fbpx

ଆସନ୍ତାକାଲି ପାରାଦୀପରେ ପିଏଡ଼ିସିର ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ, କେନ୍ଦ୍ରମନ୍ତ୍ରୀ

ଭୁବନେଶ୍ୱର, ୨୪ା୬(ଓଡ଼ିଶା ଭାସ୍କର): ଆସନ୍ତାକାଲି ପାରାଦୀପରେ ଉଦଘାଟିତ ହେବ ଇଣ୍ଡିଆନ ଅଏଲର ପିଏଡ଼ିସି(ଉତ୍ପାଦ ପ୍ରୟୋଗ ଓ ବିକାଶ କେନ୍ଦ୍ର) । ଏହାକୁ ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଦିନ ୧୧ଟାରେ ଭର୍ଚୁଆଲ ଉତ୍ସବରେ ଉଦଘାଟିତ ହେବ ୪୩ କୋଟିର ପ୍ରକଳ୍ପ । ଭଦ୍ରକ ଓ ଧାମରାରେ ଟେକ୍ସଟାଇଲ ୟୁନିଟ ପାଇଁ ବି ସହାୟକ ହେବ ଏହି ପ୍ରକଳ୍ପ । ପଲିଷ୍ଟର ସୂତା ଓ କପଡ଼ା ପାଇଁ ବୈଷୟିକ କେନ୍ଦ୍ର ଭାବରେ ଏହା କାର୍ଯ୍ୟ କରିବ । ବିଭିନ୍ନ ଗବେଷଣା ଓ ବିକାଶ ଅନୁଷ୍ଠାନ ପାଇଁ ମଧ୍ୟ ସହାୟକ ହେବ ପିଏଡ଼ିସି । ଆଇସିଟି, ସିପେଟ ଓ ଏନସିଏଲ ଅନୁଷ୍ଠାନକୁ ସହଯୋଗ କରିବ ଏହି କେନ୍ଦ୍ର । ୫ଏକର ଜମି ଓ ୩୩୩୪ ବର୍ଗମିଟର କ୍ଷେତ୍ରରେ ପ୍ରତିଷ୍ଠା କେନ୍ଦ୍ର ହୋଇଛି । ଏହି କେନ୍ଦ୍ର ଦେଶରେ ଷଷ୍ଠ ଓ ପୂର୍ବ ଭାରତର ଦ୍ୱିତୀୟ ପ୍ରକଳ୍ପ ।

Get real time updates directly on you device, subscribe now.