ତ୍ତୀ ସମୟରେ ଏବା ଅନ୍ୟ ଭାଷାକୁ ସବୁ ପ୍ରାଧାନ୍ୟ ଦେବ । ବର୍ତ୍ତମାନ ଏହା ଇଂରାଜୀ, ହିନ୍ଦୀ, ସ୍ପେନିସ୍‌, ରୁଷୀୟ ଭାଷା ଅନୁବାଦ କରିବାର ସୁବିଧା ପ୍ରଦାନ କରାଯିବ ।

ହ୍ବାଟସ୍‌ଆପ୍‌ ତା’ର ବ୍ୟବହାରକାରୀଙ୍କ ପାଇଁ ନୂଆ ନୂଆ ଫିଚର୍‌ ବିଭିନ୍ନ ସମୟରେ ଜାରି କରିଥାଏ।ଏହି ସୁବିଧା ମଧ୍ୟ ହ୍ୱାଟସ୍ ଆପ ଆଣିବାକୁ ଯାଉଛି । ଏହି କ୍ରମରେ ଏବେ କମ୍ପାନି ଏକ ବଡ଼ ଫିଚର୍‌ ଆଣିବା ଦିଗରେ କାର୍ୟ୍ୟ କରୁଛି। ଏହି ନୂଆ ଫିଚର୍‌ ମାଧ୍ୟମରେ ବ୍ୟବହାରକାରୀ କୌଣସି ଭାଷାରେ ଲିଖିତ ମେସେଜ୍‌କୁ ସହଜରେ ଅନୁବାଦ କରିପାରିବେ। ଏହା ହ୍ୱାଟସ୍ ଆପ ବ୍ୟବହାରକାରୀଙ୍କ ପାଇଁ ବହୁତ ସହଜ ଏବଂ ଲାଭଦାୟକ ହେବ ବୋଲି କମ୍ପାନୀ ଆଶାବ୍ୟକ୍ତ କରିଛି ।

Get real time updates directly on you device, subscribe now.