fbpx

SSC MTS ଓ ହାବିଲଦାର ନିଯୁକ୍ତି ୨୦୨୪: ଅନଲାଇନ୍ ଆବେଦନର ଅନ୍ତିମ ତାରିଖ ବୃଦ୍ଧି

ନୂଆଦିଲ୍ଲୀ: କର୍ମଚାରୀ ଚୟନ ଆୟୋଗ (ଏସଏସସି) ମଲ୍ଟିଟାସ୍କିଂ (ଏମଟିଏସ) ଓ ହାବିଲଦାର ନିଯୁକ୍ତି ୨୦୨୪କୁ ନେଇ ଆସିଛି ଏକ ବଡ଼ ଅପଡେଟ୍ । ଏହି ନିଯୁକ୍ତିର ଅନଲାଇନ୍ ଆବେଦନର ଅନ୍ତିମ ତାରିଖ ବୃଦ୍ଧି କରାଯାଇଛି । ପୂର୍ବରୁ ଆବେଦନର ଶେଷ ତାରିଖ ଜୁଲାଇ ୩୧ ରହିଥିବା ବେଳେ ଏବେ ଉକ୍ତ ଅବଧିକୁ ଅଗଷ୍ଟ ୩ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି । ପ୍ରାର୍ଥୀମାନେ ଅଗଷ୍ଟ ୪ ତାରିଖ ସୁଦ୍ଧା ସେମାନଙ୍କର ଅନଲାଇନ୍ ପେମେଣ୍ଟ କରିପାରିବେ । ସେହିପରି ପ୍ରାର୍ଥୀମାନେ ଅଗଷ୍ଟ ୧୬ରୁ ୧୭ ତାରିଖ ମଧ୍ୟରେ ସେମାନଙ୍କର ଆପ୍ଲିକେସନ ଫର୍ମକୁ ସଂଶୋଧନ କରିପାରିବେ । ଅନ୍ୟ ସମସ୍ତ ନିୟମ ଅପରିବର୍ତ୍ତି ରହିବ । ଏନେଇ ଏସଏସସି ପକ୍ଷରୁ ବିଜ୍ଞପ୍ତି ଜାରି କରି ସୂଚନା ଦିଆଯାଇଛି ।

ସୂଚନାଯୋଗ୍ୟ ଯେ, ଆସନ୍ତା ଅକ୍ଟୋବର-ନଭେମ୍ବର ମାସରେ ଏହି ସମସ୍ତ ପଦ ପାଇଁ କମ୍ପ୍ୟୁଟର ବେସଡ ଟେଷ୍ଟ (ସିବିଟି) ମୋଡ଼ରେ ପରୀକ୍ଷା ହେବା ନେଇ ଶିଡ୍ୟୁଲ ହୋଇଛି । ମହିଳା, ଅନୁସୂଚିତ ଜାତି (ଏସସି), ଅନୁସୂଚିତ ଜନଜାତି (ଏସଟି), ପିଡବ୍ଲ୍ୟୁଡି ଓ ଇଏସଏମ ବର୍ଗର ପ୍ରାର୍ଥୀଙ୍କ ପାଇଁ ଆବେଦନ ଫିସ୍ ଛାଡ଼ କରାଯାଇଥିବା ବେଳେ ଅନ୍ୟ ପ୍ରାର୍ଥୀମାନେ ୧୦୦ ଟଙ୍କା ଦାଖଲ କରିବେ । ପେମେଣ୍ଟ ଅନଲାଇନ୍ ମୋଡ଼ରେ ଗ୍ରହଣ କରାଯିବ । ଏମଟିଏସ ପଦ ପାଇଁ ପ୍ରାର୍ଥୀଙ୍କର ବୟସ ଯୋଗ୍ୟତା ୧୮ରୁ ୨୫ ବର୍ଷ ମଧ୍ୟରେ ହୋଇଥିବା ଆବଶ୍ୟକ । ସେହିପରି ହାବିଲଦାର ପଦ ପାଇଁ ପ୍ରାର୍ଥୀଙ୍କର ବୟସ ଯୋଗ୍ୟତା ୧୮ରୁ ୨୭ ବର୍ଷ ମଧ୍ୟର ହୋଇଥିବା ଆବଶ୍ୟକ । ଏସସି, ଏସଟି, ଓବିସି, ପିଡବ୍ଲ୍ୟୁଡି, ଏକ୍ସ-ସର୍ଭିସମେନଙ୍କ ପାଇଁ ବୟସ କୋହଳ କରାଯିବ । ୨୦୨୪ ମସିହା ଅଗଷ୍ଟ ମାସ ୧ ତାରିଖ ସୁଦ୍ଧା ପ୍ରାର୍ଥୀଙ୍କର ବୟସ ହିସାବକୁ ନିଆଯିବ । ଏଥିରେ ଆବେଦନ କରିବାକୁ ହେଲେ ପ୍ରାର୍ଥୀଙ୍କୁ କୌଣସି ସ୍ୱୀକୃତିପ୍ରାପ୍ତ ବୋର୍ଡ କିମ୍ବା ୟୁନିଭରସିଟିରୁ ମାଟ୍ରିକ ପାସ୍ କରିଥିବା ଆବଶ୍ୟକ ।

ଲିଙ୍କ: https://ssc.gov.in/api/attachment/uploads/masterData/NoticeBoards/important%20notice%20to%20MTS%202024%20pdf31724.pdf

Get real time updates directly on you device, subscribe now.