fbpx

‘ସେମାନେ ତୁମକୁ ମାରିଦେବେ’, ଏପରି ଶେଖ ହସିନାଙ୍କୁ ବାଂଲାଦେଶ ଛାଡିବାକୁ ରାଜି କରାଇଲେ ତାଙ୍କ ପରିବାର

ନୂଆଦିଲ୍ଲୀ: ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କ ପୁଅ ସଜୀବ ୱାଜେଦ ଜୟ ବୁଧବାର ଦିନ ଏକ ଇଣ୍ଟରଭ୍ୟୁରେ କହିଛନ୍ତି ଯେ, ତାଙ୍କ ମାଆ ଦେଶ ଛାଡିବାକୁ ଚାହୁଁନଥିଲେ। ସେ କହିଛନ୍ତି ଯେ, ପରିବାରକୁ ତାଙ୍କୁ ଢାକାରୁ ଯିବା ପାଇଁ ମନାଇବାକୁ ପଡିଲା। ସେ ନିଜେ ତାଙ୍କ ମାଆଙ୍କୁ କହିଲେ ‘ତୁମକୁ ଏମାନେ ମାରିଦେବେ। ମୁଁ ଏଥିପାଇଁ ଚିନ୍ତିତ ଥିଲି କାରଣ ସେ ବାଂଲାଦେଶ ଛାଡିବାକୁ ଚାହୁଁନଥିଲେ। ଆମେ ତାଙ୍କୁ ରାଜି କରାଇବାକୁ ପଡିଲା। ମୁଁ କହିଲି ଯେ, ବର୍ତ୍ତମାନ କୌଣସି ରାଜନୈତିକ ଆନ୍ଦୋଳନ ନାହିଁ। ଏହା ଏକ ଭିଡ, ସେମାନେ ତୁମକୁ ମାରିଦେବେ।’

ସଜୀବ ୱାଜେଦ ଜୟ ସେହି ରିପୋର୍ଟକୁ ଖାରଜ କରିଛନ୍ତି ଯେଉଁଥିରେ କୁହାଯାଇଛି ଯେ, ସେ ଯୁକ୍ତରାଷ୍ଟ୍ର ଆମେରିକା ବା ୟୁନାଇଟେଡ କିଙ୍ଗଡମରେ ଆଶ୍ରୟ ପାଇଁ ଅନୁରୋଧ କରିଥିଲେ। ସେ ପ୍ରଥମେ କହିଥିଲେ ଯେ, ଶେଖ ହସିନା କିଛି ସମୟ ପାଇଁ ଦିଲ୍ଲୀରେ ରହିବେ। ଶେଖ ହସିନା ସୋମବାର ଦିନ ଏକ ସାମରିକ ବିମାନରେ ଡାକାରୁ ପଳାୟନ କରିଥିଲେ ଏବଂ ଗାଜିଆବାଦର ହିନ୍ଦନ ବିମାନବନ୍ଦରରେ ପହଞ୍ଚିଥିଲେ। ତାଙ୍କୁ ଏକ ସୁରକ୍ଷିତ ସ୍ଥାନକୁ ନିଆଯାଇଥିଲା।

ନିଜ ଦେଶ ଛାଡିବାର କିଛି ଘଣ୍ଟା ପରେ, ସଂରକ୍ଷଣ ବିରୋଧରେ ଅନ୍ଦୋଳନ ଜାରି ରଖିଥିବା ଛାତ୍ରମାନେ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କ ଆବସରେ ପ୍ରବେଶ କରି ଭଙ୍ଗାରୁଜା ସହ ଚୋରି କରିଥିଲେ। ତାଙ୍କ ପୁଅ କହିଛନ୍ତି ଯେ, ତାଙ୍କ ଇସ୍ତଫା ଗୋଟିଏ ଦିନରେ ନିଆଯାଇଥିଲା। ସେ ଇସ୍ତଫା ଦେବା ପାଇଁ ବାଧ୍ୟ ହୋଇଥିଲେ କାରଣ ହଜାର ହଜାର ବିକ୍ଷୋଭକାରୀ ତାଙ୍କ ଆବସା ଚାରିପଟେ ବିଦ୍ରୋହ କରିବା ଆରମ୍ଭ କରିଦେଇଥିଲେ। ସେ କହିଛନ୍ତି ଯେ, ସେ ଗୋଟିଏ ଦିନ ପୂର୍ବରୁ ହିଁ ଇସ୍ତଫା ଦେବାର ନିଷ୍ପତ୍ତି ନେଇସାରିଥିଲେ।

Get real time updates directly on you device, subscribe now.