fbpx

ମଙ୍କିପକ୍ସକୁ ଘୋଷଣା କରାଗଲା ପବ୍ଲିକ ହେଲ୍‌ଥ ଇମରଜେନ୍ସି, ପୁଣି ସଂକ୍ରମିତ ହେବ କି ଏହି ରୋଗ? ଜାଣନ୍ତୁ

ନୂଆଦିଲ୍ଲୀ: ମଙ୍କିପକ୍ସ ଭାଇରସର ମାମଲା ଖୁବ ଜୋରରେ ବଢିବାରେ ଲାଗିଛି। ଅଫ୍ରିକାର ଅନେକ ଦେଶରେ ଏହାର ମାମଲା ସାମ୍ନାକୁ ଆସୁଛି। ଏହାକୁ ଦୃଷ୍ଟିରେ ରଖି ଆଫ୍ରିକାର ସିଡିସି ଏହି ରୋଗକୁ ଜନସ୍ୱାସ୍ଥ୍ୟ ଜରୁରୀକାଳୀନ ପରିସ୍ଥିତି ଭାବେ ଘୋଷଣା କରିଛି। ଆଫ୍ରିକା ସେଣ୍ଟର ଫର ଡିଜିଜ କଣ୍ଟ୍ରୋଲ ଆଣ୍ଡ ପ୍ରିଭେସନ ମୁତାବକ, ଏହି ରୋଗର ୩୦ ହଜାରରୁ ଅଧିକ ମାମଲା ଚିହ୍ନଟ ହୋଇସାରିଛି। ଏହି ମାମଲାରେ WHO ମଧ୍ୟ କିଛି ଦିନ ପୂର୍ବରୁ ବୈଠକ କରିଥିଲେ। ଏଥିରେ ନିଷ୍ପତ୍ତି ନିଆଯାଇଛି ଯେ, ମଙ୍କିପକ୍ସକୁ ଗ୍ଲୋବାଲ ହେଲ୍‌ଥ ଇମରଜେନ୍ସି ଘୋଷଣା କରିଯାଇଛି। ଏହାକୁ ନେଇ ଏପର୍ଯ୍ୟନ୍ତ କୌଣସି ନିଷ୍ପତ୍ତି ନିଆଯାଇନାହିଁ।

ମଙ୍କିପକ୍ସ ଏକ ଭାଇରସ ଯାହା ମାଙ୍କଡମାନଙ୍କଠାରୁ ମଣିଷଙ୍କୁ ବ୍ୟାପିଥିଲା। ଏହି ଭାଇରସର ଟ୍ରାନ୍ସମିଶନ ଜଣେ ଅନ୍ୟଜଣେ ମଣିଷଙ୍କୁ ହେଉଛି। ଏହା ବିନା ପ୍ରୋଟେକ୍ସନରେ ଶାରୀରିକ ସମ୍ବନ୍ଧ ରଖିବା ଦ୍ୱାରା ଜଣେ ଅନ୍ୟଜଣଙ୍କୁ ବ୍ୟାପିଥାଏ। ଏଥିରେ ସଂକ୍ରମିତ ହେଲେ ଜ୍ୱର ଆସିଥାଏ ଏବଂ ଦେହରେ ଫଳିଯାଇଥାଏ। ଏହା ସମଲିଙ୍ଗୀ ପୁରୁଷଙ୍କ ମଧ୍ୟରେ ଅଧିକ ଦେଖାଯାଇଥାଏ। ଏହି ଭାଇରସର ଆରମ୍ଭ ସର୍ବପ୍ରଥମେ ଆଫ୍ରିକାରେ ହୋଇଥିଲା।

ମହାମାରୀ ବିଶେଷଜ୍ଞ ଡା.କିଶୋର କହିଛନ୍ତି ଯେ, ମଙ୍କିପକ୍ସ ଭାଇରସ ପୁଣି ସକ୍ରିୟ ହୋଇଛି। ଏଥିରୁ ସତର୍କ ରହିବା ଆବଶ୍ୟକ ଅଟେ। ଏହି ଭାଇରସ ମଧ୍ୟ ଜଣଙ୍କଠାରୁ ଅନ୍ୟଜଣେ ବ୍ୟକ୍ତିଙ୍କୁ ସଂକ୍ରମିତ ହୋଇଥାଏ। ଏହି ସଂକ୍ରମଣ କୋଭିଡ ପରି ନୁହେଁ। ହେଲେ ଏଥିପ୍ରତି ସତର୍କତା ଅବଲମ୍ବନ କରିବା ଆବଶ୍ୟକ। ଏହା ଏଥିପାଇଁ କାରଣ କିଛି ବର୍ଷ ପୂର୍ବରୁ ମଧ୍ୟ ଏହି ଭାଇରସ ସଂକ୍ରମିତ ହୋଇଥିଲା। ଏହା ଦ୍ୱିତୀୟ ଥର ମଧ୍ୟ ସଂକ୍ରମିତ ହୋଇପାରେ।

Get real time updates directly on you device, subscribe now.