fbpx

(Video) ପିଏମ ମୋଦୀ ପରିବର୍ତ୍ତନ କଲେ ନିଜ ପ୍ରୋଫାଇଲ ଫଟୋ, କୋଟି କୋଟି ଦେଶବାସୀଙ୍କୁ ବି କରୁଛନ୍ତି ନିବେଦନ, ଜାଣନ୍ତୁ କାରଣ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ‘ହର୍ ଘର୍ ତ୍ରିରଙ୍ଗା’ ଅଭିଯାନରେ ସାମିଲ ହୋଇ ନିଜ ପ୍ରୋଫାଇଲ ଫଟୋ ପରିବର୍ତ୍ତନ କରିଛନ୍ତି। ପ୍ରୋଫାଇଲ ଫଟୋରେ ସେ ତ୍ରିରଙ୍ଗା ବା ଜାତୀୟ ପତାକା ରଖିଛନ୍ତି। ସ୍ୱାଧୀନତା ଦିବସ ପୂର୍ବରୁ ସେ କୋଟି କୋଟି ଦେଶବାସୀଙ୍କୁ ଏପରି କରିବା ନିବେଦନ କରିଛନ୍ତି। ସେ ନିଜ ପ୍ରୋଫାଇଲ ଫଟୋ ବଦଳାଇବା ସହ ଲେଖିଛନ୍ତି ଯେ, ଚଳିତ ବର୍ଷ ସ୍ୱାଧୀନତା ଦିବସ ପାଖେଇ ଆସୁଛି, ଆସନ୍ତୁ ଆମେ ସମସ୍ତେ ମିଶି ‘ହର ଘର ତ୍ରିରଙ୍ଗା’ ଅଭିଯାନକୁ ଏକ ସ୍ମରଣୀୟ ଜନ ଆନ୍ଦୋଳନ କରିବା। ମୁଁ ନିନ ପ୍ରୋଫାଇଲ ଫଟୋ ପରିବର୍ତ୍ତନ କରିଛି ଏବଂ ଆପଣ ସମସ୍ତଙ୍କୁ ଅନୁରୋଧ କରୁଛି ଯେ, ଆପଣମାନେ ମୋ ସହ ମିଶି ଆମ ପତାକା ଉତ୍ସବ ପାଳନ କର। ଆପଣଙ୍କ ନିଜ ସେଲଫି https://harghartiranga.com ରେ ଅବଶ୍ୟ ସେୟାର କରନ୍ତୁ।

ପ୍ରଧାନମନ୍ତ୍ରୀ ମୋଦୀ ଅନ୍ୟ ଏକ ଟ୍ୱିଟରେ ଭାରତ ଛାଡ ଆନ୍ଦୋଳନ ବିଷୟରେ ମଧ୍ୟ କହିଛନ୍ତି, ଯିଏ ଦେଶର ସ୍ୱାଧୀନତା ସଂଗ୍ରାମରେ ଅଂଶଗ୍ରହଣ କରିଥିଲେ। ପିଏମ ମୋଦୀ ଏକ ଭିଡିଓ ସେୟାର କରିଛନ୍ତି, ଯେଉଂଥିରେ ସେ ଆନ୍ଦୋଳନ ବିଷୟରେ ସୂଚନା ଦେଇଛନ୍ତି। ଏହି ଭିଡିଓ ସେୟାର କରି ସେ ଲେଖିଛନ୍ତି ଯେ, ବାପୁଙ୍କ ନେତୃତ୍ତ୍ୱରେ ଭାରତ ଛାଡ ଆନ୍ଦୋଳନରେ ଭାଗ ନେବା ପାଇଁ ସମସ୍ତ ଲୋକଙ୍କୁ ଶ୍ରଦ୍ଧାଞ୍ଜଳି। ଏହା ବାସ୍ତବରେ ଆମର ସ୍ୱାଧୀନତା ସଂଗ୍ରାମରେ ଏକ ଗୁରୁତ୍ୱପୂର୍ଣ୍ଣ ସମୟ ଥିଲା।

Get real time updates directly on you device, subscribe now.