fbpx

‘ଶାକା ଲାକା ବୁମ ବୁମ୍‌’ ରୁ ସାଜିଲେଣି ହଟ ହଂସିକା, ଋତିକଙ୍କ ସହ କାମ କରିଥିଲେ, ଗ୍ଲାମରସ ଲୁକ କରେ ଦର୍ଶକଙ୍କୁ ଫିଦା…

ଓଡିଶା ଭାସ୍କର : ହଂସିକା ମୋଟୱାନୀ! ଟିଭି ସିରିୟଲରୁ ସେ ବଲିଉଡ ଯାତ୍ରା କରିଛନ୍ତି । ଛୋଟବେଳେ ଛୋଟ ପରଦାରେ ସେ ବେଶ୍ ଖ୍ୟାତି ଅର୍ଜନ ବି କରିଥିଲେ । ଆଉ ଏବେ ବଡ ପରଦାରେ ସେ ଦେଖିବାକୁ ମିଳନ୍ତି । ୯ ଅଗଷ୍ଟ ୧୯୯୧ ମସିହାରେ ମାୟାନଗରୀରେ ଜନ୍ମିଥିଲେ ଏହି ମାୟାବିନୀ ହଂସିକା । ସିନ୍ଧି ପରିବାରରେ ଜନ୍ମ ହୋଇଥିବା ହଂସିକାଙ୍କ ବାପା ଜଣେ ବ୍ୟବସାୟୀ ଓ ମା’ ଜଣେ ଡର୍ମେଟୋଲୋଜିଷ୍ଟ ।

ପୋଡର ଇଣ୍ଟରନ୍ୟାସନଲ ସ୍କୁଲରେ ସେ ପାଠ ପଢିଛନ୍ତି । ଏହି ସ୍କୁଲରେ ଟେଲିଭିଜନ ଦୁନିଆ ସହ ଜଡିତ ଅନେକ ପ୍ରସିଦ୍ଧ ସେଲିବ୍ରିଟିଙ୍କ ଛୁଆ ପାଠ ପଢନ୍ତି । ୨୦୦୦ ମସିହାରେ ‘ଶାକା ଲାକା ବୁମ୍ ବୁମ୍‌’ ରୁ ହଂସିକା ନିଜର ଅଭିନୟ ଆରମ୍ଭ କରିଥିଲେ ଜଣେ ଶିଶୁ କଳାକାର ଭାବରେ । ଯାହା ଘରେ ଘରେ ବେଶ୍ ପରିଚିତ ଥିଲା । ସମସ୍ତେ ସେ ସିରିୟଲ ଦେଖିବା ପାଇଁ ପାଗଳ ଥିଲେ । ପରେ ଏକତା କପୂରଙ୍କ ଶୋ’ ‘କ୍ୟୁକି ସାସ ଭି କଭି ବହୁ ଥା’ ରେ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ନଜର ଆସିଥିଲେ । ୨୦୦୩ ମସିହାରେ ହଂସିକା ଋତିକ ରୋଶନ ଓ ପ୍ରୀତି ଜିଣ୍ଟାଙ୍କ ସୁପରହିଟ ସିନେମା ‘କୋଇ ମିଲ ଗୟା’ ରେ ବି କାମ କରିଛନ୍ତି । ଏଥିରେ ସେ ଜଣେ ଶିଶୁକଳାକାର ଭାବରେ ସେ ଅଭିନୟ କରିଥିଲେ ।

ଏହାର ୪ ବର୍ଷ ପରେ ସେ ୨୦୦୭ ମସିହାରେ ହଂସିକା ‘ଆପକା ସୁରୁର’ ସିନେମାରେ ହିମେଶ ରେଶମିୟାଙ୍କ ହିରୋଇନ ଭାବରେ ନଜର ଆସିଥିଲେ । ଏହି ସିନେମାରେ ଫ୍ୟାନ୍ସ ତାଙ୍କୁ ଦେଖି ଆଚମ୍ବିତ ହୋଇଯାଇଥିଲେ ଯେ, ଅଚାନକ ସେ ଏତେ ବଡ କେମିତି ହୋଇଗଲେ ବୋଲି ଭାବି । ସେହିସମୟରେ ହଂସିକାଙ୍କ ମା’ ତାଙ୍କୁ ହରମୋନ ଦେଇକି ଶୀଘ୍ର ବଡ କରି ଦେଇଥିବାର ଖବର ମଧ୍ୟ ଶିରୋନାମା ସାଜିଥିଲା ।

ପରେ ଏହି ଖବରରେ ବିରାମ ଲାଗିଲା ଓ ସେ ୨୦୧୧ ମସିହାରେ ପ୍ରଥମ ତାମିଲ ସିନେମା ‘ମପ୍ପିଲାଇ’ ରେ ଦେଖା ଦେଇଥିଲେ । ଏହାବାଦ ‘ଏଗ୍ନେୟୁମ କଡହଲ ୱେଲାୟୁଧମ’ ରେ ମଧ୍ୟ ସେ ଅଭିନୟ କରିଛନ୍ତି । ହଟ ହଂସିକା ଅନେକ ତାମିଲ, ତେଲୁଗୁ ତଥା କନ୍ନଡ ସିନେମା ସହ କିଛି ହିନ୍ଦୀ ସିନେମାରେ କାମ କରି ସାରିଛନ୍ତି ।

Get real time updates directly on you device, subscribe now.