fbpx

ଦିନ ସାରା ACରେ ବସିଲେ ତ୍ୱଚାରୁ ପଳାଏ କୋମଳତା, ଏପରି କରନ୍ତୁ ହାଇଡ୍ରେସନ ମେଣ୍ଟେନ

ଓଡ଼ିଶା ଭାସ୍କର: ଗ୍ରୀଷ୍ମ ଋତୁରେ ତ୍ୱଚା ଏବଂ କେଶ ବହୁମାତ୍ରାରେ ପ୍ରଭାବିତ ହୋଇଥାଏ । ଏଥିରୁ ବଞ୍ଚବା ପାଇଁ ଆମେ ଏସିରେ ବସିବାକୁ ପସନ୍ଦ କରୁ । ହେଲେ ଏଥିରେ ଅଧିକ ବସିବା ଆପଣଙ୍କ ତ୍ୱଚା ଏବଂ କେଶର ଡ୍ରାଏନେସ ବଢିପାରେ ଏବଂ ଯଦି ତ୍ୱାଚାକୁ ଠିକ ଭାବେ ମଇଶ୍ଚୁରାଇଜ କରୁ ନାହାନ୍ତି ତେବେ ତ୍ୱଚାର କୋମଳତା ଏସି ଛଡାଇନେବ ।

ଯଦି ଆପଣ ଏହାକୁ ଧ୍ୟାନ ନ ଦିଅନ୍ତି ତେବେ ଆପଣଙ୍କ ତ୍ୱଚା ଅନ୍ୟ ସମସ୍ୟା ମଧ୍ୟ ବଢାଇପାରେ । ଆସନ୍ତୁ ଜାଣିବା ଏସିରେ ବସି ଆପଣ ଚେହେରାର କିପରି ଯତ୍ନ ନେବେ ।

– ସର୍ବପ୍ରଥମେ, ଶରୀରକୁ ହାଇଡ୍ରେଟ୍ ରଖିବା ପାଇଁ ପର୍ଯ୍ୟାପ୍ତ ପରିମାଣର ପାଣି ପିଅନ୍ତୁ। ଏସିର ଶୀତଳତା ହେତୁ ତୃଷା କମିଯାଏ ଏବଂ ଯାହା ଡିହାଇଡ୍ରେସନ୍ ସମସ୍ୟା ବଢ଼ାଇଥାଏ । ଯେଉଁ କାରଣରୁ ଚେହେରାରେ ଶୁଷ୍କତା ବଢିଥାଏ, ତେଣୁ ଏସିରେ ବସି ଆପଣ ପ୍ରଚୁର ପାଣି ପିଅନ୍ତୁ ।

– କାକୁଡି, ଲେମ୍ବୁ, ମିଣ୍ଟ, ତୁଳସୀରୁ ନିର୍ମିତ ଡିଟକ୍ସ ପାଣି ପିଅନ୍ତୁ, ଏଥିରେ ଅଧିକ ପରିମାଣର ପାଣି ପିଆଯାଇପାରେ।

-ଯଦି ଆପଣ ଏସିରେ ଦୀର୍ଘ ସମୟ ରହନ୍ତି, ତେବେ ନଡିଆ ପାଣି ପିଅନ୍ତୁ। ଗ୍ରୀଷ୍ମ ଋତୁରେ ନଡ଼ିଆ ପାଣି ପିଇବା ଶରୀରର ପୁଷ୍ଟିକର ତ୍ୱଚା ପାଇଁ ମଧ୍ୟ ଲାଭଦାୟକ ଅଟେ।

– ଗୋଲାପ ଜଳ ଏବଂ ଆଲୋ ଭେରା ଜେଲକୁ ମିଶ୍ରଣ କରି ମୁହଁରେ ମାସ୍କ କରି ଲଗାନ୍ତୁ ଏବଂ ଏହାକୁ ଏକ ସ୍ପ୍ରେ ବୋତଲରେ ରଖନ୍ତୁ ଏବଂ ଏସିରେ ବସିଥିବା ସମୟରେ ଏହାକୁ ମୁହଁରେ ବ୍ୟବହାର କରନ୍ତୁ।

– ଯେତେବେଳେ ଆପଣ ଏସିରେ ଦୀର୍ଘ ସମୟ ରହିବେ, ନିଶ୍ଚିତ ଭାବରେ ସନସ୍କ୍ରିନ ବ୍ୟବହାର କରନ୍ତୁ। ଆପଣଙ୍କ ତ୍ୱଚାକୁ ଆର୍ଦ୍ରତା ଯୋଗାଇବା ସହିତ ଏହା ନଷ୍ଟ ହେବା ଠାରୁ ମଧ୍ୟ ରକ୍ଷା କରିଥାଏ।

-ଯେଉଁ ଲୋକମାନେ ଏସିରେ ଅଧିକ ସମୟ ବିତାଉଛନ୍ତି ସେମାନେ ମାଇଲଡ ଫେସୱାସରେ ମୁହଁ ଧୋଇବା ଉଚିତ୍। ଏହା ତ୍ୱଚାକୁ କ୍ଷତି ପହଞ୍ଚାଇବ ନାହିଁ ।

Get real time updates directly on you device, subscribe now.