fbpx

(Video) ସାବଧାନ! ରାଜଧାନୀରେ ହେଉଛି ଗାଈ ଚୋରି, ରାତିରେ ଆସୁଛନ୍ତି ଗାଡ଼ିରେ ଲୋଡ୍ କରି ଚାଲିଯାଉଛନ୍ତି

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜଧାନୀରେ ଦେଖିବାକୁ ମିଳିଛି ଏକ ଅଜବ ଘଟଣା । କିଛି ଲୋକ ଦଳ ଦଳ ହୋଇ ଆସି ରାତିରେ ଗାଈମାନଙ୍କୁ ଉଠାଇ ନେଇଯାଉଥିବା ଅଭିଯୋଗ ହୋଇଛି । ଗାଈମାନଙ୍କୁ ଗାଡ଼ିରେ ଲୋଡ କରି ନିଆଯାଉଥିବା ଜଣାପଡ଼ିଛି । ଏହାର ପ୍ରମାଣ ମଧ୍ୟ ସିସିଟିଭିରେ ଦେଖିବାକୁ ମିଳିଛି । ଏନେଇ ଲୋକମାନେ ଅତ୍ୟନ୍ତ ହୋଇ ଖଣ୍ଡଗିରି ଥାନା ଘେରାଉ କରିଛନ୍ତି । ଗୋଟିଏ ଗାଈକୁ ଉଦ୍ଧାର କରାଯାଇଥିବା ବେଳେ ଅନ୍ୟ ଗାଈମାନେ ଏବେ କେଉଁଠି ଅଛନ୍ତି ତା’ର କିଛି ଖବର ନାହିଁ ।

ଏପରି ଅନେକ ଲୋକଙ୍କର ଗାଈ ଚୋରି ହେଉଥିବା ନେଇ ଅଭିଯୋଗ ହୋଇଛି । ତେବେ କିଏ ଓ କାହିଁକି ଏହି ଗାଈ ଚୋରି କରୁଛି ତାହା ଏବେ ବଡ଼ ପ୍ରଶ୍ନ । କିଛି ଲୋକଙ୍କର ଜର୍ସି ଗାଈ ମଧ୍ୟ ଚୋରି ହୋଇଥିବା ଜଣାପଡ଼ିଛି । ଗୋଟିଏ ନୁହେଁ କି ଦୁଇଟି ନୁହେଁ ଜଣେ ବ୍ୟକ୍ତିଙ୍କର ୧୧ଟି ଗାଈ ଚୋରି ହୋଇଥିବା ନେଇ ସେ ଅଭିଯୋଗ କରିଛନ୍ତି । ଅନେକ ଲୋକ ଗାଈ ପାଳନ କରି ପରିବାର ଭରଣପୋଷଣ କରୁଥିବା ବେଳେ ଏବେ ଗାଈ ଚୋରି ହେବା ପରେ ସେମାନଙ୍କର ଦାନାପାଣି ଉଡ଼ି ଯାଇଛି । ତେଣୁ ଏହି ଘଟଣାକୁ ପର୍ଦ୍ଦାଫାସ କରିବା ପାଇଁ ଲୋକମାନେ ଏବେ ପୋଲିସର ଦ୍ୱାରସ୍ଥ ହୋଇଛନ୍ତି ।

Get real time updates directly on you device, subscribe now.