fbpx

‘ଆମେରିକା ମୋତେ କ୍ଷମତାରୁ ବହିଷ୍କୃତ କରିଛି..’, ବାଂଲାଦେଶର ପୂର୍ବତନ ପିଏମ ଶେଖ ହସିନା ଆଣିଲେ ଅଭିଯୋଗ

ନୂଆଦିଲ୍ଲୀ: ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହସିନା ଆମେରିକା ଉପରେ ବଡ଼ ଅଭିଯୋଗ ଆଣିଛନ୍ତି। ବର୍ତ୍ତମାନ ଭାରତରେ ରହୁଥିବା ଶେଖ ହସିନାଙ୍କ କହିବାନୁଯାୟୀ, ସେଣ୍ଟ ମାର୍ଟିନ ଦ୍ୱୀପ ନଦେବା କାରଣରୁ ଆମେରିକା ତାଙ୍କୁ କ୍ଷମତାରୁ ବହିଷ୍କୃତ କରିଛି। ଶେଖ ହସିନାଙ୍କ କହିବାନୁଯାୟୀ, ବଙ୍ଗୋପସାଗରରେ ଆମେରିକାର ପ୍ରଭାବ ବଢିଯାଇଥାଆନ୍ତା।

ଶେଖ ହସିନା ନିଜ ମେସେଜରେ ବାଂଲାଦେଶୀ ନାଗରିକମାନଙ୍କୁ ଉଗ୍ରପନ୍ଥୀଙ୍କ ଦ୍ୱାରା ପ୍ରଭାବିତ ନହେବା ପାଇଁ ଚେତାବନୀ ଦେଇଛନ୍ତି। ନିଜ ପାଖ ସହଯୋଗୀମାନଙ୍କ ମାଧ୍ୟମରେ ପଠାଯାଇଥିବା ଏବଂ ଇଟି ପାଇଁ ଉପଲବ୍ଧ ଏକ ମେସେଜରେ ଶେଖ ହସିନା କହିଛନ୍ତି ଯେ, ମୁଁ ଇସ୍ତଫା ଦେଇସାରିଛି, କାରଣ ମୋତେ ଶବମାନଙ୍କର କୋକେଇ ଦେଖିବାକୁ ନ ପଡୁ। ସେ ଛାତ୍ରମାନଙ୍କ ମୃତଦେହ ଉପରେ କ୍ଷମତାକୁ ଆସିବାକୁ ଚାହୁଁଥିଲେ, କିନ୍ତୁ ମୁଁ ଏହା କରିବାକୁ ଦେଇନଥିଲି, ମୁଁ ପ୍ରଧାନମନ୍ତ୍ରୀ ପଦବୀରୁ ଇସ୍ତଫା ଦେଇଛି।

ହସିନା ଆଗକୁ କହିଛନ୍ତି ଯେ, ମୁଁ କ୍ଷମତାରେ ରହିପାରିଥାଆନ୍ତି, ଯଦି ମୁଁ ସେଣ୍ଟ ମାର୍ଟିନ ଦ୍ୱୀପର ସାର୍ବଭୌମତ୍ୱ ତ୍ୟାଗ କରିଥାଆନ୍ତି ଏବଂ ବଙ୍ଗୋପସାଗରରେ ଆମେରିକାର ପ୍ରଭାବ ବଜାୟ ରଖିବାକୁ ଦେଇଥାଆନ୍ତି। ମୁଁ ନିଜ ଦେଶର ଲୋକଙ୍କୁ ଅନୁରୋଧ କରୁଛି ଯେ, ଦୟାକରି ଉଗ୍ରପନ୍ଥୀଙ୍କ ପ୍ରଭାବରେ ପ୍ରଭାବିତ ନ ହୁଅନ୍ତୁ।

Get real time updates directly on you device, subscribe now.