fbpx

ରାଜିନାମା କରନ୍ତୁ,ଭଡାରେ ବଧୂ-ଝିଅଙ୍କୁ ନେଇ ଯାଆନ୍ତୁ, ଭାରତରେ ରହିଛି ଏହିସ୍ଥାନ ଯେଉଁଠି ‘ଟଙ୍କାର ବର୍ଷା ହୁଏ, ମହିଳା ବିକ୍ରି ହୁଏ..

ଓଡିଶା ଭାସ୍କର: ଦୁନିଆରେ ଆଜି ବି ଅନେକ କୁପ୍ରଥା ରହିଛି । ଯାହାକୁ ଶୁଣିଲେ ଲାଗେ, ଏମିତି କେମିତି ହୋଇପାରିବ । ଲୋକେ ଏଭଳି ପ୍ରଥା ଦେଖି ଭାବିବାକୁ ବାଧ୍ୟ ହୋଇ ଯାଆନ୍ତି । ଏହିକ୍ରମରେ ଏମିତି ଏକ ପ୍ରଥା ଏବେ ବି ଭାରତର ମଧ୍ୟପ୍ରଦେଶସ୍ଥିତ ଶିବପୁରୀରେ ପ୍ରଚଳିତ । ଏଠାରେ ମହିଳାଙ୍କ ପାଇଁ ପୁରୁଷମାନେ ନିଲାମ ଲଗାଇ ଥାଆନ୍ତି । ସେମାନେ ନିର୍ଦ୍ଦିଷ୍ଟ ସମୟ ପାଇଁ ରାଜିନାମା ମାଧ୍ୟମରେ ଭଡାରେ ନେଇ ଥାଆନ୍ତି । ଏହିପ୍ରଥାରେ କୁଆଁରୀ ଝିଅଠୁ ଆରମ୍ଭ କରି ବିବାହିତ ମହିଳାମାନେ ବି ସାମିଲ ରହି ଥାଆନ୍ତି । ଶିବପୁରୀର ଏହି ବିଚିତ୍ର ପ୍ରଥାକୁ ‘ଧଡିଚା ପ୍ରଥା’ କୁହନ୍ତି ।

ଏହିପ୍ରଥା ପାଇଁ ବର୍ଷକୁ ଏକ ନିର୍ଦ୍ଦିଷ୍ଟ ସମୟ ଥାଏ । ସେହି ସମୟରେ ବିବାହିତ ମହିଳାଙ୍କଠୁ ଆରମ୍ଭ କରି କୁଆଁରାମାନଙ୍କୁ ଜଣେ ରାଜିନାମା ବା ଚୁକ୍ତି କରି ଭଡାରେ ନେଇ ପାରିବ । ଏହି ପ୍ରଥାରେ ମହିଳାଙ୍କୁ କିଣିବା ପାଇଁ ଦୂରଦୂରାନ୍ତରୁ ପୁରୁଷ ଧାଇଁ ଆସନ୍ତି ସେମାନଙ୍କ ଟିକେ ସାନିଧ୍ୟ ପ୍ରାପ୍ତ କରିବା ପାଇଁ । ମହିଳାଙ୍କ ଚାଲିଚଳଣ ଦେଖି ପୁରୁଷ ସେମାନଙ୍କ ଦାମ ଲଗାଇ ଥାଆନ୍ତି । ମାତ୍ର ୧୦ ଟଙ୍କାରୁ ଆରମ୍ଭ କରି ୧୦୦ ଟଙ୍କା ପର୍ଯ୍ୟନ୍ତ ଦେଇ ପେପରରେ ଚୁକ୍ତି କରି ଜଣେ ମହିଳାଙ୍କୁ ନେଇ ପାରିବ । ଏହି ଚୁକ୍ତିରେ ଉଭୟ ପକ୍ଷଙ୍କ ସହମତି ରହିଥାଏ ।

