fbpx

୫୦ ହଜାର କର୍ମଚାରୀଙ୍କୁ ୧୦ ଦିନର ଛୁଟି, ଦୀପାବଳିରେ ବି ମିଳିବ ଲମ୍ବା leave

ନୂଆଦିଲ୍ଲୀ: ସୁରଟ ସ୍ଥିତ ହୀରା ଉତ୍ପାଦନ ବ୍ୟବସାୟ କିରଣ ଜେମ୍ସର ୫୦ ହଜାର କର୍ମଚାରୀଙ୍କୁ ୧୭ ରୁ ୨୭ ଅଗଷ୍ଟ ପର୍ଯ୍ୟନ୍ତ ଛୁଟି ଦିଆଯାଉଛି । ସାରା ଦୁନିଆର ବଜାର ପଲିସି କରାଯାଇଥିବା ଡାଇମଣ୍ଡର ଡିମାଣ୍ଡ ଖୁବ ଜୋରରେ ହ୍ରାସ ପାଉଛି । ୨୦୨୨ରେ ରୁଷ-ୟୁକ୍ରେନ ଯୁଦ୍ଧ ପରେ ପରିସ୍ଥିତି ଲଗାତାର ଖରାପ ହେବାରେ ଲାଗିଛି । ଆମେରିକା ରୁଷରୁ ଆସୁଥିବା ହୀରାକୁ ବ୍ୟାନ କରି ରଖିଛି । ସେହିପରି ଜି-୭ ଦେଶମାନେ ମଧ୍ୟ ଏହି ପ୍ରତିବନ୍ଧକୁ ସମର୍ଥନ କରିଛନ୍ତି । କିରଣ ଜେମ୍ସର ଅଫିସିଆଲ ୱେବସାଇଟର ଦାବି ରହିଛି ଯେ, ସାରା ଦୁନିଆରେ ରୁଷ ନେଚୁରାଲ ଡାଇମଣ୍ଡର ସବୁଠାରୁ ଅଧିକ ପ୍ରଡକ୍ସନ କରିଥାଏ । ଏଥିପାଇଁ ହୀରା ବ୍ୟବସାୟ ଦ୍ରୁତଗତିରେ ହ୍ରାସ ପାଇଛି । ଏହାର ପ୍ରଭାବ ଭାରତ ଉପରେ ପଡିଛି ।

କିରଣ ଜେମ୍ସର ସଭାପତି ବଲ୍ଲଭଭାଇ ଲଖାନୀ ଇନ୍‌ଡିଆନ ଏକ୍ସପ୍ରେସ ସହ ଏକ ଇଣ୍ଟରଭ୍ୟୁରେ କହିଛନ୍ତି ଯେ, ହୀରା ବ୍ୟବସାୟ ଖରାପ ସମୟ ଦେଇ ଗତି କରୁଛି । ଲଖାନି କହିଛନ୍ତି ଯେ, ବର୍ତ୍ତମାନ ସାରା ବିଶ୍ୱରେ ପଲିସ କରାଯାଇଥିବା ହୀରା ପାଇଁ କୌଣସି ବଜାର ନାହିଁ । ସେ କର୍ମଚାରୀଙ୍କୁ ଦିଆଯାଉଥିବା ଛୁଟି ସଂପର୍କରେ କହିଛନ୍ତି ଯେ, ସେମାନେ ସେମାନଙ୍କର ଦରମା ପାଇବେ, ଯଦିଓ କିଛି ପରିମାଣକୁ ଅଟକାଇ ଦିଆଯିବ । ତେଣୁ ଏଥର ରକ୍ଷାବନ୍ଧନ ଏବଂ ସ୍ୱାଧୀନତା ଦିବସ ପାଇଁ ଅଧିକ ଛୁଟି ଦିଆଯାଉଛି ।

Get real time updates directly on you device, subscribe now.