fbpx

ଫସିଗଲେ ୟୁଟ୍ୟୁବର୍‌ , ମୟୂର ତରକାରୀ ପ୍ରସ୍ତୁତ କରିବାରୁ ବାନ୍ଧିନେଲା ପୋଲିସ

ଆଜିକାଲି ୟୁଟ୍ୟୁବର କ୍ରେଜ୍ ବେଶ ଅଧିକ ରହିଛି । ଲାଇକ୍ କମେଣ୍ଟ ପାଇଁ ଲୋକେ କିଛି ବି କରିବା ପାଇଁ ପଛାଉ ନାହିଁନ୍ତି । ହେଲେ ବେଳେ ଏପରି କିଛି ଯାଉଛନ୍ତି ଯେଉଁଥି ପାଇଁ ଅନେକ ଲୋକଙ୍କୁ ବିଭିନ୍ନ ଅସୁବିଧାର ସମ୍ମୁଖୀନ ହେବା ପାଇଁ ପଡୁଛି । ନିକଟରେ ଏକ ଭିଡିଓ ପାଇଁ ଜଣେ ୟୁଟ୍ୟୁବରଙ୍କୁ ଜେଲ୍ ଯିବା ପାଇଁ ପଡିଛି ।

ତେବେ ଚାଲନ୍ତୁ ଜାଣିବା ପୁରା ଘଟଣା ।

ନିକଟରେ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେବା ପରେ ଜଣେ ୟୁଟ୍ୟୁବରଙ୍କୁ ଜେଲ୍ ଯିବା ପାଇଁ ପିଡିଛି । ତେଲେଙ୍ଗାନାର ସିରସିଲା ଅଞ୍ଚଳର ୟୁଟ୍ୟୁବର ପ୍ରଣୟ କୁମାର ମୟୂର ତରକାରୀ ପ୍ରସ୍ତୁତ କରି ଏକ ଭିଡିଓ ୟୁଟ୍ୟୁବରେ ପକାଇଥିଲେ । ଯାହା ପରେ ତାଙ୍କୁ ଅବୈଧ ଭାବେ ବନ୍ୟଜନ୍ତୁଙ୍କ ଶିକାର କରିବା ପାଇଁ ଏବଂ ଏହାକୁ ଖାଇବା ଅଭିଯୋଗରେ ବନବିଭାଗ ଗିରଫ କରିଛି । ଏହା ସହ ମୟୂର ତରକାରୀ ବନାଇଥିବା ସ୍ଥାନରେ ଚଢାଉ କରିଛି ବନ ବିଭାଗ । ଏଥିସହ ଭିଡିଓର ବୈଧତା ମଧ୍ୟ ଯାଞ୍ଚ କରୁଛି ଟିମ୍ ।

ତେବେ ଯଦି ଏହା ମୟୂର ତରକାରୀ ପ୍ରମାଣିତ ହେଉଛି ତେବେ ପ୍ରଣୟଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ବନ ବିଭାଗ ପକ୍ଷରୁ ସୂଚନା ଜାରି କରାଯାଇଛି । ତେବେ ବନ୍ୟଜନ୍ତୁ ସଂରକ୍ଷଣ ଅଧିନିୟମ ଅନୁସାରେ ପ୍ରଣୟଙ୍କୁ ଗିରଫ କରାଯାଇଛି ।

Get real time updates directly on you device, subscribe now.