ମହିଳାଙ୍କ ଭଡା ପାଇଁ ମଧ୍ୟପ୍ରଦେଶର ଶିବପୁରୀରେ ମଣ୍ଡି ବସେ । ପ୍ରାୟ ୧୫ ହଜାରୁ ୪ ଲକ୍ଷ ଟଙ୍କା ଦେଇ ମଧ୍ୟ ଲୋକେ ଏଠାରୁ ମହିଳାଙ୍କ ଚରମ ସୁଖ ଲାଭ କରିବା ପାଇଁ ପାଗଳ ହୋଇ ଉଠନ୍ତି । ‘ଟଙ୍କାର ବର୍ଷା ହୁଏ, ମହିଳା ବିକ୍ରି ହୁଏ’ । ଜଣେ ମହିଳାଙ୍କୁ ଯଦି କୌଣସି ପୁରୁଷ ପସନ୍ଦ ଆସେ, ତେବେ ପୁଣିଥରେ ସେ ପୁରୁଷ ଚୁକ୍ତି କରି ସେହି ମହିଳାଙ୍କୁ ନିଜ ଘରକୁ ନେଇ ଅଧିକ ସମୟ ବିତାଇ ପାରିବାର ମଧ୍ୟ ନିୟମ ରହିଛି ଏହି ‘ଧଡିଚା ପ୍ରଥା’ରେ ।

ପ୍ରକାଶଥାଉ ଯେ, ପୁରୁଷ ଭିନ୍ନ ଭିନ୍ନ ଆବଶ୍ୟକତା ପୂରଣ ପାଇଁ ଏଠାରୁ ମହିଳାଙ୍କୁ ନେଇଥାଏ । କିଏ ମା’ର ସେବା କରିବା ପାଇଁ ତ ପୁଣି କିଏ ବିବାହର ନାଟକ ପାଇଁ । ପୁଣି କିଏ ନିଜର ଯୌବନର ଯୌନ ଆବଶ୍ୟକତାର ଭୋକ ମେଣ୍ଟାଇବା ପାଇଁ । ତେବେ ଜଣେ ମହିଳା ଚୁକ୍ତି ପରେ ଯଦି ପୁରୁଷ ସହ ସୁଖ ଭୋଗ କରିବାରେ ଖୁସି ନ ହୁଏ,ତେବେ ସେ ଏହି ଚୁକ୍ତିରୁ ଓହରି ଯିବାର ନିୟମ ମଧ୍ୟ ରହିଛି । କିନ୍ତୁ, ଏଭଳି ପରିସ୍ଥିତିରେ କ୍ରେତାଙ୍କୁ ମହିଳା ତାଙ୍କର ପଇସା ଫେରସ୍ତ କରନ୍ତି । ଶିବପୁରୀର ଏହି ପ୍ରଥା କଥା ଶୁଣିଲେ ଜଣେ କେବଳ ଆଶ୍ଚର୍ଯ୍ୟଚକିତ ହୋଇ ନଥାଏ । ବରଂ ତାହାର ମଧ୍ୟ ଯୌନ ଆବଶ୍ୟକତା ତଥା ସମ୍ଭୋଗ ପ୍ରାପ୍ତିର ମାର୍ଗ ଖୋଲିଯାଏ । ଧାଇଁଯାଏ ମଧ୍ୟପ୍ରଦେଶ ଓ ନିଜ ଘରକୁ ନେଇ ଆସେ ପୁରୁଷ ମହିଳା ଓ କୁଆଁରୀ ଝିଅକୁ । ସେମାନେ ହଜିଯାଆନ୍ତି ଅନ୍ୟ ଏକ ଦୁନିଆରେ । ଯାହାକୁ ଜଣେ କହି ପାରିବ ରଙ୍ଗୀନ ଦୁନିଆ । ଯେଉଁଠି କେବଳ ଥାଏ ମାୟା ଓ ସମ୍ଭୋଗର ମାୟାଜାଲ ତଥା ଚୁକ୍ତି ।

Get real time updates directly on you device, subscribe now.