CHARIDHAM

ରାଜ୍ୟରେ ଆଉ ୧୬୮ କରୋନା ଆକ୍ରାନ୍ତ ସୁସ୍ଥ

ଭୁବନେଶ୍ୱର, ୨୫ା୬(ଓଡ଼ିଶା ଭାସ୍କର): ରାଜ୍ୟରେ ଆଜି ୨୧୦ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୧୬୮ ଜଣ ସୁସ୍ଥ ହୋଇଛନ୍ତି । ଏହାସହ ଓଡ଼ିଶାରେ କରୋନା ଆକ୍ରାନ୍ତଙ୍କ ସୁସ୍ଥ ସଂଖ୍ୟା ୪୨୯୧କୁ ବୃଦ୍ଧି ପାଇଛି । ସୁସ୍ଥ ହୋଇଥିବା କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ଗଞ୍ଜାମରୁ ୩୯, ଖୋର୍ଦ୍ଧାରୁ ୨୩, ଗଜପତିରୁ ୨୩, ପୁରୀରୁ ୧୯, ବରଗଡ଼ରୁ ୧୩, ସୁନ୍ଦରଗଡ଼ରୁ ୮, ବାଲେଶ୍ୱରରୁ ୭, ଭଦ୍ରକରୁ ୫, ରାୟଗଡ଼ାରୁ ୫, ମାଲକାନଗିରିରୁ ୪, କେନ୍ଦ୍ରାପଡ଼ାରୁ ୪, ଜଗତସିଂହପୁରରୁ ୪, ସୋନପୁରରୁ ୪, ଅନୁଗୁଳରୁ ୩, ଢ଼େଙ୍କାନାଳରୁ ୨, ଝାରସୁଗୁଡ଼ାରୁ ଜଣେ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ।ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି ।