fbpx

(Video): ସୁଟିଂ ସମୟରେ ଅଭିନେତ୍ରୀଙ୍କୁ ଅଚାନକ କିସ କରିଲେ ଏହି ନିର୍ଦ୍ଦେଶକ, ଭିଡିଓ ହେଲା ଲିକ୍‌, ଦେଖିକି ଆପଣ କହିବେ- ଏ କି କଥା!

ଓଡିଶା ଭାସ୍କର: ସିନେମା ଦୁନିଆରେ ଅନେକ ଏମିତି ଖବର ଆସେ, ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟଚକିତ କରେ । ସୋସିଆଲ ମିଡିଆରେ ବହୁ ସିନେ ଖବର ଚର୍ଚ୍ଚା ସାଉଁଟିଥାଏ । ଏହିକ୍ରମରେ ଏମିତି ଏକ ରୋମାଞ୍ଚ ଓ ବିବାଦୀୟ ଘଟଣା ଦେଖିବାକୁ ମିଳିଛି ହଲିଉଡରୁ । ଯାହା ଏବେ ଚର୍ଚ୍ଚା ସାଉଁଟୁଛି ।

ହଲିଉଡ ସିନେମା ‘ମେଗାପୋଲିସ’ ର ସୁଟିଂ ସମୟରେ ନିର୍ଦ୍ଦେଶକ-ପ୍ରଡ୍ୟୁସର ଫ୍ରାନସିସ ଫୋର୍ଡ କୋପୋଲା ସିନେମା ସୁଟିଂ ସମୟରେ ଅଭିନେତ୍ରୀଙ୍କୁ ଚୁମ୍ବନ କରିଦେଇଛନ୍ତି । ଯାହା ଏବେ ସାରା ବିଶ୍ୱରେ ଚର୍ଚ୍ଚା ସାଜିଛି । ତାଙ୍କର ଏହି କିସିଂ ସିନ ବେଶ୍ ଭାଇରାଲ ହେବାରେ ଲାଗିଛି । ଏକ ସୋସିଆଲ ମିଡିଆ ପୋଷ୍ଟରେ ଏହା ଦେଖିବାକୁ ମିଳିଛି । ଯେଉଁଥିରେ ଲେଖା ହୋଇଛି ଯେ ଡୋଇରେକ୍ଟର ଫ୍ରାନସିସ ଫୋର୍ଡ ଜଣେ ଅଭିନେତ୍ରୀଙ୍କୁ କିସ କରିଦେଲେ ।

ଭାଇରାଲ ହେଉଥିବା ଏହି ଅଭିନେତ୍ରୀ ଜଣକଙ୍କ ନା ହେଉଛି ଲରେନ ପୌଗୋନ । ସେ କହିଛନ୍ତି ଯେ ଗୋଟିଏ କ୍ଲବ ସିନରେ ଲାଇଭ ଷ୍ଟ୍ରିମିଂ ଚାଲୁଥିଲା । ଏହିସମୟରେ କୋପୋଲା ତାଙ୍କ ପାଖକୁ ଆସି ତାଙ୍କୁ କିସ କରିଦେଲେ । ସେ ତାଙ୍କୁ ଆଲିଙ୍ଗନ କଲେ ଓ ତାଙ୍କୁ ଧରି ହଠାତ ଚୁମ୍ବନ କରି ଦେବାରୁ ସେ ନିଜେ ବି ଜାଣି ପାରିଲେ ନାହିଁ ବୋଲି କହିଛନ୍ତି । ତେବେ ଏହି ଘଟଣା ଉପରେ କୌଣସି ପୁଷ୍ଟି ହୋଇ ପାରି ନାହିଁ ଏ ପର୍ଯ୍ୟନ୍ତ ।

 

View this post on Instagram

 

A post shared by Lauren Pagone (@laurenpagone)

Get real time updates directly on you device, subscribe now.