fbpx

ପୂର୍ବତନ ମୁଖ୍ୟଯନ୍ତ୍ରୀ ତାରାପ୍ରସାଦ ମିଶ୍ରଙ୍କ ଘରେ ଭିଜିଲାନ୍ସ ରେଡ୍‌, ଏକକାଳୀନ ୯ଟି ସ୍ଥାନରେ ଚାଲିଛି ରେଡ୍

ଭୁବନେଶ୍ୱର: ପୂର୍ବତନ ମୁଖ୍ୟଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ରେଡ୍ । ରାସ୍ତା ଓ ଗୃହ ନିର୍ମାଣ ବିଭାଗର ପୂର୍ବତନ ମୁଖ୍ୟଯନ୍ତ୍ରୀ ତାରା ପ୍ରସାଦ ମିଶ୍ରଙ୍କ ଘରେ ଜାରି ରହିଛି ରେଡ୍ । ଏକକାଳୀନ ୯ଟି ସ୍ଥାନରେ ଭିଜିଲାନ୍ସ ଟିମ୍ ପକ୍ଷରୁ ଚଢ଼ାଉ ଜାରି ରହିଛି । ଏହି ଚଢ଼ାଉ ଟିମରେ ୧୨ ଜଣ ଡିଏସପି ଏବଂ ୧୬ ଏଏସଆଇ ସାମିଲ ଅଛନ୍ତି । ପୂର୍ବତନ ମୁଖ୍ୟ ଯନ୍ତ୍ରୀଙ୍କ ନାଁରେ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗ ପରେ ସ୍ୱତନ୍ତ୍ର ବିଚାରପତିଙ୍କ ଦ୍ୱାରା ଜାରି ହୋଇଥିବା ସର୍ଚ୍ଚ ୱାରେଣ୍ଟ ଆଧାରରେ ଭିଜିଲାନ୍ସ ରେଡ୍ କରିଥିଲା । ରାଜଧାନୀ ଭୁବନେଶ୍ୱର ସ୍ଥିତ ନୟାପଲ୍ଲୀ ଏବଂ ଖଣ୍ଡଗିରିରେ ମୋଟ୍ ୪ଟି ସ୍ଥାନରେ, ଝାରସୁଗୁଡା ଆସିଆନା ଆପାର୍ଟମେଣ୍ଟର ୩ଟି ଫ୍ଲାଟ, ଝାରସୁଗୁଡ଼ାରେ ୩ଟି ସ୍ଥାନ ଏବଂ କଟକ ଅଠଗଡ଼ ସ୍ଥିତ ପୈତୃକ ଘରେ ଚାଲିଛି ରେଡ୍ । ଏହା ବ୍ୟତୀତ ତିଗିରିଆ ସ୍ଥିତ ସମ୍ପର୍କୀୟଙ୍କ ଘରେ ବି ରେଡ୍ ଚାଲିଛି । ଭୁବନେଶ୍ୱର ଘରୁ କେଜି କେଜି ସୁନା, ରୁପା, ହୀରା ଏବଂ ନଗଦ ଟଙ୍କା ଜବତ ହୋଇଛି। ଏଥିସହ ସାମ୍ନାକୁ ଆସିଛି ମର୍ସିଡିଜ କାର ।

Get real time updates directly on you device, subscribe now.