fbpx

Give Plastic Take Gold… ଏହି ସ୍ଥାନରେ ପ୍ଲାଷ୍ଟିକ ବଦଳରେ ମିଳୁଛି ସୁନା! ହୋଇଯିବେ କୋଟିପତି

ଓଡ଼ିଶା ଭାସ୍କର: ଭାରତରେ ଏମିତି ଅନେକ ସ୍ଥାନ ରହିଛି, ଯାହା ବିଷୟରେ ଅଧିକାଂଶ ଲୋକଙ୍କୁ ଜଣା ନଥାଏ । କିନ୍ତୁ ଅନେକ ସମୟରେ ଏହିସବୁ ଜାଗା ବିଷୟରେ ଜାଣିବା ପରେ ଏହାକୁ ସହଜରେ ବିଶ୍ୱାସ କରି ହୁଏନାହିଁ । ସେହିଭଳି ଭାରତରେ ଏମିତି ଏକ ସ୍ଥାନ ରହିଛି, ଯେଉଁଠି ପ୍ଲାଷ୍ଟିକ ଏବଂ ସୁନାର ମୂଲ୍ୟ ସମାନ ବୋଲି କୁହାଯାଏ । ଅର୍ଥାତ୍ ଏଠାରେ ପ୍ଲାଷ୍ଟିକ ବଦଳରେ ଲୋକଙ୍କୁ ସୁନା ଦିଆଯାଉଛି । କିଛି ଦିନ ତଳେ ଏ ନେଇ ଘୋଷଣା ହେବା ପରେ ଏଠାକାର ଲୋକେ ଖୁବ ଧନୀ ହୋଇ ଯାଇଥିଲେ । ଏଠାକୁ ପ୍ଲାଷ୍ଟିକ ନେଇ ଗଲେ, ଏହା ବଦଳରେ ଆପଣଙ୍କୁ ସ୍ୱର୍ଣ୍ଣ ମୁଦ୍ରା ପ୍ରଦାନ କରାଯାଏ ।

ଭାରତର ଏହି ସ୍ଥାନ ହେଉଛି ଦକ୍ଷିଣ କାଶ୍ମୀରର ଅନନ୍ତନାଗ ଜିଲ୍ଲାରେ ଅବସ୍ଥିତ ଏକ ଛୋଟ ଗାଁ । ରିପୋର୍ଟ ଅନୁସାରେ, ଏହି ଗାଁର ନାମ ହେଉଛି ସଦିୱାରା । କିଛି ଦିନ ତଳେ ଏଠାରେ ଏକ ବଡ଼ ଘୋଷଣା ହୋଇଥିଲା । ଏହି ଗାଁର ସରପଞ୍ଚ ଫାରୁକ ଅହମଦ ଗନଇ ଏଠାରେ ପ୍ଲାଷ୍ଟିକ ପ୍ରଦୂଷଣକୁ ରୋକିବା ପାଇଁ ଏକ ଅଜବ ଯୋଜନା ଆରମ୍ଭ କରିଥିଲେ । ପେଶରେ ଜଣେ ଓକିଲ ଫାରୁକ ଅହମଦ ଗ୍ରାମକୁ ପ୍ଲାଷ୍ଟିକମୁକ୍ତ କରିବା ପାଇଁ ଚେଷ୍ଟା କରୁଥିଲେ । କିନ୍ତୁ ତାଙ୍କର ଅନେକ ଚେଷ୍ଟା ବିଫଳ ହୋଇଥିଲା । ତେଣୁ ସେ ଏକ ନୂଆ ଉପାୟ କରିଥିଲେ । ଏଥିପାଇଁ ଏକ ବଡ଼ ଘୋଷଣା କରିଥିଲେ ସଦିୱାରା ସରପଞ୍ଚ ଫାରୁକ ଅହମଦ । ଗ୍ରାମକୁ ପ୍ଲାଷ୍ଟିକ ମୁକ୍ତ କରିବା ପାଇଁ ‘ପ୍ଲାଷ୍ଟିକ ଦିଅନ୍ତୁ ଏବଂ ସୁନା ନିଅନ୍ତୁ’ ନାମରେ ସେ ଏକ ଅଭିଯାନ ଆରମ୍ଭ କରିଥିଲେ ।

ସବୁ ଚେଷ୍ଟା ବିଫଳ ହେବା ପରେ ପ୍ଲାଷ୍ଟିକ ଦିଅନ୍ତୁ ଏବଂ ସୁନା ନିଅନ୍ତୁ ନାମକ ଏକ ଅଭିଯାନ ଆରମ୍ଭ କରିଥିଲେ ସରପଞ୍ଚ ଫାରୁକ ଅହମଦ । ଏହି ଯୋଜନା ଅଧୀନରେ ଯଦି କୌଣସି ବ୍ୟକ୍ତି ୨୦ କ୍ୱିଣ୍ଟାଲ ପ୍ଲାଷ୍ଟିକ ଅଳିଆ ଦେଲେ, ତାଙ୍କ ପଞ୍ଚାୟତ ତରଫରୁ ଏକ ସ୍ୱର୍ଣ୍ଣମୁଦ୍ରା ପ୍ରଦାନ କରାଯାଏ । ତେବେ ଏହି ଅଭିଜାନ ଘୋଷଣା ହେବାର ମାତ୍ର ୧୫ ଦିନ ପରେ ସାରା ଗାଁ ବର୍ତ୍ତମାନ ପ୍ଲାଷ୍ଟିକ ମୁକ୍ତ ଘୋଷଣା କରାଯାଇଛି । ତେବେ ଏଥିପାଇଁ ଏକ ସର୍ତ୍ତ ମଧ୍ୟ ରହିଥିଲା । ସରପଞ୍ଚ ଏଥିପାଇଁ ସର୍ତ୍ତ ରଖିଥିଲେ ଯେ, ପ୍ଲାଷ୍ଟିକ ଅଳିଆ କେବଳ ଗ୍ରାମର ହୋଇଥିବା ଆବଶ୍ୟକ ।

Get real time updates directly on you device, subscribe now.