fbpx

୪୦୦ ଚାଇନିଜ କମ୍ପାନୀ ଉପରେ ବିପଦ, ଖୁବଶୀଘ୍ର ବ୍ୟାନ କରିପାରନ୍ତି ସରକାର

ନୂଆଦିଲ୍ଲୀ: ଚୀନ୍ କମ୍ପାନୀଗୁଡିକ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଭାରତ ସରକାର ପୁଣି ଥରେ ପ୍ରସ୍ତୁତ ହେଉଛନ୍ତି। କର୍ପୋରେଟ୍ ବ୍ୟାପାର ମନ୍ତ୍ରଣାଳୟ ଖୁବ ଶୀଘ୍ର ପ୍ରାୟ ୪୦୦ ଚାଇନିଜ୍ କମ୍ପାନୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରନ୍ତି। ମନ୍ତ୍ରଣାଳୟକୁ ସୂଚନା ଆସିଛି ଯେ ଏହି କମ୍ପାନୀଗୁଡିକ ଅନଲାଇନ୍ ଚାକିରି ଏବଂ ଅନଲାଇନ୍ ଋଣ ସହ ଜଡିତ ଠକେଇରେ ଜଡିତ ଅଛନ୍ତି। ଆଶଙ୍କା କରାଯାଉଛି ଯେ ଏହି ସମସ୍ତ କମ୍ପାନୀ ଦିଲ୍ଲୀ, ମୁମ୍ବାଇ, ଚେନ୍ନାଇ, ବେଙ୍ଗାଲୁରୁ, ଉତ୍ତରପ୍ରଦେଶ ଏବଂ ଆନ୍ଧ୍ରପ୍ରଦେଶ ସମେତ ୧୭ ଟି ରାଜ୍ୟରେ ଅନେକ ଲୋକଙ୍କୁ ଆର୍ଥିକ ଠକେଇର ଶିକାର କରିଛନ୍ତି।

ରିପୋର୍ଟ ମୁତାବକ, କର୍ପୋରେଟ ମାମଲାରେ ମନ୍ତ୍ରାଳୟ ମୋବାଇଲ ସ୍କ୍ରିନ ଏବଂ ବ୍ୟାଟେରୀ ତିଆରି କରୁଥିବା ପାଖାପାଖି ୪୦ଟି ଚୀନ କମ୍ପାନୀ ବିରୋଧରେ ମଧ୍ୟ ଯାଞ୍ଚ ଆରମ୍ଭ କରିଛି । ସୂତ୍ରରେ ଦାବି କରାଯାଇଛି ଯେ, ପାଖାପାଖି ୬୦୦ ଚୀନ କମ୍ପାନୀ ଗୁଡିକୁ ଯାଞ୍ଚ କରାଯାଇଛି । ଏଥିରେ ୩୦୦ ରୁ ନେଇ ୪୦୦ କମ୍ପାନୀଗୁଡିକର କାର୍ଯ୍ୟ ସନ୍ଦେହଜନକ ବୋଲି ଜଣାପଡିଛି । ଏହା ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ନିଶ୍ଚିତ ହୋଇସାରିଛ । ଏଥିରେ ଲୋନ ଆପ ଏବଂ ଅନଲାଇନ ଜବ ଅଫର କରୁଥିବା କମ୍ପାନୀ ମଧ୍ୟ ସାମିଲ ଅଛି ।

Get real time updates directly on you device, subscribe now.