fbpx

LPG Price: କେନ୍ଦ୍ର ପରେ ଏବେ ମହାରାଷ୍ଟ୍ର ରାଜ୍ୟ ସରକାରଙ୍କ ଗିଫ୍ଟ,ଚଳିତବର୍ଷ ୩ ଥର ମାଗଣାରେ ମିଳିବ ଏଲପିଜି ସିଲିଣ୍ଡର

ଓଡିଶା ଭାସ୍କର: କେନ୍ଦ୍ରସରକାର ଦେଶର ମହିଳାଙ୍କୁ ସଶକ୍ତ ବନାଇବା ପାଇଁ ବହୁ ଯୋଜନା ନେଇ ଆସନ୍ତି । ଏଭଳି ଏକ ଯୋଜନା ହେଉଛି ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନା । ଏହି ଯୋଜନା ଅଧିନରେ ବର୍ଷକୁ ମହିଳାଙ୍କ ପାଇଁ କେନ୍ଦ୍ର ସରକାର ଗରିବଙ୍କୁ ୩୦୦ ଟଙ୍କାର ସବସିଡିରେ ସିଲିଣ୍ଡର ପ୍ରଦାନ କରନ୍ତି । ସାମାନ୍ୟ ଗ୍ୟାସ ସିଲିଣ୍ଡର ଯେଉଁଠି ୮୦୩ ଟଙ୍କାରେ ମିଳିଥାଏ, ତାହା ଏହି ଯୋଜନା ମାଧ୍ୟମରେ ଲାଭାର୍ଥୀଙ୍କୁ ୩୦୦ ଟଙ୍କା ଛାଡି ଦିଆଯାଏ । ଏଭଳି କ୍ଷେତ୍ରରେ ସେମାନେ ପ୍ରାୟ ୫୦୩ ଟଙ୍କାରେ ସିଲିଣ୍ଡର ପାଇ ଯାଆନ୍ତି ।
‘ମୁଖ୍ୟମନ୍ତ୍ରୀ ମେରି ଲାଡଲୀ

ବହନ ଯୋଜନା’ ମହାରାଷ୍ଟ୍ର ସରକାରଙ୍କ ଦ୍ୱାରା ଚଲାଯାଉଥିବା ଏକ ସାମାଜିକ କଲ୍ୟାଣ ଯୋଜନା ଅଟେ । ଏଥିରେ ଗରିବ ମହିଳାମାନଙ୍କୁ ପ୍ରତିମାସ ପ୍ରାୟ ୧୫୦୦ ଟଙ୍କା ମିଳିଥାଏ । ବର୍ତ୍ତମାନ ରାଜ୍ୟସରକାର ୧୫୦୦ ଟଙ୍କା ଦେବା ସହ ମାଗଣାରେ ଗ୍ୟାସ ସିଲିଣ୍ଡର ମଧ୍ୟ ପ୍ରଦାନ କରିବେ । ସରକାର ଏହା ଶୀଘ୍ର କାର୍ଯ୍ୟକାରୀ କରିବାର ଯୋଜନା ରଖିଛନ୍ତି । ରାଜ୍ୟ ସରକାରଙ୍କ ଖାଦ୍ୟ ନାଗରିକ ଆପୂର୍ତ୍ତି ଓ ଗ୍ରାହକ ସଂରକ୍ଷଣ ବିଭାଗ ଦ୍ୱାରା ଆଦେଶ ମଧ୍ୟ ଜାରି କରାଯାଇଛି ।

ଏହି ଯୋଜନାରେ ସେମାନଙ୍କୁ ଗ୍ୟାସ ସିଲିଣ୍ଡର ମିଳିବ ଯେଉଁମାନଙ୍କ ପାଖରେ ପ୍ରଥମରୁ ଗ୍ୟାସ କନେକ୍ସନ ରହିଛି । ଏହାସହ ‘ମୁଖ୍ୟମନ୍ତ୍ରୀ ମେରି ଲାଡଲୀ ବହନ ଯୋଜନା’ର ଲାଭ ପରିବାରର କେବଳ ଜଣେ ସଦସ୍ୟଙ୍କୁ ମିଳି ପାରିବ । ଫଳରେ ଜଣକୁ ବର୍ଷକୁ ୧୪.୨ କିଲୋଗ୍ରାମର ଗ୍ୟାସ ସିଲିଣ୍ଡର ୩ ଥର ମାଗଣାରେ ମିଳିପାରିବ । ୧ ଜୁଲାଇ ୨୦୨୪ ପରେ ଜାରି କରାଯାଇଥିବା ରାସନକାର୍ଡଧାରୀ ଏହାର ଲାଭ ନେଇ ପାରିବେ ନାହିଁ । ରାଜ୍ୟସରକାର ଏହି ଲାଭ ରାଶି ସିଧାସଳଖ ଲାଭାର୍ଥୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ପଠାଇବେ । ଏହି ରାଶି କେନ୍ଦ୍ର ସରକାରଙ୍କ ୩୦୦ ଟଙ୍କାର ସବସିଡିକୁ ଛାଡି ହେବ ।

Get real time updates directly on you device, subscribe now.