fbpx

‘ଖାଇବା-ପିଇବା ସବୁ ବନ୍ଦ…’ ବାଂଲାଦେଶ ହିଂସାରେ ହିନ୍ଦୁ ମହିଳାଙ୍କ କରୁଣ କାହାଣୀ

ନୂଆଦିଲ୍ଲୀ: ମୁଁ କିମ୍ବା ଘରେ କେହି ବି ଗୋଟିଏ ସପ୍ତାହରୁ ବାହାରକୁ ବାହାରିନାହୁଁ । ଘରେ ଖାଦ୍ୟସାମଗ୍ରୀ ମଧ୍ୟ ଶେଷ ହୋଇ ସାରିଲାଣି । ତେଣୁ ଲୁଣ ସହ ଚାଉଳ ସିଝାଇ ଖାଇବାକୁ ପଡ଼ୁଛି, ନଚେତ୍ ରାତିରେ ଭେ।।କ ଲାଗିବାର ଭୟ ରହୁଛି । ଏହାପରେ ରାତିରେ ପ୍ରହରା ଦେବାକୁ ପଡ଼ୁଛି । ପ୍ରଥମେ ପୁରୁଷମାନେ ଜାଗିଥାନ୍ତି କିନ୍ତୁ ଏବେ ମହିଳାମାନେ ମଧ୍ୟ ସେମାନଙ୍କୁ ସାହାଯ୍ୟ କରୁଛନ୍ତି । ଆପଣମାନଙ୍କ ପିଲା କେମିତି ଅଛନ୍ତି ବୋଲି ସେ ପ୍ରଶ୍ନ କରିଛନ୍ତି ବାଂଲାଦେଶର ଜଣେ ମହିଳା । ବାଂଲାଦେଶରେ ରାଜନୈତକ ଅସ୍ଥୁରତାରୁ ସାଧାରଣ ଜନତାଙ୍କୁ ନାନା ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ୁଛି ।

ବାଂଲାଦେଶରେ ଜଳୁଛି ହିଂସାର ଭୟଙ୍କର ନିଆଁ । ଫଳରେ ଅନେକ ସ୍ଥାନରେ ଭଙ୍ଗାରୁଜା, ଜଳାପୋଡ଼ା ଇତ୍ୟାଦି ଦେଖିବାକୁ ମିଳୁଛି । ତେବେ ଏହାମଧ୍ୟରେ ଦେଶର ଏକ କରୁଣା କାହାଣୀ ଶୁଣିବାକୁ ମିଳୁଛି । ବାଂଲାଦେଶରେ ଜାରି ରହିଥିବା ହିଂସାକାଣ୍ଡ ବର୍ତ୍ତମାନ କେବଳ ବିଦାନସଭା ଭିତରେ ଅଟକି ରହିନାହିଁ । ସିଧାସଳଖ ସାଧାରଣ ଜନତାଙ୍କ ଉପରେ ମଧ୍ୟ ଏହାର ପ୍ରଭାବ ପରିଲକ୍ଷିତ ହେଉଛି । ବିଶେଷ କରି ହିନ୍ଦୁ ସମାଜ ହିଁ ସେମାନଙ୍କ ଟାର୍ଗେଟ ହୋଇ ରହୁଛନ୍ତି, ତେଣୁ ସେମାନଙ୍କ ଘର-ଦୋକାନ ଇତ୍ୟାଦି ଜାଳିବାରେ ଲାଗିଛନ୍ତି ବିକ୍ଷୋଭକାରୀ । ରିପୋର୍ଟ ଅନୁସାରେ, ଦେଶର ୨୭ଟି ଜିଲ୍ଲାରେ ଏଭଳି ସମସ୍ୟା ସୃଷ୍ଟି ହୋଇଥିବା ବେଳେ ମହିଳାଙ୍କ ଅବସ୍ଥା ଖୁବ ଖରାପ ରହିଛି ।

ସୂଚନା ଅନୁସାରେ, ଛାତ୍ର ଆନ୍ଦୋଳନ ହେବା ଦିନରୁ ଏଭଳି ଏକ ପରସ୍ଥିତିର ପୂର୍ବାନୁମାନ କରାଯାଇଥିଲା । ଜଣେ ମହିଳା ଏହି ସମସ୍ୟାକୁ ନେଇ କହିଛନ୍ତି ଯେ, ସେ ଘର ଛାଡ଼ି ଏଠାରେ ଭଡ଼ାରେ ରହିଛନ୍ତି । ଘର ମାଲିକ ମଧ୍ୟ ଜଣେ ହିନ୍ଦୁ, ତେଣୁ ଆବଶ୍ୟକୀୟ ଜିନିଷ ଏବଂ ଔଷଧ ଇତ୍ୟାଦି ସେ ଯୋଗାଇ ଦେଉଛନ୍ତି । ଲହାସହିତ ଜିନିଷପତ୍ର ଗଚ୍ଛିତ କରି ରଖିବା ପାଇଁ ମଧ୍ୟ ସେ କହିଛନ୍ତି । ଆଗକୁ ପରିସ୍ଥିତି ଆହୁରି ଖରାପ ହୋଇପାରେ । କିନ୍ତୁ ଏହାକୁ ଶୁଣି ନଥିଲେ ମହିଳାଜଣକ । ବର୍ତ୍ତମାନ ସେହିମାନେ ହିଁ ଚାଉଳ ଦେଉଛନ୍ତି ବୋଲି ମହିଳା ଜଣକ ପ୍ରକାଶ କରିଛନ୍ତି । ଲୁଣ ପକାଇ ସିଝାଇବା ସହ ଗୋଟିଏ ଓଳି ଖାଇବା ମିଳିପାରୁଛି । ପିଇବା ପାଣି ସପ୍ଲାଏ ମଧ୍ୟ ବନ୍ଦ ହୋଇଯାଇଛି । ପାଣି ଛାଣିବା ପରେ କିମ୍ବା ସିଝାଇବା ପରେ ପିଇବା ଯୋଗ୍ୟ ହୋଇପାରୁଛି ।

Get real time updates directly on you device, subscribe now.