fbpx

(Video) ସଂଘର୍ଷ କରି ପାରିଲେନି ଶିବମ ଦୁବେ: ବ୍ୟାଟିଂ ବିପର୍ଯ୍ୟୟ ପାଇଁ ପ୍ରଥମ ଦିନିକିଆ ଟାଇ

ନୂଆଦିଲ୍ଲୀ: ଶ୍ରୀଲଙ୍କା ବିପକ୍ଷ ପ୍ରଥମ ଦିନିକିଆରେ ବିଜୟ ହାସଲ କରିବାରେ ବିଫଳ ହୋଇଛି ଟିମ ଇଣ୍ଡିଆ । ଏହି ମ୍ୟାଚରେ କଡ଼ା ସଂଘର୍ଷ କରି ମଧ୍ୟ ଭାରତକୁ ବିଜୟ ଭେଟି ଦେଇ ପାରି ନାହାନ୍ତି ଷ୍ଟାର ଅଲରାଉଣ୍ଡର ଶିବମ ଦୁବେ । ଶ୍ରୀଲଙ୍କା ବିପକ୍ଷରେ ଭାରତର ବ୍ୟାଟିଂ ବିପର୍ଯ୍ୟୟ ଘଟିବା ପରେ କୁଳଦୀପ ଯାଦବ ଏବଂ ମହମ୍ମଦ ସିରାଜଙ୍କ ସହ ପାର୍ଟନରସିପ କରି ଟିମ ଇଣ୍ଡିଆକୁ ବିଜୟର ଖୁବ ନିକଟତର କରାଇଥିଲେ ଶିବମ୍ । ତେବେ ବିଜୟ ପାଇଁ ମାତ୍ର ୧ ରନ୍ ବାକି ଥିବା ବେଳେ ସେ ଆଉଟ ହୋଇ ପାଭିଲିୟନ୍ ଫେରିଛନ୍ତି । ଏହାପରେ ଅର୍ଶଦୀପ ସିଂହ ମଧ୍ୟ ଆଉଟ ହୋଇଯିବା ପରେ ମ୍ୟାଚ ଟାଇ ହୋଇଛି । ଟିମ ଇଣ୍ଡିଆ ପକ୍ଷରୁ ଅଧିନାୟକ ରୋହିତ ସର୍ବାଧିକ ୫୮ ରନ୍ କରିଥିବା ବେଳେ ଶିବମ ଦୁବେ ମୂଲ୍ୟବାନ୍ ୨୫ ରନ୍ କରି ପାଭିଲିୟନ୍ ଫେରିଛନ୍ତି ।

ଟି-୨୦ ଚମ୍ପିଆନ୍ ଟିମ ଇଣ୍ଡିଆକୁ ଦିନିକିଆ ମ୍ୟାଚରେ କଡ଼ା ଟକ୍କର ଦେଇଛି ଶ୍ରୀଲଙ୍କା । ଘରୋଇ ଦଳର ଦମଦାର ବୋଲିଂ ଆଗରେ ବିଫଳ ହୋଇଛି ରୋହିତ ସେନା । ଅଧିନାୟକ ରୋହିତ ଶର୍ମାଙ୍କ ଅର୍ଦ୍ଧଶତକ ଏବଂ ଶିବମ ଦୁବେଙ୍କ ମୂଲ୍ୟବାନ୍ ବ୍ୟାଟିଂ ପରେ ମଧ୍ୟ ବିଜୟ ହାସଲ କରିବାରେ ବିଫଳ ହୋଇଛି ଟିମ ଇଣ୍ଡିଆ । ମାତ୍ର ୨୩୦ ରନରେ ଭାରତ ଅଲଆଉଟ୍ ହେବା ସହ ମ୍ୟାଚକୁ ଟାଇ କରିବାରେ ସଫଳ ହୋଇଛି ଶ୍ରୀଲଙ୍କା । ଟିମ ଇଣ୍ଡିଆ ପକ୍ଷରୁ ଅଧିନାୟକ ରୋହିତ ଶର୍ମା ସର୍ବାଧିକ ୫୮ ରନ୍ କରିଛନ୍ତି । ଏହାବ୍ୟତୀତ ଦଳର ସଂଘର୍ଷ ମୁହୂର୍ତ୍ତରେ ଷ୍ଟାର ଅଲରାଉଣ୍ଡର ଶିବମ ଦୁବେଙ୍କ ୨୫ ରନର ଇନିଂସ ଭାରତ ପାଇଁ ବେଶ୍ ଗୁରୁତ୍ୱପୂର୍ଣ୍ଣ ରହିଥିଲା । ବିଜୟକୁ ମାତ୍ର ୧ ରନ୍ ଦୂରରେ ଥିବା ବେଳେ ସେ ଆଉଟ ହୋଇଥିଲେ । ଏହାପରେ ଶେଷ ୱିକେଟ ଭାବରେ ଅର୍ଶଦୀପ ସିଂହ ମଧ୍ୟ ଆଉଟ ହୋଇଯିବାରୁ ବିଜୟ ହାସଲ କରିବାରେ ଫେଲ ହୋଇଛି ରୋହିତ ସେନା ।

ଏହାବ୍ୟତୀତ ମ୍ୟାଚରେ ଅକ୍ଷର ପଟେଲ ୩୩, କେ.ଏଲ ରାହୁଲ ୩୧ ଏବଂ ବିରାଟ କୋହଲି ୨୪ ରନ୍ କରିଛନ୍ତି । ତେବେ ଶ୍ରୀଲଙ୍କା ବୋଲରଙ୍କ ଦମଦାର ବୋଲିଂ ଆଗରେ ଟିମ ଇଣ୍ଡିଆର ବ୍ୟାଟିଂ ବିପର୍ଯ୍ୟୟ ପ୍ରଥମ ଦିନିକିଆ ଟାଇ କରାଇଛି । ଶ୍ରୀଲଙ୍କା ପକ୍ଷରୁ ଅଧିନାୟକ ଚରିତ ଅସଲଙ୍କା ଏବଂ ୱାନିନ୍ଦୁ ହସରଙ୍ଗା ୩ଟି ଲେଖାଏଁ ୱିକେଟ ହାସଲ କରିଛନ୍ତି । ଏହାବ୍ୟତୀତ ଦୁନିଥ ୱେଲାଲାଗେ ୨ଟି ସଫଳତା ପାଇଥିବା ବେଳେ ଅସିଥା ଫର୍ଣ୍ଣାଣ୍ଡୋ ଏବଂ ଅକିଲା ଧନଞ୍ଜୟ ଗୋଟି ଲେଖାଏଁ ୱିକେଟ ନିଜ ନାମରେ କରିଛନ୍ତି । ତେବେ ପ୍ରଥମ ମ୍ୟାଚ ଟାଇ ହେବା ପରେ ଆସନ୍ତା ମ୍ୟାଚ ଉଭୟ ଦଳ ପାଇଁ ବେଶ୍ ଗୁରୁତ୍ୱପୂର୍ଣ୍ଣ ରହିବ ।

Get real time updates directly on you device, subscribe now.