୩୦ଲକ୍ଷ ଚାଷୀଙ୍କୁ ଫସଲ ବୀମା ଯୋଜନାରେ ଅନ୍ତର୍ଭୁକ୍ତ କରିବା ଲକ୍ଷ୍ୟ

ଭୁବନେଶ୍ୱର, ୨୪ା୬(ଓଡ଼ିଶା ଭାସ୍କର): କୃଷି ଓ ସମବାୟ ବିଭାଗର ଉଚ୍ଚସ୍ତରୀୟ ସମନ୍ୱୟ ବୈଠକରେ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି । ଚାଷୀଙ୍କୁ ଉନ୍ନତ ମାନର ବିହନ ଏବଂ ସାର ଯୋଗାଣ ଉପରେ ଗୁରୁତ୍ୱ ଦିଆଯାଇଛି । ନୂଆ ଚାଷୀ ଓ ଗୋଷ୍ଠୀଙ୍କୁ ଋଣ ପ୍ରଦାନରେ ପ୍ରାଥମିକତା ଦିଆଯିବ ବୋଲି ରାଜ୍ୟ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ,ସମବାୟ ବିଭାଗ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ କହିଛନ୍ତି । ଚଳିତ ଖରିଫ ଋତୁରେ ଚାଷୀଙ୍କୁ ୯ହଜାର କୋଟିର ଋଣ ଯୋଗାଣ କରିବା ଲକ୍ଷ୍ୟ ରହିଛି । ନୂଆ ଚାଷୀ ଓ ଗୋଷ୍ଠୀଙ୍କୁ ଅନ୍ୱ୍ୟନ ୯୦୦ କୋଟିର ଋଣ ଯୋଗାଇ ଦିଆଯିବା ନେଇ ନିଷ୍ପତ୍ତି ନିଆଯାଇଛି । ଫସଲର ବିବିଧୀକରଣ ଉପରେ କୃଷି ମନ୍ତ୍ରୀ ଅରୁଣ ସାହୁ ଗୁରୁତ୍ୱ ଦେଇଛନ୍ତି । ଅଧିକ ତୈଳବୀଜ, ପନିପରିବା ଓ ଅର୍ଥକରୀ ଫସଲ ଚାଷ କରାଯିବା ନେଇ ଲକ୍ଷ୍ୟ ରଖାଯାଇଛି । ଆରଏମସି ମାଧ୍ୟମରେ ଚାଷୀଙ୍କୁ ଉତ୍ପାଦନର ଉଚିତ ମୂଲ୍ୟ ଦେବାକୁ ଯୋଜନା ରହିଛି । ୩୦ଲକ୍ଷ ଚାଷୀଙ୍କୁ ଫସଲ ବୀମା ଯୋଜନାରେ ଅନ୍ତର୍ଭୁକ୍ତ କରିବା ଲକ୍ଷ୍ୟ ରହିଛି ।