fbpx

(Video): ଷ୍ଟଣ୍ଟ୍ କରିବା ପଡ଼ିଲା ମହଙ୍ଗା, ରାସ୍ତାରେ ଏମିତି ଘୋଷାଡ଼ି ପଡ଼ିଲେ…ଦେଖିଲେ ଉଡ଼ିଯିବ ହୋଶ୍

ଓଡ଼ିଶା ଭାସ୍କର: ଆଜିକାଲିର ଯୁବପିଢ଼ିଙ୍କୁ ଷ୍ଟଣ୍ଟ୍ କରିବାର ଏକ ଅଜବ ନିଶା ପାଲିଟିଗଲାଣି । ଲୋକପ୍ରିୟତା ହାସଲ କରିବା ପାଇଁ ସେମାନେ ଅଜବ ଗଜବ କାରନାମା କରିବାକୁ ମଧ୍ୟ ପଛାଇନଥାନ୍ତି । କେତେବେଳେ କିଏ ଖୁଣ୍ଟ ଉପରେ ଚଢ଼ିଗଲାଣି ତ କିଏ ମଝି ରାସ୍ତାରେ, ନଈ ପାଖରେ, ବ୍ରିଜ୍ ଉପରେ ବିପଦପୂର୍ଣ୍ଣ ଭାବରେ ରୀଲ୍ସ କରୁଥିବାର ନଜିର ରହିଛି । ସେମାନେ ରୀଲ୍ସ କରିବାରେ ଏତେ ହଜିଯାଇଥାନ୍ତି ଯେ ନିଜ ଜୀବନ ପ୍ରତି ଥିବା ବିପଦକୁ ଅଣଦେଖା କରିଥାନ୍ତି ।

ନିକଟରେ ସୋସିଆଲ ମିଡିଆରେ ଏଭଳି ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି ଯାହାକୁ ଦେଖିବା ପରେ ଆପଣଙ୍କ ହୋଶ ଉଡ଼ିଯିବ । ଏହି ଭାଇରାଲ ଭିଡିଓରେ ଗୋଟିଏ ବାଇକରେ ୩ ଜଣ ଯୁବକ ବସି ରାସ୍ତାରେ ସ୍ପିଡରେ ଯାଉଥିବାର ଦର୍ଶାଯାଇଛି । ସେମାନେ ହେଲମେଟ୍ ବି ପିନ୍ଧି ନାହାଁନ୍ତି । ଷ୍ଟଣ୍ଟ୍ କରିବା ଚକ୍କରରେ ସେମାନଙ୍କ ବାଇକର ସନ୍ତୁଳନ ବିଗିଡ଼ିଯାଇଥିଲା ଓ ସେମାନେ ରାସ୍ତାରେ ଘୋଷାଡ଼ି ହୋଇପଡ଼ିଥିଲେ । ସୌଭାଗ୍ୟବଶତଃ ସୋମାନଙ୍କ ଜୀବନ ବଞ୍ଚିଯାଇଛି । ଏହି ଭିଡିଓକୁ @ShoneeKapoor ନାମକ ଜଣେ ବ୍ୟବହାରକାରୀ ‘ଏକ୍ସ’ରେ ଶେୟାର କରିଛନ୍ତି । ଏହି ଭିଡିଓକୁ ପ୍ରାୟ ୨୩ ହଜାରରୁ ଅଧିକ ଲୋକ ଦେଖିସାରିଛନ୍ତି । ଜଣେ ୟୁଜର କମେଣ୍ଟରେ ଲେଖିଛନ୍ତି- ଇନଷ୍ଟାଣ୍ଟ କର୍ମର ଫଳ ।

Get real time updates directly on you device, subscribe now.